ଅଜିତ ଅଗରକର ଚୟନ କଲେ IPL BEST XI, ଧୋନିଙ୍କୁ ନାହିଁ ଏହି ଖେଳାଳିଙ୍କୁ କଲେ ଅଧିନାୟକ

  1. Home
  2. IPL Special

ଅଜିତ ଅଗରକର ଚୟନ କଲେ IPL BEST XI, ଧୋନିଙ୍କୁ ନାହିଁ ଏହି ଖେଳାଳିଙ୍କୁ କଲେ ଅଧିନାୟକ

Ajit


କ୍ରିକେଟ ଖବର : ପୂର୍ବତନ ଭାରତୀୟ କ୍ରିକେଟର ଅଜିତ ଅଗରକର ଆଇପିଏଲର ସର୍ବୋତ୍ତମ ଖେଳୁଥିବା ଖେଳାଳିଙ୍କୁ ନେଇ ନିଜର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ସେ ଏହି ଦଳରେ ବିଶ୍ୱର ବିଭିନ୍ନ ସ୍ଥାନରୁ ମହାନ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ଦିନେ ନିଜର ଅଲରାଉଣ୍ଡର ପ୍ରଦର୍ଶନ ସହିତ କ୍ରିକେଟ୍ ଉପରେ ଅତୁଳନୀୟ ପ୍ରଭାବ ପକାଇଥିବା ଏହି ପୂର୍ବତନ ଭେଟେରାନ୍ ମଧ୍ୟ ଆଇପିଏଲ୍ ଭଳି ଲିଗରେ ନିଜର ପ୍ରତିଭା ପ୍ରମାଣ କରିଛନ୍ତି। ଅଜିତ ଅଗରକର ଚୟନ କରିଥିବା ଦଳରେ କେଉଁ କେଉଁ ଖେଳାଳିଙ୍କୁ ଚାଲନ୍ତୁ ଏହି ରିପୋର୍ଟରେ ଦେଖିବା...

ଟିମ୍ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତିଥିବା ଅଜିତ ଅଗରକର ମଧ୍ୟ ଆଇପିଏଲରେ ନିଜର ଗୌରବ ବିସ୍ତାର କରିଛନ୍ତି।  ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ମହମ୍ମଦ କୈଫଙ୍କ ସ୍ଥାନରେ ସହକାରୀ ପ୍ରଶିକ୍ଷକ ଭାବରେ ସେମାନଙ୍କ ଫ୍ରାଞ୍ଚାଇଜରେ ଯୋଡିଛନ୍ତି। ଏହି ଖେଳାଳି ଜଣଙ୍କ ଭାରତ ପାଇଁ ୨୬ ଟି ଟେଷ୍ଟ, ୧୯୧ଟି ଦିନିକିଆ ଏବଂ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

IPL player

ଏହି ପୂର୍ବତନ କ୍ରିକେଟର ମଧ୍ୟ ଶ୍ରୀଲଙ୍କାର ମହାନ ବୋଲର ଲାସିଥ ମାଲିଙ୍ଗାଙ୍କୁ ତାଙ୍କ ଦଳରେ ସାମିଲ କରିଛନ୍ତି। ଯିଏକି ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ ଦ୍ୱାରା ବୋଲର କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି। ଏହା ସହିତ ସେ ବ୍ୟାଟିଂ କ୍ରମରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ମଧ୍ୟ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। 

ଅଜିତ ଅଗରକର ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ କ୍ରିସ୍ ଗେଲଙ୍କୁ ତାଙ୍କ ଦଳର ଓପନର୍ ଭାବରେ ଚୟନ କରିଛନ୍ତି। ଯିଏ କ୍ରିକେଟ୍ ଦୁନିଆରେ ଏକ ଭିନ୍ନ ଛାପ ଛାଡିଛନ୍ତି। ଏଥିସହ ତାଙ୍କ ସହିତ ଓପେନିଂ କରିବା ପାଇଁ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ ବ୍ୟାଟ୍ସମ୍ୟାନ୍ ଭାବରେ ଚୟନ କରିଛନ୍ତି। ନମ୍ବର ୩ ରେ ମିଷ୍ଟର ଆଇପିଏଲ୍ ଭାବରେ ଜଣାଶୁଣା ସୁରେଶ ରାଇନାଙ୍କୁ ସେ ତାଙ୍କ ଦଳରେ ସ୍ଥାନ ଦେଇଛନ୍ତି।

Ajit and vk

ଯେତେବେଳେ କି ବିରାଟ କୋହଲିଙ୍କୁ ସେ ଏକାଦଶର ଚାରି ନମ୍ବର ସ୍ଥାନରେ ରଖିଛନ୍ତି। ଏହା ସହିତ ତାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏହା ବ୍ୟତୀତ ସେ ଏହି ଦଳରେ ୫ ଜଣ ବୋଲରଙ୍କୁ ମଧ୍ୟ ଚୟନ କରିଛନ୍ତି। ଲସିଥ ମାଲିଙ୍ଗା, ସୁନୀଲ ନାରିନ୍, ଆଶିଷ ନେହେରା, ଭୁବନେଶ୍ୱର କୁମାରଙ୍କ ପରି ଅଭିଜ୍ଞ ବୋଲରମାନଙ୍କୁ ଅଗରକର ନିଜର ଦଳରେ ସାମିଲ କରିଛନ୍ତି। 

ଅଜିତ ଅଗରକରଙ୍କ IPL BEST XI:

କ୍ରିସ୍ ଗେଲ, ବିରେନ୍ଦ୍ର ସେହୱାଗ, ସୁରେଶ ରାଇନା, ବିରାଟ କୋହଲି(C), ଏ ବି ଡିଭିଲିୟର୍ସ, ଧୋନି(wk), ଜାଡେଜା, ଲସିଥ ମାଲିଙ୍ଗା, ସୁନୀଲ ନାରିନ୍, ଆଶିଷ ନେହେରା, ଭୁବନେଶ୍ୱର କୁମାର