ଇଶାନ କିଶନଙ୍କ ବଡ଼ ବୟାନ, କହିଲେ- ଧୋନି ଭାଇଙ୍କୁ ବୁଝିବା ବହୁତ କଷ୍ଟ, ସେ ମ୍ୟାଚ ମଝିରେ ମୋତେ...

  1. Home
  2. IPL Special

ଇଶାନ କିଶନଙ୍କ ବଡ଼ ବୟାନ, କହିଲେ- ଧୋନି ଭାଇଙ୍କୁ ବୁଝିବା ବହୁତ କଷ୍ଟ, ସେ ମ୍ୟାଚ ମଝିରେ ମୋତେ...

dhoni kisan


କ୍ରିକେଟ୍ ଖବର : ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀଙ୍କୁ ଜଣେ ମହାନ କ୍ରିକେଟର ଭାବେ ଗଣତି କରାଯାଇଥାଏ । ସାରା ବିଶ୍ୱର ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଢେର ଅଧିକ । ଲକ୍ଷ ଲକ୍ଷ ଲୋକଙ୍କ ଭଳି ଯୁବ ତଥା ପ୍ରତିଭାଶାଳୀ ଖେଳାଳୀ ଇଶାନ କିଶାନ ମଧ୍ୟ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ । ଧୋନୀଙ୍କୁ ଏଯାବତ ସବୁଠାରୁ ଚତୁର ଖେଳାଳୀଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଇଥାଏ ।

କେତେକ ଲୋକ ମଇଦାନରେ ଧୋନୀଙ୍କ ଖେଳ ଚାତୁରୀକୁ ବୁଝିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ନିକଟରେ ଇଶାନ କିଶନ ‘ବ୍ରେକଫାଷ୍ଟ ଉଇଥ ଚାମ୍ପିୟନ୍ସ’ ଶୋରେ ନିଜର ବ୍ୟକ୍ତିଗତ ଓ ପ୍ରଫେସନାଲ କଥାକୁ ଖୋଲା ଖୋଲି ଭାବେ ରଖିଛନ୍ତି ।

ishan kishan

ଏହି ସାକ୍ଷାତକାରରେ ସେ ମହାନ କିପର ତଥା ବ୍ୟାଟସମ୍ୟାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି ସମୟରେ ସେ ଏକ ଅନୁଭୂତିକୁ ଶେୟାର କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ମନରେ କ’ଣ ଚାଲିଛି ତାହା ବୁଝିବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ବିଫଳ ହୋଇଛନ୍ତି ।

IPL 2022 : MS Dhoni Scored A Unique Double Hundred In T20 format, know details

ଅନ୍ୟପକ୍ଷରେ ସିଏସକେ ବିପକ୍ଷ ମ୍ୟାଚରେ ତାଙ୍କୁ ଧୋନୀ ଚାପଗ୍ରସ୍ତ କରାଇଥିଲେ ବୋଲି ସେ ସ୍ୱୀକାର କରିଛନ୍‌ତି । ଯେତେବେଳେ ଧୋନି ଇମରାନ ତାହିରଙ୍କ ନିକଟକୁ ଯାଇଥିଲେ ଏବଂ କିଛି କହିବା ପରେ ଆଗାମୀ ବଲରେ ଇଶାନ ଆଉଟ ହୋଇଯାଇଥିଲି । ସେ ଆହୁରି ମଧ୍ୟ କହିଛନ୍ତି ସେ ଭଲ ଖେଳୁଥିଲେ ଏବଂ ବୋଲରଙ୍କ ବଲରେ ଭଲ ରନ ମଧ୍ୟ କରୁଥିଲେ ହେଲେ ଧୋନୀ ଭାଇ ବୋଲରଙ୍କ ପାଖକୁ ଯାଇ କିଛି କହିଥିଲେ । ତା ପର ବଲରେ ମୁଁ ଆଉଟ ହୋଇଯାଇଥିଲି ।