IPL: ରାଜସ୍ଥାନ ରୟାଲସର ଏହି ୫ଟି ରେକର୍ଡକୁ କୌଣସି ବି ଟିମ ଭାଙ୍ଗିପାରିବେ ନାହିଁ, ଦେଖନ୍ତୁ ରିପୋର୍ଟ

  1. Home
  2. IPL Special

IPL: ରାଜସ୍ଥାନ ରୟାଲସର ଏହି ୫ଟି ରେକର୍ଡକୁ କୌଣସି ବି ଟିମ ଭାଙ୍ଗିପାରିବେ ନାହିଁ, ଦେଖନ୍ତୁ ରିପୋର୍ଟ

rr records


କ୍ରିକେଟ ଖବର : ପ୍ରଥମ ଆଇପିଏଲ ସିଜନର ବିଜେତା ରାଜସ୍ଥାନ ରୟାଲସ ନିକଟରେ ସଞ୍ଜୁ ସାମସନ, ଷ୍ଟୁଆର୍ଟ ବିନ୍ନି, କରୁଣ ନାୟର ଓ ଅଜିଙ୍କେ ରାହାଣେଙ୍କ ଭଳି ବହୁ ଦକ୍ଷ ଭାରତୀୟ ଖେଳାଳି ରହିଛନ୍ତି । ରାଜସ୍ଥାନ ରୟାଲସ ନିଜର ପ୍ରଥମ ଟାଇଟଲ ଟ୍ରଫି ୨୦୦୮ର ଆଇପିଏଲ୍ ସିଜନରେ ଜିତିଥିଲା । ଏହି ଟିମରେ ରାହୁଲ ଦ୍ରାବିଡ଼, ଶେନ ୱାଟସନ, ରାହାଣେ ଓ ଷ୍ଟିୱନ ସ୍ମିଥଙ୍କ ଭଳି ଖେଳାଳି ପ୍ରତିନିଧିତ୍ୱ କରିସାରିଛନ୍ତି। ତେବେ ରାଜସ୍ଥାନ ରୟାଲ୍‌ସ ୨୦୦୮ ପରଠାରୁ ଏପର୍ଯ୍ୟନ୍ତ କୌଣସି ଆଇପିଏଲ ଟ୍ରଫି ଜିତିପାରିନାହିଁ । କିନ୍ତୁ ଏହି ଟିମ ନାଁରେ ଏଭଳି କିଛି ରେକର୍ଡ ରହିଛି ଯାହାକୁ ଅନ୍ୟ କୌଣସି ଟିମ ପକ୍ଷେ ଭାଙ୍ଗିବା କଷ୍ଟକର । ତେବେ ଆସନ୍ତୁ ଜାଣିବା ସେହି ୫ ଅଭିନ୍ନ ରେକର୍ଡ ବିଷୟରେ...

୧) ସବୁଠାରୁ ବଡ ରନ୍ ଚେଜ୍‌ :

ଆଇପିଏଲ ୨୦୦୮ରେ ରାଜସ୍ଥାନ ଆଇପିଏଲ ଇତିହାସର ସବୁଠାରୁ ସଫଳ ରନ ଚେସ କରିଥିଲା। ରାଜସ୍ଥାନ ରୟାଲ୍ସ ଡେକାନ ଚାର୍ଜର୍ସ ବିପକ୍ଷରେ ୨୧୫ ରନର ଏକ ବଡ ଟାର୍ଗେଟକୁ ଚେଜ କରି ବିଜୟୀ ହୋଇଥିଲା। ଏହି ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା। ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ସଫଳ ରନ ଚେଜ, ଯାହା ପରେ ୨୦୨୦ ରେ ରାଜସ୍ଥାନ ରୟାଲ୍ସ ନିଜ ରେକର୍ଡ ନିଜେ ଭାଙ୍ଗି ଥିଲା। ରାଜସ୍ଥାନ ଶାରଜାସ୍ଥିତ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୨୨୪ ରନ୍‌ର ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଥିଲା। 

୨) ସବୁଠାରୁ ଅଧିକ ହ୍ୟାଟ୍ରିକ ୱିକେଟ୍ ନେଇଥିବା ଟିମ :

