IPL 2022 CSK Vs KKR: ଅଧିନାୟକ ଭାବେ ଖେଳିବା ମାତ୍ରେ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ କଲେ ରବିନ୍ଦ୍ର ଜାଡେଜା

  1. Home
  2. IPL Special

IPL 2022 CSK Vs KKR: ଅଧିନାୟକ ଭାବେ ଖେଳିବା ମାତ୍ରେ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ କଲେ ରବିନ୍ଦ୍ର ଜାଡେଜା

Rabindra jadeja IPL record


କ୍ରିକେଟ୍ ଖବର : ଇଣ୍ଡିଆନ ପ୍ରିମିୟର ଲିଗ୍ ( IPL)ର ୧୫ ତମ ସିଜନ ଆରମ୍ଭ ହୋଇଯାଇଛି। ଗତକାଲି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଚେନ୍ନାଇ ଆଉ କୋଲକାତା ଦଳ ମଧ୍ୟରେ ଖେଳାଯାଇଥିଲା। ଆଉ ପ୍ରଥମ ମ୍ୟାଚରେ କୋଲକାତା ୬ ୱିକେଟ୍ ରେ ବିଜୟ ହାସଲ କରିଛି। ଶ୍ରେୟାସ୍ ଆୟରଙ୍କର ଅଧିନାୟକତ୍ୱରେ କୋଲକାତା ଦମଦାର ସୁରୁଆତ୍ କରିଛି। କୋଲକାତା ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରତିବଦଳରେ ଚେନ୍ନାଇ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୫୨ ରନ ମଧ୍ୟରେ ୪ ଟି ବଡ଼ ୱିକେଟ୍ ହରାଇଥିଲା। କିନ୍ତୁ ୫ ନମ୍ବର ୱିକେଟ୍ ପାଇଁ ଧୋନି ଆଉ ନୂତନ ରୂପରେ ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ରବିନ୍ଦ୍ର ଜାଡେଜା ଏକ ଭଲ ପାରି ଖେଳିଥିଲେ। ଉଭୟେ ୫୬ ଟି ବଲ୍ ଖେଳି ୭୦ ରନର୍ ଏକ ଦମଦାର ଭାଗିଦାରୀ କଲେ। ଆଉ ଏହା ମଧ୍ୟରେ ମହେନ୍ଦ୍ର ସିଂ ଧୋନି ୧୫ ତମ ସିଜନର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୩୮ ଟି ବଲ୍ ଖେଳି ଏହି ଅର୍ଦ୍ଧଶତକ କରିଛନ୍ତି। ଫଳରେ ଚେନ୍ନାଇ ଦଳ ନିର୍ଦ୍ଦାରିତ ଓଭରରେ ୫ ୱିକେଟ୍ ହରାଇ ୧୩୧ ରନ କରିବାକୁ ସମର୍ଥ ହୋଇଥିଲା। 

R-Jadeja-Shreyas-Iyer

ଜବାବରେ ୧୩୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରେୟାସ୍ ଆୟରଙ୍କ କୋଲକାତା ଦଳ ୧୮.୩ ଓଭରରେ ୧୩୩ ରନ କରି ମ୍ୟାଚ ଜିତିନେଇଥିଲା। ଦଳ ପକ୍ଷରୁ ଅଜିଙ୍କେ ରାହାଣେ ସର୍ବାଧିକ ୪୪ ରନ କରିଛନ୍ତି। ତେବେ ମୁମ୍ବାଇର ୱାନକେଡେ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା, ବିଶେଷ କଥା ହେଉଛି ଅଧିନାୟକ ଭାବରେ ରବିନ୍ଦ୍ର ଜାଡେଜାଙ୍କ ଏହା ପ୍ରଥମ ମ୍ୟାଚ୍ ରହିଥିଲା। ଆଉ ଅଧିନାୟକ ଭାବରେ ପ୍ରଥମ ମ୍ୟାଚ ଖେଳି ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।

ଅଧିନାୟକ ଭାବେ ଖେଳି ବଡ଼ ରେକର୍ଡ କଲେ ରବିନ୍ଦ୍ର ଜାଡେଜା:

ଗତକାଲିର ମ୍ୟାଚ ଥିଲା ଆଇପିଏଲରେ ରବିନ୍ଦ୍ର ଜାଡେଜାଙ୍କ ୨୦୧ ତମ ମ୍ୟାଚ୍। ସେ ପ୍ରଥମ ଖେଳାଳି ହୋଇଛନ୍ତି ଯିଏ ଏତେ ମ୍ୟାଚ୍ ଖେଳିବା ପରେ ଏକ ଦଳର ଅଧିନାୟକ ହୋଇଛନ୍ତି। ୨୦୦୮ ମସିହା ପରଠାରୁ, ଆଇପିଏଲର ଏକ ଅଂଶ ହୋଇ ରହିଥିବା ରବିନ୍ଦ୍ର ଜାଡେଜା ପ୍ରଥମ ଥର ପାଇଁ ଏକ ଦଳର ଅଧିନାୟକ ହୋଇଛନ୍ତି। 

