ପାକିସ୍ତାନ ମୂଳର ଏହି ୩ ଜଣ ଖେଳାଳି ଚଳିତ ବର୍ଷର IPL ନିଲାମରେ ନେବେ ଭାଗ, ୨ ଜଣ ଖେଳାଳି ବିକ୍ରି ହେବ କୋଟି କୋଟି ଟଙ୍କାରେ
କିନ୍ତୁ ଆପଣ ଜାଣିଛନ୍ତି କି ପାକିସ୍ତାନର ମୂଳ ଖେଳାଳିମାନେ ମଧ୍ୟ ଏଥର ମେଗା ନିଲାମରେ ନିଜର ନାମ ଆଇପିଏଲ ଟେଣ୍ଡରରେ ଦେଇଛନ୍ତି ? ତେବେ ଆସନ୍ତୁ ନଜର ପକାଇବା ଆସନ୍ତା ମେଗା ନିଲାମରେ ପାକିସ୍ତାନର କେଉଁ ୩ ଜଣ ଖେଳାଳି ଟେଣ୍ଡର ପକାଇଛନ୍ତି।
୧) ଇମ୍ରାନ ତାହିର୍ :
ଦକ୍ଷିଣ ଆଫ୍ରିକାର ସବୁଠାରୁ ସିନିୟର ଲେଗ-ସ୍ପିନ ବୋଲର ଇମ୍ରାନ ତାହିର ଆଗାମୀ ଆଇପିଏଲ ମେଗା ନିଲାମ ୨୦୨୨ ପାଇଁ ତାଙ୍କ ନାମ ଟେଣ୍ଡରରେ ଦେଇଛନ୍ତି। ଯେଉଁଥିପାଇଁ ତାହିର ମେଗା ନିଲାମରେ ଅଂଶଗ୍ରହଣ କରିବାର ସର୍ବ ପୁରାତନ ଖେଳାଳି ହୋଇପାରିଛନ୍ତି। ୪୨ ବର୍ଷୀୟ ଇମ୍ରାନ ତାହିର ଦିଲ୍ଲୀ କ୍ୟାପିଟାଲ୍ସ, ରାଇଜିଂ ପୁଣେ ସୁପର ଜଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲରେ ଖେଳିଛନ୍ତି। ସେ ଆଇପିଏଲରେ ନିଜର ପ୍ରଦର୍ଶନ ସହିତ ସମସ୍ତଙ୍କୁ ବହୁତ ପ୍ରଭାବିତ କରିଛନ୍ତି। ସେ ଚେନ୍ନାଇ ପାଇଁ ୨୦୨୧ ରେ ତାଙ୍କର ଶେଷ ଆଇପିଏଲ୍ ସିଜନ୍ ଖେଳିଥିଲେ। ମେଗା ନିଲାମ ପୂର୍ବରୁ ତାହିରଙ୍କୁ ରିଟେନ କରିନାହିଁ ଧୋନିଙ୍କର ଚେନ୍ନାଇ। ଯେଉଁଥିପାଇଁ ସେ ଆଗାମୀ ଆଇପିଏଲ୍ ମେଗା ନିଲାମରେ ନିଜର ନାଁ ପଞ୍ଜୀକରଣ କରିଛନ୍ତି। ସମ୍ପ୍ରତି ଇମ୍ରାନ ତାହିର PSL ଅର୍ଥାତ୍ ପାକିସ୍ତାନ ସୁପର ଲିଗରେ ମୁଲତାନ ସୁଲତାନ ଦଳ ପାଇଁ ଖେଳୁଛନ୍ତି।
୨) ଉସମାନ ଖାୱାଜା :
ପାକିସ୍ତାନର ଉସମାନ ଖାୱାଜା ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାଇଁ ପ୍ରତିନିଧିତ୍ୱ କରୁଥିବା ଦେଖାଯାଇଛନ୍ତି। ଆଜିକାଲି ଖ୍ୱାଜା ବହୁତ ଭଲ ଫର୍ମରେ ଚାଲିଛନ୍ତି। ନିକଟରେ ଆୟୋଜିତ ଆଶେସ ଟେଷ୍ଟ ସିରିଜରେ ଉସମାନ ଖାୱାଜାଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଉଚ୍ଚକୋଟୀର ଥିଲା। ଏହା ବ୍ୟତୀତ,ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ ଯାଇ ୩ ମ୍ୟାଚ୍ ଟେଷ୍ଟ ସିରିଜ୍, ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ କେବଳ ଗୋଟିଏ T20I ମ୍ୟାଚ୍ ଖେଳିବାକୁ ଯାଉଛି। ଯେଉଁଥି ପାଇଁ ଅଷ୍ଟ୍ରେଲିଆ ଏହାର ଟେଷ୍ଟ ଦଳ ଘୋଷଣା କରିଛି ଏବଂ ଉସମାନ ଖାୱାଜା ମଧ୍ୟ ଏଥିରେ ମନୋନୀତ ହୋଇଛନ୍ତି।ଏଥି ସହିତ, ଉସମାନ ଖାୱାଜା ଏପର୍ଯ୍ୟନ୍ତ ଆଇପିଏଲରେ କେବଳ ଗୋଟିଏ ଫ୍ରାଞ୍ଚାଇଜ୍ ରାଇଜିଂ ପୁଣେ ସୁପର ଜିଆଣ୍ଟସ୍ ପାଇଁ ଖେଳିଛନ୍ତି | କିନ୍ତୁ ଏଥର ଆଇପିଏଲ୍ ର୍ ମେଗା ନିଲାମରେ ତାଙ୍କ ନାମ ଟେଣ୍ଡରରେ ପକାଇଛନ୍ତି। ସେ ଚଳିତ ବର୍ଷର୍ ଆଇପିଏଲ୍ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
୩) ଅଲି ଖାନ୍ :
ଆମେରିକା ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ପାକିସ୍ତାନର ମୂଳ ଖେଳାଳି ଅଲି ଖାନ ଚଳିତ ବର୍ଷର ମେଗା ନିଲାମରେ ନିଜର ନାମ ଦେଇ ଆଇପିଏଲରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅଲି ଖାନ ୨୦୨୦ ମସିହାରେ ଶାହାରୁଖ ଖାନଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିବା ପାଇଁ ଏକ ସୁଯୋଗ ପାଇଥିଲେ। ଏହା ବ୍ୟତୀତ ଅଲି ଖାନ କାରିବିଆନ୍ ପ୍ରିମିୟର ଲିଗରେ ତ୍ରିନବାଗୋ ନାଇଟ୍ ରାଇଡର୍ସର ପ୍ରତିନିଧିତ୍ୱ କରନ୍ତି। ଏହି ଦ୍ରୁତ ବୋଲର ତାଙ୍କର ଭଲ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।