IPL Acution: କେହି ଭାବିନଥିଲେ ଏହି ୫ ଜଣ ଖେଳାଳି ବିକ୍ରି ହେବେ ଏତେ କୋଟି ଟଙ୍କାରେ, ଲିଷ୍ଟ ଦେଖିଲେ ଆପଣ ବି ହେବେ ତାଯୁବ

  1. Home
  2. IPL Special

IPL Acution: କେହି ଭାବିନଥିଲେ ଏହି ୫ ଜଣ ଖେଳାଳି ବିକ୍ରି ହେବେ ଏତେ କୋଟି ଟଙ୍କାରେ, ଲିଷ୍ଟ ଦେଖିଲେ ଆପଣ ବି ହେବେ ତାଯୁବ

Those players who would get such a hefty amount, no one had thought!


କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ସବୁ ଦଳ ନିଜ ନିଜର ଖେଳାଳି ବାଛି ସାରିଛନ୍ତି। ଅନେକ ଖେଳାଳିଙ୍କ ଉପରେ କୋଟି କୋଟି ବର୍ଷା ହୋଇଛି ଏବଂ ଅନେକ ଭଲ ଭଲ ଖେଳାଳିଙ୍କୁ କୌଣସି ଦଳ ବି କିଣିନାହାନ୍ତି। କିନ୍ତୁ ଏହାରି ହାତ ଗଣତି କେତେଜଣ ଖେଳାଳି ଅଛନ୍ତି , ଯେଉଁମାନେ କି ସ୍ୱପ୍ନରେ ବି କେବେ ଭାବିନଥିଲେ ଦିନେ କୋଟି କୋଟି ଟଙ୍କାରେ କୌଣସି ପ୍ରାଞ୍ଚାଇଜ୍ ଏମାନଙ୍କୁ କିଣିବ। ତେବେ ଆଜିର ଏହି ଆର୍ତ୍ତିକାଲରେ ଆମେ ୫ ଜଣ ଖେଳାଳିଙ୍କ ବିଷୟରେ ଆଲୋଚନା କରିଛୁ , ଯେଉଁମାନଙ୍କୁ କି ଚଳିତ ବର୍ଷର ମେଗା ନିଲାମରେ କୋଟି କୋଟି ଟଙ୍କାରେ କିଣା ଯାଇଛି। ଯାହାକି ସେମାନଙ୍କର ଭାବନାରୁ ବାହାରେ ଥିବ।

୧) ୱାନିନ୍ଦୁ ହାସରାଙ୍ଗ :

ଗତ ସିଜନରେ ଆରସିବି ଦଳରେ ଏହି ଶ୍ରୀଲଙ୍କା ସ୍ପିନର ଖେଳିଥିଲେ। ଏଥର ଏହି ଖେଳାଳି ପୁଣି ଥରେ ଏକ କୋଟିର ମୂଳ ମୂଲ୍ୟରେ ନିଜର ନାମ ନିଲାମରେ ଦେଇଥିଲେ। କିନ୍ତୁ ଏହି ଖେଳାଳିଙ୍କ ଉପରେ ଏତେ ପରିମାଣର ଟଙ୍କା ବର୍ଷା ହୋଇଥିଲା ଯେ ତାଙ୍କ ଅପେକ୍ଷା କୌଣସି ବିଦେଶୀ ଖେଳାଳି ଏତେ ପରିମାଣର ଟଙ୍କା ପାଇ ନାହାନ୍ତି। ୱାନିନ୍ଦୁଙ୍କୁ ଆରସିବି ଦଳ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି। ୱାନିନ୍ଦୁ ଏତେ ପରିମାଣର ଅର୍ଥ ପାଇବେ ବୋଲି କେହି ଆଶା କରିନଥିଲେ। ଏମିତିକି ସେ ନିଜେ ବି କେବେ କଳ୍ପନା କରିନଥିବେ ଯେ ସେ ଏତେ କୋଟି ଟଙ୍କାରେ ବିକ୍ରି ହେବେ।

