ଟିମ୍ ଇଣ୍ଡିଆ ପରେ , ବର୍ତ୍ତମାନ ଆଇପିଏଲରୁ ମଧ୍ୟ ବାଦ୍ ପଡିବେ ଏହି ଖେଳାଳି, ଧୋନିଙ୍କୁ ଲାଗିଲା ଶକ୍ତ ଧକ୍କା..

  1. Home
  2. IPL Special

ଟିମ୍ ଇଣ୍ଡିଆ ପରେ , ବର୍ତ୍ତମାନ ଆଇପିଏଲରୁ ମଧ୍ୟ ବାଦ୍ ପଡିବେ ଏହି ଖେଳାଳି, ଧୋନିଙ୍କୁ ଲାଗିଲା ଶକ୍ତ ଧକ୍କା..

Team csk


କ୍ରିକେଟ୍ ଖବର : ଗତକାଲିଠାରୁ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳ ଆରମ୍ଭ କରିଛି। ଯାହାର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୪ ରୁ ଆରମ୍ଭ ହେବାକୁ ଯାଉଛି। ଅଧିନାୟକ ଭାବରେ ରୋହିତ ଶର୍ମାଙ୍କ ପାଇଁ ଏହା ପ୍ରଥମ ମ୍ୟାଚ୍। ଆଉ ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ତେବେ ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ମଧ୍ୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି।  ଟିମ୍ ଇଣ୍ଡିଆର ଜଣେ ଶକ୍ତିଶାଳୀ ବୋଲର ଦୀର୍ଘ ଦିନ ଧରି ଦଳରୁ ବାହାରେ ରହିଛନ୍ତି ଏବଂ ବର୍ତ୍ତମାନ ଏହି ଖେଳାଳିଙ୍କ ଆଇପିଏଲ୍ ଖେଳିବାର ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି।

Rohit and deepak

ଅଧିନାୟକ ରୋହିତ ଶର୍ମାଙ୍କ ଅସ୍ତ୍ର କୁହାଯାଉଥିବା ଏହି ଖେଳାଳି ବର୍ତ୍ତମାନ କିଛି ମାସ ହେବ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ଏହା ସହିତ ତାଙ୍କର ଆଇପିଏଲ ଖେଳିବାର ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି। ବାସ୍ତବରେ ଆମେ ଯେଉଁ ଖେଳାଳିଙ୍କ ବିଷୟରେ କହୁଚୁ ସେ ହେଉଛନ୍ତି ଦୀପକ ଚହର, ଯିଏ ୱେଷ୍ଟଇଣ୍ଡିଜ୍ ସିରିଜରେ ଆହତ ହୋଇଥିଲେ। ଆଘାତ ହେତୁ ସେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଯୋଗ ଦେଇ ପାରିନଥିଲେ। ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ, ଆଘାତ କାରଣରୁ ସେ ଆଉ ଆଇପିଏଲରେ ଖେଳିପାରିବେ ନାହିଁ। ଯେଉଁଥିପାଇଁ ଧୋନିଙ୍କ CSKକୁ ଏକ ବଡ ଶକ୍ତ ଧକ୍କା ଲାଗିଛି। 

Dhoni and depak

ଦୀପକ ଚହରଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୧୪ କୋଟି ଟଙ୍କାରେ ଚେନ୍ନାଇ ସୁପରକିଙ୍ଗସ କିଣିଥିଲା।​ ଏହି ନିଲାମରେ ଦୀପକ ଚହର ପ୍ରଥମେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା ବିଡ୍ କରିଥିଲେ, କିନ୍ତୁ ପରେ ଚେନ୍ନାଇ ତାଙ୍କୁ ୧୪ କୋଟି ଟଙ୍କାରେ କିଣି ନିଜ ଦଳରେ ଯୋଡିଥିଲା। କିନ୍ତୁ ଏତେ ଦାମିକା ଭାବେ ବିକ୍ରୟ ହେବା ପରେ ମଧ୍ୟ ଦୀପକ ଚହର ଆଘାତ ଯୋଗୁଁ CSK ପାଇଁ ଖେଳିବାକୁ ସକ୍ଷମ ହେବେ ନାହିଁ। ଯାହା ପାଇଁ ଧୋନିଙ୍କ ଚିନ୍ତା ମଧ୍ୟ ବଢି ଯାଇଥିବା ଖେଳ ପ୍ରସଂଶକମାନେ ଆଲୋଚନା କରୁଛନ୍ତି।