IPL 2022: ଏହି ୩ଟି ଦଳ ପାଖରେ ଅଛି ସବୁଠାରୁ ବିସ୍ଫୋରକ ଓପେନିଂ ଯୋଡି, ଏକାକୀ ଦଳକୁ ଜିତାଇବାର କ୍ଷମତା ଅଛି

  1. Home
  2. IPL Special

IPL 2022: ଏହି ୩ଟି ଦଳ ପାଖରେ ଅଛି ସବୁଠାରୁ ବିସ୍ଫୋରକ ଓପେନିଂ ଯୋଡି, ଏକାକୀ ଦଳକୁ ଜିତାଇବାର କ୍ଷମତା ଅଛି


କ୍ରିକେଟ୍ ଖବର : ମେଗା ନିଲାମ ସରିବା ପରେ, ଆଇପିଏଲ୍ ୨୦୨୨ ଟୁର୍ନାମେଣ୍ଟ ପାଇଁ ସମସ୍ତଙ୍କ ଆଗ୍ରହ ବଢୁଛି। ଆଇପିଏଲ ଆରମ୍ଭ ହେବା ପାଇଁ କେବଳ ଆଉ କିଛି ଦିନ ବାକି ଅଛି। ଏଥର ସମସ୍ତ ଦଳର ଫ୍ରାଞ୍ଚାଇଜ୍ ନିଲାମ ସମୟରେ ଖେଳାଳିଙ୍କ ଉପରେ ଟେଣ୍ଡର ପ୍ରସ୍ତୁତ କରି ଏକ ଜବରଦସ୍ତ ଦଳ ପ୍ରସ୍ତୁତ କରିଛନ୍ତି, କିନ୍ତୁ ୧୦ଟି ଦଳ ମଧ୍ୟରୁ ତିନୋଟି ଦଳ ଏପରି ଅଛନ୍ତି ଯେଉଁମାନେ କି ଏହି ଟୁର୍ନାମେଣ୍ଟ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ସବୁଠାରୁ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ଯୋଡି ହୋଇଛନ୍ତି। ବର୍ତ୍ତମାନ ଏହି ତିନିଟି ଦଳ ପାଖରେ IPL 2022 ପାଇଁ ସବୁଠାରୁ ଶକ୍ତିଶାଳୀ ଓପନିଂ ଯୋଡି ଅଛି।

ଦିଲ୍ଲୀ କ୍ୟାପିଟାଲ୍ସ :

ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ୨୦୨୨ ପାଇଁ ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣରଙ୍କୁ କିଣିଛି। ଡେଭିଡ ୱାର୍ଣ୍ଣର ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଧିନାୟକତ୍ୱ କରିଛନ୍ତି। ତେବେ ଗତ ସିଜନରେ ଦଳ ତାଙ୍କୁ ଅଧିନାୟକତ୍ୱ ପଦରୁ ହଟାଇଥିଲା। ଆଉ ବର୍ତ୍ତମାନ ଚଳିତବର୍ଷର ସିଜନରୁ ତାଙ୍କୁ ଦଳରେ ସ୍ଥାନ ଦେଇନଥିଲା।  କିନ୍ତୁ ମେଗା ନିଲାମ ସମୟରେ ଡେଭିଡ ୱାର୍ଣ୍ଣରଙ୍କୁ ଦିଲ୍ଲୀ କିଣିଛି। ୱାର୍ଣ୍ଣରଙ୍କ ବିଷୟରେ କହିବାକୁ ଗଲେ ସେ ଏପରି ଜଣେ ବ୍ୟାଟ୍ସମ୍ୟାନ୍ ଯିଏ ନିଜେ ହିଁ ଦଳକୁ ମ୍ୟାଚ ଜିତାଇବାରେ ସାମର୍ଥ୍ୟ ରଖନ୍ତି।