ଏହା ପୂର୍ବରୁ ଏହି ରେକର୍ଡର ପ୍ରଥମ ସ୍ଥାନରେ ମନୀଷ ପାଣ୍ଡେ ରହିଥିଲେ। କିନ୍ତୁ ତାଙ୍କୁ ବି ପଛରେ ପକାଇ ରବିନ୍ଦ୍ର ଜାଡେଜା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ମନୀଷ ପାଣ୍ଡେ ୧୫୩ ଟି ଆଇପିଏଲ୍ ମ୍ୟାଚ ଖେଳିବା ପରେ କୌଣସି ଏକ ଦଳର ଅଧିନାୟକ ହୋଇଥିବା ବେଳେ, ସାର୍ ରବିନ୍ଦ୍ର ଜାଡେଜା ୨୦୦ ଟି ମ୍ୟାଚ ଖେଳିବା ପରେ କୌଣସି ଏକ ଆଇପିଏଲ୍ ଦଳର ଅଧିନାୟକ ହୋଇଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ, ଜାଡେଜା ଗୋଟିଏ ଦଳ ( ଚେନ୍ନାଇ ସୁପରକିଙ୍ଗସ) ପାଇଁ ହିଁ ଏହି ୨୦୦ ଟି ମ୍ୟାଚ ଖେଳିଛନ୍ତି। 

Jadeja

ଜାଡେଜା ଆଉ ମନୀଷ ପାଣ୍ଡେଙ୍କ ପରେ ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ଅଲରାଉଣ୍ଡର କିରନ୍ ପୋଲାର୍ଡ ରହିଛନ୍ତି ଏହି ରେକର୍ଡ ସୃଷ୍ଟି କରିବାରେ ତୃତୀୟ ସ୍ଥାନରେ। ସେ ୧୩୭ ଟି ମ୍ୟାଚ ଖେଳିବା ପରେ କୌଣସି ଏକ ଦଳର ଅଧିନାୟକ ହୋଇଛନ୍ତି। ଏହା ପରେ ଚତୁର୍ଥ ସ୍ଥାନରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ରହିଛନ୍ତି । ସେ ୧୧୧ ଟି ମ୍ୟାଚ ଖେଳିବା ପରେ କୌଣସି ଏକ ଦଳର ଅଧିନାୟକ ହୋଇଥିଲେ। 

ସୂଚନାଯୋଗ୍ୟ ଯେ, ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ରବିନ୍ଦ୍ର ଜାଡେଜା ହେଉଛନ୍ତି ତୃତୀୟ ଅଧିନାୟକ।  ମହେନ୍ଦ୍ର ସିଂ ଧୋନି ତାଙ୍କ ପୂର୍ବରୁ ଅଧିକାଂଶ ମ୍ୟାଚ୍ ଅଧିନାୟକତ୍ୱ କରିଥିବାବେଳେ ଅବଶିଷ୍ଟ କିଛି ମ୍ୟାଚ୍‌ରେ ସୁରେଶ ରାଇନା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ। ମହେନ୍ଦ୍ର ସିଂ ଧୋନି ୧୯୦ ଟି ମ୍ୟାଚରେ ଚେନ୍ନାଇ ପାଇଁ ଅଧିନାୟକତ୍ୱ କରିଥିବାବେଳେ ୧୧୬ ଟି ମ୍ୟାଚ ଦଳକୁ ଜିତାଇଥିଲେ ଧୋନି। ଆଉ ରାଇନା ମଧ୍ୟ ୫ ଟି ମ୍ୟାଚରେ ଚେନ୍ନାଇ ପାଇଁ ଅଧିନାୟକତ୍ୱ କରିଥିବା ବେଳେ କେବଳ ଗୋଟିଏ ମ୍ୟାଚ ହିଁ ଚେନ୍ନାଇକୁ ଜିତାଇଥିଲେ। ତେବେ ରବିନ୍ଦ୍ର ଜାଡେଜାଙ୍କର ଆଇପିଏଲ୍ କ୍ୟାରିୟର ବହୁତ ଭଲ ରହିଛି। ସେ ଆଇପିଏଲରେ ୨୦୦ଟି ମ୍ୟାଚରେ ୨ଟି ଅର୍ଦ୍ଧଶତକ ସାହାଯ୍ୟରେ ୨୩୮୬ ରନ କରିଥିବା ବେଳେ ବୋଲିଂ କରି ୧୨୭ଟି ୱିକେଟ୍ ହାସଲ କରିଛନ୍ତି।