ରାଜସ୍ଥାନ ରୟାଲସ ନିକଟରେ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ହ୍ୟାଟ୍ରିକ କରିଥିବା ରେକର୍ଡ ରହିଛି। ସର୍ବାଧିକ ହ୍ୟାଟ୍ରିକ୍ ରେକର୍ଡରେ ପଞ୍ଜାଵ କିଙ୍ଗସ ଦ୍ଵିତୀୟ ନମ୍ବରରେ ରହିଛି। ରାଜସ୍ଥାନର ପାଞ୍ଚଜଣ ଖେଳାଳି ଅଛନ୍ତି ଯେଉଁମାନେ କି ହ୍ୟାଟ୍ରିକ୍ ନେଇଛନ୍ତି।

୩) ସବୁଠାରୁ କମ ଟିମ ସ୍କୋର:

୨୦୦୮ର ଆଇପିଏଲ ୱିନର ନିକଟରେ ସବୁଠାରୁ କମ ଟିମ ସ୍କୋର ରେକର୍ଡ ପାଖାପାଖି ଏକ ଦଶକ ପର୍ଯ୍ୟନ୍ତ ରହିଥିଲା । ଏହାକୁ ପରେ ଆରସିବି ଭାଙ୍ଗିଥିଲା। ରାଜସ୍ଥାନ ରୟାଲସର ୫୮ ରନ୍ ରେକର୍ଡ ୨୦୧୭ ମସିହାରେ RCB ଭାଙ୍ଗିଥିଲା। 

୪) ଗୋଟିଏ ସିଜିନରେ ସବୁଠାରୁ କମ ହାରିଥିବା ଦଳ :

ଏଭଳି ଏକବିରଳ ରେକର୍ଡ ଏହି ଟିମ ନାଁରେ ରହିଛି । ଯେଉଁଥିରେ ଗୋଟିଏ ଆଇପିଏଲ ସିଜିନରେ ସବୁଠାରୁ କମ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ୨୦୦୮ ମସିହାରେ ଏହି ଦଳ ଏହି ରେକର୍ଡ ସୃଷ୍ଟି କରିଥିଲା। 

ଆଇପିଏଲର ପ୍ରଥମ ବର୍ଷରେ ରାଜସ୍ଥାନ ରୟାଲସ୍ ୧୪ ଟି ମ୍ୟାଚ ମଧ୍ୟରୁ ୧୧ ଟି ଜିତି କେବଳ ୩ ଟି ମ୍ୟାଚ ହାରିଥିଲା।  ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ଏକମାତ୍ର ଦଳ ଥିଲେ ଯେଉଁମାନେ କି ସେହି ସମୟରେ ରାଜସ୍ଥାନକୁ ପରାସ୍ତ କରିପାରିଥିଲେ। 

ଆଇପିଏଲ୍ ଇତିହାସରେ କେବଳ ପଞ୍ଜାବ ହିଁ ରାଜସ୍ଥାନର ସମକ୍ଷକ ହେବାକୁ ସକ୍ଷମ ହୋଇଛି। ପଞ୍ଜାବ ୨୦୧୪ ରେ ମାତ୍ର ତିନୋଟି ମ୍ୟାଚ୍ ହାରିଥିଲା। 

୫) କେବଳ ଛକା ମାରି ବଟଲର୍ ନିଜର ଅର୍ଦ୍ଧ ଶତକ ପୂରଣ କରିଛନ୍ତି ବଟଲର୍ :

jos buttler

ରାଜସ୍ଥାନ ରୟାଲ୍ସର ଓପନିଂ ଖେଳାଳି ଜୋସ୍ ବଟଲର୍ ୨୦୨୨ ମସିହାରେ ତାଙ୍କ ନାମରେ ଏହି ଅଦ୍ଭୁତ ରେକର୍ଡ ସୃଷ୍ଟି କରିଛନ୍ତି। ଜୋସ୍ ବଟଲର୍ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୭ ବଲରେ ୭୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସ ପରେ ବଟଲର ଏକମାତ୍ର ଖେଳାଳି ହୋଇଥିଲେ ଯିଏକି କେବଳ ଛକା ସାହାଯ୍ୟରେ ଦୀର୍ଘତମ ଇନିଂସ ଖେଳିଥିଲେ।