IPL 2022: ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ତାଲିକାରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ଅଛି ଆଗରେ

  1. Home
  2. IPL Special

IPL 2022: ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ତାଲିକାରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ଅଛି ଆଗରେ

orange cap and purple cap list


କ୍ରିକେଟ୍ ଖବର : ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜିନର ଖେଳ ଯେତେ ଆଗକୁ ବଢୁଛି, ସେତିକି ରୋମାଞ୍ଚମୟ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ମ୍ୟାଚ ପରେ ଗୋଟିଏ ମ୍ୟାଚ ହେଉଥିବାବେଳେ ମ୍ୟାଚର ଚିତ୍ର ମଧ୍ୟ ବଦଳିବାରେ ଲାଗିଛି । ବର୍ତ୍ତମାନ ସଂଖ୍ୟା ତାଲିକାରେ ନିଜ ନିଜର ଟିମକୁ ଟପ -୪ରେ ସୁରକ୍ଷିତ ରଖିବା ପାଇଁ ସଂଘର୍ଷ ଜାରି ରହିଛି । ସବୁଠାରୁ ଅରେଞ୍ଜ ଓ ପର୍ପଲ କ୍ୟାପ ମଧ୍ୟରେ ହେଉଥିବା ରେସ ବେଶ୍ ରୋମାଞ୍ଚକର ହେବାରେ ଲାଗିଛି ।

ଆଇପିଏଲର ଏହି ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରନ ବନେଇଥିବା ବ୍ୟାଟସମ୍ୟାନ ଓ ସବୁଠାରୁ ଅଧିକ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଲଗାତାର ପରିବର୍ତ୍ତନ ହେଉଛି । ତେବେ ଆସନ୍ତୁ ନଜର ପକାଇବା ଏହା ଉପରେ ।

ଜୋସ ବଟଲର : 

ipl-2022-most-runs

IPL ର ଏହି ସିଜିନର ଆରମ୍ଭରେ କିଛି ମ୍ୟାଚ ପରେ ଲଗାତାର ଅରେଞ୍ଜ କ୍ୟାପ ରାଜସ୍ଥାନ ରୟାଲସର ଦମଦାମ ବ୍ୟାଟସମ୍ୟାନ ଜୋସ ବଟଲରଙ୍କ ମୁଣ୍ଡରେ ହିଁ ରହିଛି । ଜୋସ ବଟଲର ଲଗାତାର ଏହି ସିଜିନରେ ପ୍ରଭାବି ଖେଳ ପ୍ରଦର୍ଶନ କରୁଛନ୍ତି । ଯିଏ କି ଏପର୍ଯ୍ୟନ୍ତ ୪ଟି ମ୍ୟାଚରେ ସବୁଠାରୁ ଅଧିକ ୨୧୮ ରନ୍ ସଂଗ୍ରହ କରିସାରିଛନ୍ତି ।

ୟୁଜବେନ୍ଦ୍ର ଚହଲ: 

ipl-2022-most-wicket

ଅରେଞ୍ଜ କ୍ୟାପ ପରେ ଏବେ ପର୍ପଲ କ୍ୟାପ କଥା ପଡ଼ିଲେ ୧ ନମ୍ବର ସ୍ଥାନ ବଜାୟ ରଖିଥିବା ଉମେଶ ଯାଦବଙ୍କୁ ହଟାଇ ୟୁଜବେନ୍ଦ୍ର ଚହଲ ସେହି ସ୍ଥାନରେ ରହିଛନ୍ତି । ଚହଲ ଏହି ସିଜିନରେ ୪ଟି ମ୍ୟାଚରେ ୧୧ ଉଇକେଟ ନେଇ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ଉମେଶ ଯାଦବ ରହିଛନ୍ତି । ତୃତୀୟରେ ରହିଛନ୍ତି କୁଲଦୀପ ଯାଦବ ଏହି ଦୌଡ଼ରେ ଅଛନ୍ତି ।