୧୪ ବର୍ଷର IPL କ୍ୟାରିୟରରେ ଏହି ୩ ଜଣ ବ୍ୟାଟ୍ସମ୍ୟାନ୍ ହିଁ ମାରିଛନ୍ତି ଗୋଟିଏ ଓଭରରେ ୫ ଟି ଛକା, କିଏ ସେମାନେ?

  1. Home
  2. IPL Special

୧୪ ବର୍ଷର IPL କ୍ୟାରିୟରରେ ଏହି ୩ ଜଣ ବ୍ୟାଟ୍ସମ୍ୟାନ୍ ହିଁ ମାରିଛନ୍ତି ଗୋଟିଏ ଓଭରରେ ୫ ଟି ଛକା, କିଏ ସେମାନେ?


କ୍ରିକେଟ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୫ ତମ ସିଜନ୍ ଆସନ୍ତା ମାର୍ଚ୍ଚ ୨୬ ରୁ ଆରମ୍ଭ ହେବାକୁ ଯାଉଛି। ସମସ୍ତ କ୍ରିକେଟପ୍ରେମୀ ନିଜ ନିଜ କ୍ରୀଡ଼ାବିତଙ୍କ ପ୍ରଦର୍ଶନ ଦେଖିବାକୁ ଆଗ୍ରହୀ ହୋଇଛନ୍ତି। ଆଇପିଏଲର କ୍ରେଜ୍ ଆଇପିଏଲ୍ ନିଲାମ ପୂର୍ବରୁ ମଧ୍ୟ ଲୋକଙ୍କଠାରେ ଦେଖାଯିବା ଆରମ୍ଭ ହୋଇଛି। ଏଥି ସହିତ, ଖେଳାଳିମାନେ ମଧ୍ୟ ନିଜ ନିଜ ଦଳ ଜିତିବା ପାଇଁ କଠିନ ପରିଶ୍ରମ କରୁଥିବା ଦେଖାଯାଇଥାଏ। ଆଇପିଏଲ୍ ଲୋକଙ୍କ ପାଇଁ କ୍ରୀଡ଼ାର ଏକ ପର୍ବବୋଲି ଧରାଯାଏ।ଦେଶ ଓ ବିଦେଶର ଖେଳାଳିମାନେ ଏହି ଲିଗରେ ଅଂଶଗ୍ରହଣ କରି ଏହି ଟୁର୍ଣ୍ଣାମେଣ୍ଟରେ ଚାରଚାନ୍ଦ୍ ଲଗାନ୍ତି।

IPL 2022 SCHEDULE

ତେବେ ଆଇପିଏଲ-୨୦୨୨ର ସିଜନରେ ଦଳ ସଂଖ୍ୟା ବୃଦ୍ଧି ପାଇଛି। ଏହା ଯୋଗୁଁ ମ୍ୟାଚ୍ ସଂଖ୍ୟ ମଧ୍ୟ ବୃଦ୍ଧି ପାଇଛି। ମ୍ୟାଚ ସଂଖ୍ୟା ବୃଦ୍ଧି ହୋଇଥିବା କାରଣରୁ ପଡିଆରେ ଚଳିତ ବର୍ଷ ଛକା ଆଉ ଚୌକା ସଂଖ୍ୟା ବି ଆହୁରି ବଢିବ। ବ୍ୟାଟ୍ସମ୍ୟାନମାନେ ବୋଲରଙ୍କୁ ନିର୍ଧୂମ ଛେଚିବେ। କଣ ଆପଣ ଜାଣନ୍ତି କି ଆଇପିଏଲ୍ ଇତିହାସରେ ଏପରି ତିନିଜଣ ଖେଳାଳି ଅଛନ୍ତି ଯେଉଁମାନେ ଏକ ଓଭରରେ ୫ ଟି ଛକା ମାରିଛନ୍ତି। ତେବେ ଆଜିର ଏହି ପୋଷ୍ଟରେ ଆମେ ଏହି ୩ ଜଣ ଖେଳାଳିଙ୍କ ବିଷୟରେ ଉଲେଖ୍ୟ କରିଛୁ। ଚାଲନ୍ତୁ ଜାଣିବା ଏହି ଖେଳାଳିମାନଙ୍କ ବିଷୟରେ...

୧) କ୍ରିସ୍ ଗେଲ୍ ବନାମ ପୁଣେ ୱାରିୟର୍ସ : 

ୟୁନିଭର୍ସ ବସ୍ ଭାବରେ ଜଣାଶୁଣା କ୍ରିସ୍ ଗେଲ୍, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ପ୍ରଥମ ଖେଳାଳି ଭାବରେ ଗୋଟିଏ ଓଭରରେ ୫ଟି ଛକା ମାରିଥିଲେ।

