ହଠାତ୍ IPL କୁ ଘୃଣା କରିବା ଆରମ୍ଭ କଲେ ଏହି ଷ୍ଟାର୍ ଖେଳାଳି, ୭ ବର୍ଷ ଧରି କୌଣସି ଦଳରେ ସ୍ଥାନ ପାଇନାହାନ୍ତି

  1. Home
  2. IPL Special

ହଠାତ୍ IPL କୁ ଘୃଣା କରିବା ଆରମ୍ଭ କଲେ ଏହି ଷ୍ଟାର୍ ଖେଳାଳି, ୭ ବର୍ଷ ଧରି କୌଣସି ଦଳରେ ସ୍ଥାନ ପାଇନାହାନ୍ତି

Mitchell Starc mega auction


କ୍ରିକେଟ ଖବର : ଆଇପିଏଲ୍ ୨୦୨୨ ଆରମ୍ଭ ହୋଇଯାଇଛି। ଆଇପିଏଲର ୧୫ ତମ ସିଜନ ଆହୁରି ଚମତ୍କାର ହେବାକୁ ଯାଉଛି, କାରଣ ଏଥର ୮ ଟି ଟିମ୍ ବଦଳରେ ୧୦ ଟି ଦଳ ଆଇପିଏଲରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି  ଚଳିତ ବର୍ଷର ଆଇପିଏଲରେ କେଉଁ ଦଳ ଜିତିବ ତାହା ଦେଖିବା ସ୍ୱତନ୍ତ୍ର ହେବ। ସମଗ୍ର ବିଶ୍ୱର କ୍ରିକେଟ୍ ଖେଳାଳିମାନେ ଏହି ଲିଗରେ ଖେଳିବାକୁ ଆଗ୍ରହୀ ହୋଇଥାନ୍ତି।  କିନ୍ତୁ ଏହିପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏହି ଲିଗରେ ଖେଳିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। 

ଏହି କ୍ରମରେ ଜଣେ ଘାତକ ବୋଲର ଅଛନ୍ତି ଯିଏ ବର୍ଷ ବର୍ଷ ଧରି ଆଇପିଏଲରେ ଖେଳିବାଠାରୁ ଦୂରେଇ ଅଛନ୍ତି। କିନ୍ତୁ ସେ ଆଇପିଏଲରେ ଖେଳୁଥିବାର ଦେଖିବାକୁ ଅନେକ ଚାହୁଁଛନ୍ତି। ଏମିତିକି ସେ ଯଦି ମେଗାନିଲାମରେ ନିଜର ନାମ ଦେବେ , ତେବେ ତାଙ୍କୁ କିଣିବା ପାଇଁ ପ୍ରାଞ୍ଚାଇଜଙ୍କ ମଧ୍ୟରେ ପ୍ରବଳ ଅଙ୍କ କଷା ହେବ। ଏହି ବୋଲରଙ୍କ ଉପରେ ଫ୍ରାଞ୍ଚାଇଜ୍ ଟଙ୍କା ବର୍ଷା କରିବେ। ଆଶାଠାରୁ ଅଧିକ ଟଙ୍କା ମିଳିବ ତାଙ୍କୁ। କିନ୍ତୁ ସେ ଆଇପିଏଲ୍ ଖେଳିବାକୁ ଆଦୌ ପସନ୍ଦ କରନ୍ତି ନାହିଁ।

 ଏହି ଲିଗରେ ଖେଳିବାକୁ ଇଚ୍ଛା କରୁଥିବା ଖେଳାଳିଙ୍କ ସଂଖ୍ୟା ବହୁତ ଅଧିକ।  କିନ୍ତୁ ଜଣେ ଖେଳାଳୀ ଯିଏ ଗତ ୭ ବର୍ଷ ଧରି ଏହି ଲିଗରେ ସ୍ଥାନ ପାଇନାହାଁନ୍ତି। ସେ ନିଜେ ମେଗାନିଲାମଠାରୁ ଦୂରେଇ ରହିଛନ୍ତି।  ଆମେ କହୁଚୁ  ଅଷ୍ଟ୍ରେଲିଆର ଘାତକ ଦ୍ରୁତ ବୋଲର ଏବଂ ନିଜ ବୋଲିଂ ଯାଦୁରେ ଅଷ୍ଟ୍ରେଲିଆକୁ ଦୁଇଥର ବିଶ୍ୱ ଚାମ୍ପିୟନ କରାଇଥିବା ମିଚେଲ ଷ୍ଟାର୍କଙ୍କ ବିଷୟରେ। ଷ୍ଟାର୍କ ନିଜେ ଆଇପିଏଲ୍ ନିଲାମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

