IPL 2016 ଫାଇନାଲକୁ ନେଇ ଦୁଃଖିତ ଶେନ ୱାଟସନ, କହିଲେ- ସେହି ଦିନ କୋହଲି IPL ଜିତି ପାରିଥାନ୍ତେ ମାତ୍ର ମୁଁ...

  1. Home
  2. IPL Special

IPL 2016 ଫାଇନାଲକୁ ନେଇ ଦୁଃଖିତ ଶେନ ୱାଟସନ, କହିଲେ- ସେହି ଦିନ କୋହଲି IPL ଜିତି ପାରିଥାନ୍ତେ ମାତ୍ର ମୁଁ...

kohli-was-going-to-win-ipl-in-2016-but-i-shane-watson-told-he-is-still-sad-about-the-2016-final-


କ୍ରିକେଟ ଖବର: ଇଣ୍ଡିଆନ ପ୍ରିମିୟର ଲିଗରେ ସଭିଙ୍କର ପସନ୍ଦଯୋଗ୍ୟ ଟିମ ମଧ୍ୟରେ ଗୋଟିଏ ଟିମ ହେଉଛି ରୟାଲ ଚାଲେ୍‌ଞ୍ଜର୍ସ ବାଙ୍ଗାଲୋର। ଏହି ଟିମ୍ ଏପର୍ଯ୍ୟନ୍ତ ହୋଇଥିବା ଆଇପିଏଲର ୧୪ ଟି ସିଜିନରେ ଗୋଟିଏ ଥର ବି ଟାଇଟଲ ଜିତିବାରେ ସଫଳ ହୋଇପାରିନାହିଁ। ଆରସିବି ୨୦୦୯,୨୦୧୧ ଓ ୨୦୧୬ରେ ଆଇପିଏଲର ଫାଇନାଲ ପର୍ଯ୍ୟନ୍ତ ପହଁଚିଥିଲେ ବି ଟ୍ରଫି ଜିତିବାରେ ସଫଳ ହୋଇନାହିଁ। ଡେକାନ ଚାର୍ଜସ, ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦଠାରୁ ଆରସିବିକୁ ଫାଇନାଲରେ ପରାଜୟର ମୁହଁ ଦେଖିବାକୁ ମିଳିଛି।

Ravi Shastri on Kohli's batting position in RCB for IPL 2022

ତେବେ ୨୦୧୬ ମସିହାର ଆଇପିଏଲ ଫାଇନାଲକୁ ଆଜି ବି ବହୁ ପ୍ରଶଂସକ ଭୁଲି ପାରିନାହାନ୍ତି । କାରଣ ଏହି ସିଜିନରେ ଆରସିବି ଭଲ ପ୍ରଦର୍ଶନ କରିଥିଲା ଓ ବିରାଟ କୋହଲି ନିଜ ଫର୍ମର ଶୀର୍ଷରେ ଥିଲେ । ନିକଟରେ ସେଦିନର ଫାଇନାଲ ମ୍ୟାଚକୁ ନେଇ ଶେନ ୱାଟସନ ଏକ ବଡ଼ ବୟାନ ଦେଇଛନ୍ତି । 

Who will be IPL’s first Rs 20 Cr player? Shane Watson names his Top 5 picks

ସେ କହିଛନ୍ତି ଯେ, ଆଇପିଏଲ ୨୦୧୬ର ଫାଇନାଲ ଆଜି ବି ମୋର ମନେ ଅଛି । କାରଣ ମୋତେ ଜଣାଅଛି ଯେ, ଆରସିବି ପାଇଁ କେତେ ମହତ୍ୱ ରଖିଥିଲା। ଆରସିବି ସେହି ବର୍ଷ ଭଲ ଖେଳିଥିଲା ହେଲେ ଶେଷରେ ହାରିଯାଇଥିଲା । ବିରାଟ କୋହଲି ସେହିସମୟରେ ଭଲ ଫର୍ମରେ ଥିଲେ । ସେହି ମହାନ ଖେଳାଳିଙ୍କ ଯୋଗୁଁ ଏହି ଟ୍ରଫି ଜିତିବାର ଭଲ ସୁଯୋଗ ମଧ୍ୟ ଥିଲା । କିନ୍ତୁ ଏହି ମ୍ୟାଚରେ ମୋ ଦ୍ୱାରା ପକାଯାଇଥିବା ବଲ ଯୋଗୁଁ ଗୋଟିଏ ଓଭରର ମ୍ୟାଚର ଦିଗବଦଳିଯାଇଥିଲା , ଯାହାକି ଆଜି ବି ମୋ ମନକୁ ବିଚଳିତ କରୁଛି ।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ବିପକ୍ଷ ଶେଷ ଓଭରରେ ବୋଲିଂ କରୁଥିବାବେଳେ ୱାଟସନ ସେହି ମ୍ୟାଚରେ ୨୪ ରନ୍ ବ୍ୟୟ କରିଥିଲେ। ଆଉ ଏହା ହିଁ ମ୍ୟାଚର ଟର୍ନିଂ ପଏଣ୍ଟ ବୋଲି ପ୍ରମାଣିତ ହୋଇଥିଲା। ଯାହା ଫଳରେ ୨୦୧୬ ମସିହାର ଫାଇନାଲ ଟ୍ରଫି ହାଇଦ୍ରାବାଦ ଜିତିନେଇଥିଲା।