dc

୨୦୧୬ ମସିହାରେ, ସେ ହାଇଦ୍ରାବାଦକୁ ନିଜର ଦମ ବଳରେ ଆଇପିଏଲ୍ ଟ୍ରଫି ଜିତାଇଥିଲେ। ଗୋଟିଏ ପଟେ ଦିଲ୍ଲୀ, ଡେଭିଡ୍ ୱାର୍ଣ୍ଣରଙ୍କ ଭଳି ବିସ୍ଫୋରକ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇଥିବା ବେଳେ, ଅନ୍ୟପଟେ ୱାର୍ଣ୍ଣରଙ୍କୁ ସହଯୋଗ କରିବା ପାଇଁ ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ପୃଥୀ ଶ' ଅଛନ୍ତି। ଶ'ଙ୍କର ବ୍ୟାଟିଂ ବିଷୟରେ କହିବାକୁ ଗଲେ ତାଙ୍କ ବ୍ୟାଟିଂରେ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହୱାଗଙ୍କ ଝଲକ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ସେ ଭବିଷ୍ୟତରେ ରୋହିତ ଶର୍ମାଙ୍କୁ ବି ବ୍ୟାଟିଂରେ ପଛରେ ପକାଇ ଦେବେ। ୱାର୍ଣ୍ଣର ଏବଂ ଶ'ଙ୍କ ଯୋଡି ଆଇପିଏଲ୍ ୨୦୨୨ ରେ ଦିଲ୍ଲୀକୁ ବହୁ ଆଗକୁ ନେଇପାରନ୍ତି। ସେମାନଙ୍କ ଭଲ ବ୍ୟାଟିଂର ଶକ୍ତି ଉପରେ ଦିଲ୍ଲୀ ମଧ୍ୟ ଟ୍ରଫି ଜିତିବାରେ ସଫଳ ହୋଇପାରେ।

ଚେନ୍ନାଇ ସୁପର କିଙ୍ଗ୍ସ : 

ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲର ସବୁଠାରୁ ସଫଳ ଦଳ ଭାବେ ବିବେଚନା କରାଯାଏ। ଏହି ଦଳ ୪ ଥର ଆଇପିଏଲ ଟାଇଟଲ୍ ଜିତିଛି। ଏଥର CSK ଦଳ ନ୍ୟୁଜିଲ୍ୟାଣ୍ଡର ଡେଭିଡ କନୱେଙ୍କୁ ସେମାନଙ୍କ ଦଳର ଓପନିଂ ପାଇଁ ବାଚିଛି। ଆଇପିଏଲ୍ ୨୦୨୨ରେ ଡେଭିଡ କନୱେ ଟିମ୍ ଇଣ୍ଡିଆର ରିତୁରାଜ ଗାଇକୱାଡଙ୍କ ସହ ମିଶି CSK ପାଇଁ ଓପେନିଂ କରିବେ।

deepak-chahar-csk

ରିତୁରାଜଙ୍କ ବିଷୟରେ ଯଦି ଆମେ ଆଲୋଚନା କରିବା ତେବେ ଆଇପିଏଲର ଗତ ସିଜିନରେ ସେ ବିସ୍ଫୋରକ ବ୍ୟାଟିଂ କରି CSK କୁ ଫାଇନାଲକୁ ନେଇଥିଲେ। କେବଳ ଏତିକି ନୁହେଁ, ଗତ ସିଜନରେ ଟ୍ରଫି ଜିତିବାରେ ସେ CSK ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଗାଇକୱାଡ ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି, ତେଣୁ ଆଶା କରାଯାଇପାରେ ଯେ ସେ ଡେଭିଡ କନୱେଙ୍କ ସହ CSK କୁ ଏକ ଭଲ ଏବଂ ଦୃଢ଼ ପ୍ରାରମ୍ଭ ଦେଇପାରିବେ। 

ଲକ୍ଷ୍ନୌ ସୁପରଜିଆଣ୍ଟସ୍ :

ଆଇପିଏଲ୍ ୨୦୨୨ରେ ଡେବ୍ୟୁ କରିବାକୁ ଯାଉଥିବା ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍ ଡି କକଙ୍କୁ ମେଗା ନିଲାମରେ କିଣିଛି। ଆଉ କ୍ୱିଣ୍ଟନ୍ ଦଳରେ ଅନ୍ତର୍ଭୁକ୍ତ ହେବା ମାତ୍ରେ ଲକ୍ଷ୍ନୌ ଦଳର ଓପନିଂ ବ୍ୟାଟିଂ ମଜବୁତ ହୋଇଛି। ଡିକକ୍ ବିଷୟରେ କହିବାକୁ ଗଲେ, ସେ ଅତ୍ୟନ୍ତ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ସେ ମ୍ୟାଚର ସ୍ଥିତିକୁ ଯେକୌଣସି ସମୟରେ ବଦଳାଇପାରନ୍ତି। ଏଥି ସହିତ, ତାଙ୍କୁ ସହଯୋଗ କରିବାକୁ ଦଳର ଅଧିନାୟକ କେ.ଏଲ୍ ରାହୁଲ ଅଛନ୍ତି, ଯିଏ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି ଏବଂ ବିସ୍ଫୋରକ ଇନିଂସ ଖେଳିବା ପାଇଁ ବେଶ ଜଣାଶୁଣା। ତେବେ ଏହି ଓପନିଂ ବ୍ୟାଟ୍ସମ୍ୟାନମାନଙ୍କ ବ୍ୟାଟିଂର ଶକ୍ତି ଦଳକୁ ଫାଇନାଲରେ ପହଞ୍ଚାଇପାରେ।