IPL ଟାଇଟଲ ଜିତିନଥିବା 7ଟି ପୁରୁଣା ଟିମ, ଏମାନଙ୍କ ମଧ୍ୟରୁ 4ଟି ଦଳ ଖେଳିଛନ୍ତି ଫାଇନାଲ୍ ମାତ୍ର...

  1. Home
  2. IPL Special

IPL ଟାଇଟଲ ଜିତିନଥିବା 7ଟି ପୁରୁଣା ଟିମ, ଏମାନଙ୍କ ମଧ୍ୟରୁ 4ଟି ଦଳ ଖେଳିଛନ୍ତି ଫାଇନାଲ୍ ମାତ୍ର...

ipl all teams


କ୍ରିକେଟ ଖବର : ଯେତେବେଳେ ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ଖେଳାଯାଇଥିଲା, ସେତେବେଳେ ୮ଟି ଟିମ ଏହାର ଅର୍ନ୍ତଭୁକ୍ତ ଥିଲା। କିନ୍ତୁ ଗତ ୧୫ ବର୍ଷର ଆଇପିଏଲ୍ ଇତିହାସରେ ବହୁ ଅଲଗା ଅଲଗା ଟିମ ଏଥିରେ ସାମିଲ ହୋଇଛନ୍ତି। ଆଇପିଏଲରେ ଏପର୍ଯ୍ୟନ୍ତ ୪ଟି ଟିମ ବାହାରି ବି ସାରିଛନ୍ତି। ଆଇପିଏଲ ୨୦୨୨ରେ ମଧ୍ୟ ୨ଟି ନୂତନ ଟିମ ଗୁଜୁରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମ ଥର ପାଇଁ ଭାଗ ନେଇଛନ୍ତି। ଏହି ୨ଟି ଟିମ ନିଜର ପ୍ରଥମ ସିଜିନରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ ଓ ପ୍ଲେଅଫରେ ବି ନିଜର ସ୍ଥାନ ପକ୍କା କରିଥିଲେ । ତେବେ ଆସନ୍ତୁ ଜାଣିବା ସେହି ୭ଟି ପୁରୁଣା ଟିମ ଯିଏ କି ଆଇପିଏଲ ଟାଇଟଲ ହାସଲ କରିପାରିନାହାନ୍ତି।

୭) କୋଚି ଟସ୍କର୍ସ କେରଳ :

କୋଚି ଟସ୍କର୍ସ କେରଳ ଟିମ ୨୦୧୧ରେ ମାତ୍ର ଗୋଟିଏ ଥର ଆଇପିଏଲରେ ଭାଗ ନେଇଥିଲା । ଏହାପରେ ଟିମ ମାଲିକଙ୍କ ବ୍ୟକ୍ତିଗତ ବିବାଦ ଓ ବିସିସିଆଇକୁ ନିର୍ଦ୍ଧାରିତ ସମୟରେ ସିକ୍ୟୁରିଟି ଅର୍ଥ ନଦେଇପାରିବାରୁ ଏହି ଟିମକୁ ବରଖାସ୍ତ କରିଦିଆଯାଇଥିଲା ।

୬) ପୁଣେ ୱାରିୟର୍ସ ଇଣ୍ଡିଆ :

ପୁଣେ ୱାରିୟର୍ସ ଇଣ୍ଡିଆ ୨୦୧୦ ରୁ ନେଇ ୨୦୧୩ ପର୍ଯ୍ୟନ୍ତ ଆଇପିଏଲରେ ଭାଗ ନେଇଥିଲା । ଇତିମଧ୍ୟରେ ଯୁବରାଜ ସିଂହ, ଷ୍ଟିୱ ସ୍ମିଥ, ରବିନ ଉଥପା ଭଳି ବଡ଼ ବଡ଼ ଖେଳାଳି ଏହି ଟିମରେ ସାମିଲ ଥିଲେ। କିନ୍ତୁ ଦଳ ଥରେ ବି ଆଇପିଏଲ୍ ଟ୍ରଫି ଜିତିପାରିନଥିଲା। 

୫) ଗୁଜୁରାଟ ଲୟାନ୍ସ :

