"ଆମେ ଜିତିଥାନ୍ତୁ କିନ୍ତୁ ..." KKR ଠାରୁ ପରାସ୍ତ ହେବା ପରେ ଫାଫ୍ ଡୁପଲେସିସ୍ ଦେଲେ ବଡ଼ ବୟାନ୍, ଏହି ଭାରତୀୟ ଖେଳାଳିଙ୍କ କଲେ ପ୍ରଶଂସା

  1. Home
  2. IPL Top News

"ଆମେ ଜିତିଥାନ୍ତୁ କିନ୍ତୁ ..." KKR ଠାରୁ ପରାସ୍ତ ହେବା ପରେ ଫାଫ୍ ଡୁପଲେସିସ୍ ଦେଲେ ବଡ଼ ବୟାନ୍, ଏହି ଭାରତୀୟ ଖେଳାଳିଙ୍କ କଲେ ପ୍ରଶଂସା

KKR-vs-RCB-faf


କ୍ରିକେଟ୍ ଖବର: ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆରସିବି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି 204 ରନ୍ ସ୍କୋର କରିଥିଲା। ଆଉ 205 ରନର ଟାର୍ଗେଟକୁ ଫଲୋ କରି ଆରସିବି ଦଳ 20 ଓଭରରେ 123 ରନରେ ହିଁ ରହିଗଲା ଏବଂ କେକେଆର୍ ଏହି ମ୍ୟାଚକୁ 81 ରନରେ ଜିତିଗଲା। 

faf st

ତେବେ ଏହି ମ୍ୟାଚ୍‌ରେ ପରାଜୟ ପରେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏକ ବଡ଼ ବୟାନ୍ ଦେଇଛନ୍ତି। ଆହୁରି ସେ କେକେଆର ଦଳର ଜଣେ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। 

kkr

ସେ କହିଛନ୍ତି ଯେ, “ଗୋଟିଏ ପର୍ଯ୍ୟାୟରେ ଆମେ ତାଙ୍କୁ ଶୀଘ୍ର ଆଉଟ୍ କରିବୁ ବୋଲି ନିକଟତର ହୋଇଥିଲୁ, କିନ୍ତୁ ଶାର୍ଦ୍ଦୁଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହା ପରେ ସେମାନଙ୍କର ସ୍ପିନରମାନେ ଆମକୁ ସର୍ବୋତ୍ତମ ଉପାୟରେ ଅଟକାଇଲେ। ଯଦି ଆମେ ସେମାନଙ୍କୁ 160 ରେ ସୀମିତ କରିଥାନ୍ତୁ, ଏହା ଆମର ମ୍ୟାଚ୍ ହୋଇଥାନ୍ତା। ଆମେ ଏହି ପରାଜୟରୁ ଶିକ୍ଷା ଗ୍ରହଣ କରିବାକୁ ଚେଷ୍ଟା କରିବୁ। ଆଜି ରାତି ଆମର ରାତି ନଥିଲା, ଆମେ ମଧ୍ୟ କିଛି ରଣନୀତିକୁ ଭୁଲ କରିଥିଲୁ।"

ଆହୁରି ପଢ଼ନ୍ତୁ: ପଞ୍ଜାବର ବିଜୟ ସହିତ ପଏଣ୍ଟ ଟେବୁଲରେ ହେଲା ବଡ଼ ଧରଣର ଅଦଳବଦଳ, RR ଏବଂ RCB କୁ ଲାଗିଲା ଏକ ବଡ଼ ଝଟକା