Gayle

୨୦୧୨ ମସିହାରେ, ପୁଣେ ୱାରିୟର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କ୍ରିସ୍ ଗେଲ୍ ଏହି କୀର୍ତ୍ତିମାନ ହାସଲ କରିଥିଲେ। ପୁଣେ ୱାରିୟର୍ସ ବୋଲର ରାହୁଲ ଶର୍ମାଙ୍କ ବିପକ୍ଷରେ ଗେଲ ଏକ ଓଭରରେ ୫ଟି  ଛକା ମାରିଥିଲେ। ତେବେ ଗେଲ୍ ତାଙ୍କର ଏହି ଇନିଂସରେ ୪ଟି ଚୌକା ଓ ୮ଟିଛକା ମାରିଥିଲେ। ଏହି ମ୍ୟାଚରେ ସେ ୪୮ ଟି ବଲରେ ୮୧ ରନର ଏକ ଇନିଂସ ଖେଳିଥିଲେ।  ଗେଲଙ୍କ ଆଇପିଏଲ କ୍ୟାରିୟର ବିଷୟରେ କହିବାକୁ ଗଲେ, ତାଙ୍କର ଆଇପିଏଲ କ୍ୟାରିୟର ବହୁତ ଭଲ ରହିଛି। ସେ ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ୍ କ୍ୟାରିୟରରେ ୬ଟି ଶତକ ହାସଲ କରିଛନ୍ତି।

୨) ରାହୁଲ ତେୱାତିଆ ବନାମ ପଞ୍ଜାବ କିଙ୍ଗସ୍ :

ଏହି ତାଲିକାରେ ରାହୁଲ ତେୱାତିଆ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୦୨୦ ମସିହାରେ, ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ୍ ଆଜି ବି ଲୋକଙ୍କ ମନରେ ରହିଛି।

Rahul

ଏମିତିକି ଆଇପିଏଲ ଇତିହାସରେ ବି ଏହା ସବୁଠାରୁ ଶ୍ରେଷ୍ଠ ମ୍ୟାଚ୍ ଭାବେ ବିବେଚନା କରାଯାଏ। ଏହାର କାରଣ ହେଉଛି ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ୍ , ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୨୨୪ ରନର ଏକ ବିରାଟ ବଡ଼ ରନ ଟାର୍ଗେଟ ଦେଇଥିଲା। ଏହି ଟାର୍ଗେଟକୁ ପଛରେ ପକାଇ ପଡ଼ିଆକୁ ଆସିଥିବା ରାଜସ୍ଥାନ ରୟାଲ୍ସ ୬ ଟି ୱିକେଟ୍ ହରାଇ ୨୨୬ ରନ୍ ସଂଗ୍ରହ କରିଥିଲା। ରାହୁଲ ତେୱାତିଆ ସେହି ଖେଳାଳି ଯିଏକି ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ ଜିତାଇବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଞ୍ଜାବ କିଙ୍ଗ୍ସର ଫାଷ୍ଟ ବୋଲର କୋଟ୍ରେଲଙ୍କ ଗୋଟିଏ ଓଭରରେ ସେ ୫ଟି ଛକା ମାରି ତେୱାତିଆ ରାଜସ୍ଥାନ ରୟାଲ୍ସର ଏହି ମ୍ୟାଚ ଜିତାଇଥିଲେ। ତେୱାତିଆଙ୍କର ଏହି ବିସ୍ଫୋରକ ପାଳି ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚରେ ବିଜୟୀ କରିଥିଲା। 

୩) ରବିନ୍ଦ୍ର ଜାଡେଜା ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :

ରବିନ୍ଦ୍ର ଜାଡେଜାଙ୍କ କ୍ରୀଡା ପ୍ରଦର୍ଶନ ବିଷୟରେ ଆମେ ସମସ୍ତେ ଅବଗତ। ସେ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିବାରେ ପାରଙ୍ଗମ ।

Jadeja

୨୦୨୧ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଚାଲିଥିବା ଆଇପିଏଲ ମ୍ୟାଚରେ ସେ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଥିଲେ। ୨୦୨୧ ବର୍ଷର ଆଇପିଏଲ୍ ସିଜନରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚର ଶେଷ ଓଭରରେ ୫ ଟି ମାରିଥିଲେ। ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ମାତ୍ର ୨୮ ଟି ବଲରେ ୨୨୨ ର ଷ୍ଟ୍ରାଇକ୍ ହାରରେ ୬୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୪ ଟି ଚୌକା ଓ ୫ଟି ଛକା ମାରିଥିଲେ।ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସର ଶେଷ ଓଭରରେ ହର୍ଷଲ ପଟେଲ ରବିନ୍ଦ୍ର ଜାଡେଜାଙ୍କୁ ବୋଲିଂ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସକୁ ୧୯୧ ସ୍କୋରକୁ ନେବା ପାଇଁ ଜାଡେଜା ହର୍ଷଲଙ୍କ ବୋଲିଂରେ ୫ଟି ଛକା ମାରିଥିଲେ ଏବଂ ଆଇପିଏଲ ଇତିହାସରେ ତୃତୀୟ ଖେଳାଳି ହୋଇଥିଲେ ଯିଏକି ଏକ ଓଭରରେ ୫ଟି ଛକା ମାରିଥିଲେ।