Starc

ଦୀର୍ଘ ଦିନ ଧରି ଷ୍ଟାର୍କ ବିଷୟରେ ଖବର ରହିଆସିଛି, କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଖେଳାଳି ଚଳିତ ବର୍ଷର ଆଇପିଏଲରେ ମଧ୍ୟ ଦେଖାଯିବେ ନାହିଁ। ପ୍ରଶଂସକମାନେ ଏହି ଖେଳାଳିଙ୍କୁ ଦେଖିବାକୁ ବହୁତ ଆଗ୍ରହୀ, କିନ୍ତୁ ସେ ଆଇପିଏଲରେ ସୁଯୋଗ ପାଉନାହାନ୍ତି। ସେ ଆଇପିଏଲଠାରୁ ଦୂରେଇ ରହିବାକୁ ପସନ୍ଦ କରିଛନ୍ତି। 

ଦୁନିଆର ସବୁଠାରୁ ଘାତକ ବୋଲରଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଅନ୍ୟତମ। ସେ ଆଇପିଏଲ୍ 2022 ରେ ପ୍ରତ୍ୟାବର୍ତ୍ତନ ବିଷୟରେ ସୂଚିତ କରିଥିଲେ।  ବିଶ୍ୱାସ କରାଯାଉଥିଲା ଯେ ଏଥର ସେ ଆଇପିଏଲ ମେଗା ନିଲାମରେ ତାଙ୍କ ନାମ ଦେଇପାରିବେ।  କିନ୍ତୁ ଏହା ହେଲା ନାହିଁ ଏବଂ ସେ ପୁଣି ଥରେ ଆଇପିଏଲରୁ ଦୁରେଇ ରହି ନିଜେ ଖୁସି ଅଛନ୍ତି। ଯଦି ଷ୍ଟାର୍କ ଚଳିତବର୍ଷ ଆଇପିଏଲରେ ଖେଳିଥାନ୍ତେ, ତେବେ ସେ ୬ ବର୍ଷ ପରେ ଦୁନିଆର ସବୁଠୁ ବଡ ଟି -20 ଲିଗକୁ ଫେରିଥାନ୍ତେ। କିନ୍ତୁ  ଏହି ଖେଳାଳୀ ହଠାତ୍ ଆଇପିଏଲ୍ କୁ ଘୃଣା କରିବା ଆରମ୍ଭ କରିଛନ୍ତି। ଆଉ ସେ କେବେବି ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବା ଭଳି ମନେ ହେଉନାହିଁ।

RCB starc

୨୦୧୪ ବର୍ଷ ନିଲାମରେ ୮,୮୮,୦୦୦ ଡଲାରରେ RCB ମିଚେଲ ଷ୍ଟାର୍କଙ୍କୁ କିଣିଥିଲା। ଷ୍ଟାର୍କ ସେହି ବର୍ଷ ଭଲ ଖେଳିଥିଲେ। ୨୦୧୫ରେ ବି ସେ RCB ପାଇଁ ଖେଳିଥିଲେ। କିନ୍ତୁ ଆହତ କାରଣରୁ ୨୦୧୬ ସିଜନରୁ ସେ ଆଇପିଏଲରୁ ବଞ୍ଚିତ ହୋଇଛନ୍ତି। ଏହା ପରେ ସେ ୨୦୧୭ ନିଲାମରେ ପ୍ରବେଶ କରିନଥିଲେ | କିନ୍ତୁ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୦୧୮ ମସିହା ସିଜନରେ ୧.୮ ମିଲିୟନ୍ ଡଲାରରେ କିଣିଥିଲା। ତେବେ ଆଘାତ କାରଣରୁ ସେ ୨୦୧୮ରେ ଆଇପିଏଲରୁ ଅଧାରୁ ବାହାରିଥିଲେ। ଆଉ ୨୦୧୯ରେ ଆଇସିସି ବିଶ୍ୱକପ ପାଇଁ  ସେ ଆଇପିଏଲରେ ଭାଗ ନେଇନଥିଲେ। ତେବେ ୨୦୨୦ରେ, ଏହି ଦ୍ରୁତ ବୋଲରଙ୍କୁ କିଣିବା ପାଇଁ ଅନେକ ଫ୍ରାଞ୍ଚାଇଜ୍ ଆଗ୍ରହ ଦେଖାଇଥିଲେ, କିନ୍ତୁ ସେ ନିଜେ ମେଗା ନିଲାମରୁ ଓହରି ଯାଇଥିଲେ।