ଗୁଜୁରାଟ ଲୟାନ୍ସ ୨୦୧୬ ଏବଂ ୨୦୧୭ ମସିହାର ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସାମିଲ ଥିଲେ । ମିଷ୍ଟର ଆଇପିଏଲ ନାମରେ ମସହୂର ସୁରେଶ ରାଇନା ଏହି ଟିମର କ୍ୟାପ୍ଟେନ ଥିଲେ । କିନ୍ତୁ ଟିମ ଆଇପିଏଲ ଟାଇଟଲ ଜିତିପାରିନଥିଲା ।

୪) ରାଇଜିଂ ପୁଣେ ସୁପରଜାଏଣ୍ଟସ:

ଏହି ଟିମ୍ ମଧ୍ୟ ୨୦୧୬ ଏବଂ ୨୦୧୭ ମସିହାର ଟୁର୍ଣ୍ଣାମେଣ୍ଟରେ ସାମିଲ ଥିଲା। ୨୦୧୬ ମସିହାରେ ଏମଏସ ଧୋନୀଙ୍କ ନେତୃତ୍ବରେ ଦଳ ଖରାପ ପ୍ରଦର୍ଶନ କରିଥିଲା। କିନ୍ତୁ ୨୦୧୭ ମସିହାରେ ଷ୍ଟିଭ୍ ସ୍ମିଥଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା।  ତେବେ ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାତ୍ର ୧ ରନ୍‌ରେ ସେମାନେ ହାରିଯାଇଥିଲେ ଏବଂ ଟାଇଟଲ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା।

୩) ପଞ୍ଜାବ କିଙ୍ଗସ:

 ପଞ୍ଜାବ କିଙ୍ଗସ ୨୦୦୮ରୁ ହିଁ ଆଇପିଏଲରେ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଟାଇଟଲ ହାସଲ କରିପାରିନାହିଁ । ୨୦୨୦ ମସିହା ଏହି ଦଳ କିଙ୍ଗସ୍ ଏକାଦଶ ପଞ୍ଜାବ ଭାବରେ ଜଣାଶୁଣା ଥିଲା। ଏହି ଦଳ ଆଇପିଏଲ୍ ୨୦୧୪ ରେ ଫାଇନାଲ୍ ପର୍ଯ୍ୟନ୍ତ ପହିଁଛିଥିଲା, କିନ୍ତୁ ସେହି ମ୍ୟାଚ୍ ରେ ସେମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। 

୨) ଦିଲ୍ଲୀ କ୍ୟାପିଟାଲସ:

ଏହି ଦଳ ୨୦୦୮ରୁ ଆଇପିଏଲରେ ସାମିଲ ହୋଇଥିଲେ ବି ଏପର୍ଯ୍ୟନ୍ତ ଟାଇଟଲ ହାସଲ କରିପାରିନାହିଁ । ୨୦୧୮ ମସିହାର ସିଜନ ପର୍ଯ୍ୟନ୍ତ ଏହି ଦଳ ଦିଲ୍ଲୀ ଡେୟାରଡେଭିଲ୍ସ ଭାବରେ ଜଣାଶୁଣା ଥିଲା। ଆଇପିଏଲ୍ ୨୦୨୦ ରେ, ଏହି ଦଳ ଶ୍ରେୟାସ୍ ଆୟରଙ୍କ ଅଧିନାୟକତ୍ୱରେ ଫାଇନାଲ୍ ପର୍ଯ୍ୟନ୍ତ ପହଂଚିଥିଲା। କିନ୍ତୁ ସେମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହିପରି ଭାବରେ ତାଙ୍କର ଟାଇଟଲ୍ ଜିତିବାର ସ୍ୱପ୍ନ ମଧ୍ୟ ଭାଙ୍ଗିଗଲା।

୧) ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର :

ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକମାତ୍ର ଦଳ, ଯିଏକି ୩ ଥର ଫାଇନାଲରେ ପ୍ରବେଶ କରିଛି କିନ୍ତୁ କଦାପି ଚାମ୍ପିଅନ୍ ହୋଇପାରି ନାହିଁ। ୨୦୦୯ ସିଜନରେ ଅନିଲ କୁମ୍ବଲେଙ୍କ ଅଧିନାୟକତ୍ୱରେ, ୨୦୧୧ ରେ ଡାନିଏଲ ଭେଟୋରିଙ୍କ ଅଧିନାୟକତ୍ୱରେ ଏବଂ ୨୦୧୬ ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ପାଇଥିଲା, କିନ୍ତୁ ପ୍ରତ୍ୟେକ ଥର ସେମାନେ ପରାସ୍ତ ହୋଇଥିଲେ।