ଇତିହାସ ରଚିବେ କୋହଲି, ଗୋଟିଏ ଚୌକା ମାରିଲେ ଏହି ବିରଳ ରେକର୍ଡ କରିବେ ଯାହା ଏଜି ଯାଏଁ କେହି କରି ପାରିନାହାନ୍ତି

  1. Home
  2. IPL Special

ଇତିହାସ ରଚିବେ କୋହଲି, ଗୋଟିଏ ଚୌକା ମାରିଲେ ଏହି ବିରଳ ରେକର୍ଡ କରିବେ ଯାହା ଏଜି ଯାଏଁ କେହି କରି ପାରିନାହାନ୍ତି


କ୍ରିକେଟ୍ ଖବର : ଋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ନିକଟରେ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୨ ମୁକାବିଲାରେ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । 

କୋହଲି ଏହି ମୁକାବିଲାରେ ଗୋଟିଏ ଚୌକା ମାରିବା ପରେ ଆଇପିଏଲରେ ନିଜର ୫୫୦ଚୌକା ରେକର୍ଡ ପୂରଣ କରିପାରିବେ । କୋହଲି ଆଇପିଏଲରେ ଗୋଟିଏ ଟିମ ପାଇଁ ୫୫୦ ଚୌକା ଅକ୍ତିଆର କରିଥିବା ଖେଳାଳୀ ହୋଇପାରିବେ । ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ ଖେଳାଯାଇଥିବା ପ୍ରଥମ ସିଜିନରୁ ହିଁ ବାଙ୍ଗାଲୋର ଟିମର ଖେଳାଳୀ ହୋଇ ରହିଆସିଛନ୍ତି କୋହଲି । 

Daniel Vettori about Virat Kohli's batting position in IPL 2022

ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ଚୌକା ଲଗାଇଥିବାର ରେକର୍ଡ ଶିଖର ଧାୱନଙ୍କ ନାମରେ ରହିଛି। ଯିଏ କି ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୬୬୮ଟି ଚୌକା ଲଗାଇସାରିଛନ୍ତି । ତେବେ ଚଳିତ ସିଜନରେ ବାଙ୍ଗାଲୋର ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳିସାରିଛି । ଯେଉଁଥିରେ କୋହଲିଙ୍କ ବ୍ୟାଟିଂ ଯାଦୁ ବେଶି ଚାଲିପାରିନାହିଁ ।