୨) ନିକୋଲାସ୍ ପୁରାନ୍ :

nicholas-pooran

ନିକୋଲାସ୍ ପୁରାନ୍। ଗତ ସିଜନରେ ରନରେଟ ହାରାହାରି ମାତ୍ର ଆଠରେ ସେ ବ୍ୟଟିଂ କରିଥିଲେ। ଗତ ସିଜନରେ ପଞ୍ଜାବ କିଙ୍ଗସକୁ ସେ ନିରାଶ କରିଥିଲେ।  କିନ୍ତୁ ଏଥର ପୁଣି ଥରେ ତାଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ପୁରାନଙ୍କୁ ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ଦଳ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି।

୩) ଅଭିଷେକ ଶର୍ମା :

Abhishek-Sharma

ସନରାଇଜର୍ସ ହାଇଦ୍ରାବାଦ ଶିବିରର ଏକ ଅଂଶ ଥିବା ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ଏଭଳି ପ୍ରଦର୍ଶନ ପ୍ରଦର୍ଶନ କରିନାହାଁନ୍ତି, ଯାହାପାଇଁ ତାଙ୍କୁ କୋଟି କୋଟି ଟଙ୍କାରେ କିଣିବା ପାଇଁ କେହି ରାଜି ହେବେ। କିନ୍ତୁ ଯେତେବେଳେ ଅଭିଷେକ ଶର୍ମାଙ୍କ ନାମ ନିଲାମରେ ଆସିଲା, ଗୋଟିଏ ନୁହେଁ ବରଂ ଅନେକ ଦଳ ତାଙ୍କ ଉପରେ ଅଧିକ ବିଡ୍ ଲଗାଇଥିଲେ। ଶେଷରେ ଅଭିଷେକଙ୍କର ପୁରୁଣା ଦଳ  ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୬.୫୦ କୋଟି ଟଙ୍କାରେ କିଣିଛି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ବି ଅଭିଷେକ ହାଇଦ୍ରାବାଦ ପାଇଁ ଖେଳୁଥିଲେ।

୪) ରାହୁଲ ତ୍ରିପାଠୀ :

Rahul-Tripathi

ରାହୁଲ ତ୍ରିପାଠୀ। ଗତ ବର୍ଷ କୋଲକାତା ନାଇଟ୍ ରାଇଡର୍ସ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଥିଲେ | ୨୦୧୭ ମସିହାରୁ ସେ ଆଇପିଏଲ୍ ଖେଳୁଛନ୍ତି। ଗତ ସିଜନରେ ମଧ୍ୟ କେକେଆର୍ ପାଇଁ ସେ ବ୍ୟକ୍ତିଗତ ଭାବରେ ୩୯୭ ରନ୍ ସ୍କୋର କରିଥିଲେ। କିନ୍ତୁ ତଥାପି ରାହୁଲ ତ୍ରିପାଠୀ ୨୦୨୨ ର ନିଲାମରେ ଏତେ ପରିମାଣର ଅର୍ଥ ପାଇବେ ବୋଲି ଖୁବ୍ କମ୍ ଲୋକ ଆଶା କରିଥିଲେ। ତେବେ ରାହୁଲଙ୍କୁ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଦଳ ୮ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି।

୫) କ୍ରୁନାଲ ପାଣ୍ଡ୍ୟା :

pandya

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ଗତ ସିଜନରେ କିଛି ଖାସ୍ କରି ନଥିଲେ ଏହି ଖେଳାଳି। ତଥାପି କ୍ରୁନାଲ ପାଣ୍ଡ୍ୟାଙ୍କର ନାଁ ନିଲାମରେ ଆସିବା ପରେ ଲକ୍ଷ୍ନୌ ଦଳ ଏହି ଖେଳାଳିଙ୍କ ଉପରେ ଅତ୍ୟଧିକ ଆତ୍ମବିଶ୍ୱାସ ପ୍ରକାଶ କରିଛି। ନିଲାମରେ ଲକ୍ଷ୍ନୌର ମାଲିକ କ୍ରୁନାଲଙ୍କୁ କିଣିବାକୁ ଜିଦ୍ ଧରିଥିଲେ। ପରିଶେଷରେ ଲକ୍ଷ୍ନୌ ଆଠ କୋଟି ୨୫ ଲକ୍ଷ ଟଙ୍କା ଦେଇ ଏହି ଅଲରାଉଣ୍ଡରଙ୍କୁ କିଣିଛି।