IPL ରେ ଅଧିକାଂଶ ହ୍ୟାଟ୍ରିକ୍ ନେଇଥିବା ବୋଲର୍, ତାଲିକାରେ ଅଛନ୍ତି ଜଣେ ହିଁ ବିଦେଶୀ ଖେଳାଳି, ଦେଖନ୍ତୁ ଲିଷ୍ଟ

  1. Home
  2. IPL Special

IPL ରେ ଅଧିକାଂଶ ହ୍ୟାଟ୍ରିକ୍ ନେଇଥିବା ବୋଲର୍, ତାଲିକାରେ ଅଛନ୍ତି ଜଣେ ହିଁ ବିଦେଶୀ ଖେଳାଳି, ଦେଖନ୍ତୁ ଲିଷ୍ଟ


କ୍ରିକେଟ୍ ଖବର : ଆଇପିଏଲ ବର୍ତ୍ତମାନ ସବୁଠୁ ଅଧିକ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକଟି ମ୍ୟାଚକୁ ଦେଖିବା ପାଇଁ କ୍ରୀଡାପ୍ରେମୀ ଇଛୁକ ରହିଥାନ୍ତି।  ଦେଶ ତଥା ବିଦେଶର ଖେଳାଳି ଥରେ ଆଇପିଏଲରେ ଖେଳିବାକୁ ଇଚ୍ଛା କରିଥାନ୍ତି। କାରଣ ଏହି ଲିଗରେ ନାମ ସହିତ ଟଙ୍କା ମଧ୍ୟ ରହିଛି। ତେବେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଆଇପିଏଲର ବୋଲରମାନଙ୍କ ବିଷୟରେ କହିବୁ ଯେଉଁମାନେ ସର୍ବାଧିକ ହ୍ୟାଟ୍ରିକ୍ ନେଇଛନ୍ତି। 

IPL 2022 SCHEDULE

ଆଇପିଏଲ୍ ର ପ୍ରତ୍ୟେକ ସିଜନରେ ଅନେକ ପୁରୁଣା ରେକର୍ଡ ଭାଙ୍ଗେ ଆଉ ନୂତନ ରେକର୍ଡ ତିଆରି ହୋଇଥାଏ। ନିଲାମ ଠାରୁ ଆରମ୍ଭ କରି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ପର୍ଯ୍ୟନ୍ତ ଅନେକ ରେକର୍ଡ ତିଆରି ହୋଇଥାଏ ଆଉ ଭାଙ୍ଗିଥାଏ।  ଆଜି ଆମେ ଆଇପିଏଲର ବୋଲରଙ୍କ ବିଷୟରେ କହିବୁ, ଯେଉଁମାନେ ଆଇପିଏଲରେ ସର୍ବାଧିକ ହ୍ୟାଟ୍ରିକ୍ ନେଇଛନ୍ତି।

୧) ଅମିତ୍ ମିଶ୍ରା :

IPL Amit mishara

ଆଇପିଏଲରେ ଭାରତୀୟ ଖେଳାଳିମାନେ ଅଧିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହିକ୍ରମରେ ଟିମ୍ ଇଣ୍ଡିଆର ସ୍ପିନ ବୋଲର ଅମିତ୍ ମିଶ୍ରା ଆଇପିଏଲରେ ସର୍ବାଧିକ ହ୍ୟାଟ୍ରିକ୍ ନେବାରେ ପ୍ରଥମ ସ୍ଥାନରେ ଅଛନ୍ତି। ମିଶ୍ରା ଥରେ ନୁହେଁ ବରଂ ତିନିଥର ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି।

୨) ଯୁବରାଜ ସିଂହ :

Yuvraj

ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ ଆଇପିଏଲରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବ୍ୟାଟିଂ ହେଉ ଅବା ବୋଲିଂ , ଯୁବରାଜ୍ ଜଣେ ଭଲ ଖେଳାଳି ଅଟନ୍ତି। ବ୍ୟାଟିଂ ସହିତ ଯୁବରାଜ ସିଂ ମଧ୍ୟ ତାଙ୍କ ମାରାତ୍ମକ ବୋଲିଂ ପାଇଁ ବେଶ୍ ପ୍ରସିଦ୍ଧ ଥିଲେ। ଆଇପିଏଲରେ ସେ ନିଜର ବୋଲିଂ କୌଶଳ ପ୍ରଦର୍ଶନ କରି ଦୁଇଥର ହ୍ୟାଟ୍ରିକ୍ ନେବାର ରେକର୍ଡ ସୃଷ୍ଟି କରିଛନ୍ତି। 

୩) ପ୍ରବୀଣ ତାମ୍ବେ :

Prabin

ପ୍ରବୀଣ ତାମ୍ବେ ଜଣେ ଖେଳାଳି ଯିଏକି ୪୧ ବର୍ଷ ବୟସରେ ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ଆଇପିଏଲରେ ୩୩ଟି ମ୍ୟାଚ୍ ଖେଳି ୨୭ ୱିକେଟ୍ ନେଇଛନ୍ତି, ଯେଉଁଥିରେ ସେ ଗୋଟିଏ ହ୍ୟାଟ୍ରିକ୍ ନେଇଛନ୍ତି।

୪) ରୋହିତ ଶର୍ମା :

Rohit

ହିଟମ୍ୟାନ୍ ଭାବରେ ଜଣାଶୁଣା ରୋହିତ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ବହୁତ ପ୍ରସିଦ୍ଧ। ଅନେକ ଲୋକ ଜାଣିଥିବେ ଯେ ରୋହିତ ଶର୍ମା ଜଣେ ମାରାତ୍ମକ ବ୍ୟାଟ୍ସମ୍ୟାନ୍ ହେବା ସହିତ ଜଣେ ଭଲ ପାର୍ଟ ଟାଇମ ବୋଲର୍ ମଧ୍ୟ। ଆଉ ରୋହିତ ବୋଲିଂ କରି ଆଇପିଏଲରେ ଥରେ ହ୍ୟାଟ୍ରିକ୍ ନେଇଛନ୍ତି।

୫) ସାମ୍ କୁରାନ୍ : 

Sam

ଭାରତୀୟ ଖେଳାଳିଙ୍କ ସହିତ ବିଦେଶୀ ଖେଳାଳିମାନେ ମଧ୍ୟ ଆଇପିଏଲରେ ରେକର୍ଡ କରିବାରେ କମ୍ ନୁହଁନ୍ତି। ଆଇପିଏଲରେ, ବିଦେଶୀ ଖେଳାଳିମାନେ ମଧ୍ୟ ରେକର୍ଡଗୁଡିକ ତିଆରି କରନ୍ତି ଏବଂ ଭାଙ୍ଗନ୍ତି। ଅଧିକାଂଶ ହ୍ୟାଟ୍ରିକ୍ ନେବା ତାଲିକାରେ ଇଂଲଣ୍ଡର ସାମ କୁରାନଙ୍କ ନାମ ରହିଛି। ସେ ଏପର୍ଯ୍ୟନ୍ତ ୩୨ ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୩୨ ଟି ୱିକେଟ୍ ନେଇଛନ୍ତି, ଯେଉଁଥିରେ ଗୋଟିଏ ହ୍ୟାଟ୍ରିକ୍ ଅନ୍ତର୍ଭୁକ୍ତ।