IPL ରୁ MS ଧୋନିଙ୍କୁ ନେଇ ବଡ଼ ବୟାନ ଦେଲେ ସେହୱାଗ, କହିଲେ "ଏମିତି ହେଲେ ଶୀଘ୍ର ବ୍ୟାନ୍ ହେବ CSK, ନହେଲେ..."

  1. Home
  2. IPL Top News

IPL ରୁ MS ଧୋନିଙ୍କୁ ନେଇ ବଡ଼ ବୟାନ ଦେଲେ ସେହୱାଗ, କହିଲେ "ଏମିତି ହେଲେ ଶୀଘ୍ର ବ୍ୟାନ୍ ହେବ CSK, ନହେଲେ..."

swhwag o dhoni


କ୍ରିକେଟ ଖବର: ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଚଳିତ ସିଜନରେ ତିନୋଟି ମ୍ୟାଚ ଜିତିଛି। ପାଞ୍ଚଟି ମ୍ୟାଚ ମଧ୍ୟରୁ ତିନୋଟି ଜିତିବା ପରେ CSK ର ଟେନସନ ବଢିଯାଇଛି। CSK ବୋଲରମାନେ କ୍ରମାଗତ ଭାବରେ ନିରାଶାଜନକ ପ୍ରଦର୍ଶନ କରୁଛନ୍ତି ଏବଂ ପ୍ରତ୍ୟେକ ମ୍ୟାଚରେ ସମାନ ଭୁଲକୁ ଦୋହରାଉଛନ୍ତି ଯାହାକି ଦଳ ପାଇଁ ଉତ୍ତମ ସାବ୍ୟସ୍ତ ହେଉନି। 

ଏହି ସମୟରେ ପୂର୍ବତନ ଭେଟେରାନ କ୍ରିକେଟର ବିରେନ୍ଦ୍ର ସେହୱାଗ ଦାବି କରିଛନ୍ତି ଯେ ଯଦି ମାହିଙ୍କ ବୋଲରମାନେ ସମାନ ଭୁଲକୁ ଦୋହରାନ୍ତି, ତେବେ ସିଏସକେ ଅଧିନାୟକ ଏମଏସ ଧୋନିଙ୍କୁ ଆଇପିଏଲରୁ ବ୍ୟାନ କରାଯିବ। ବାସ୍ତବରେ ସୋମବାର ମ୍ୟାଚ୍‌ରେ CSK ଦଳ ଆରସିବି ଦଳ ସହ ସମ୍ମୁଖୀନ ହୋଇଥିଲା।  ଏହି ମ୍ୟାଚ୍‌ରେ ଚେନ୍ନାଇ 216 ରନ୍‌ର ଏକ ବଡ଼ ସ୍କୋର କରିଥିଲା। ଏହା ସତ୍ତ୍ୱେ CSK ବୋଲରମାନେ ଜୋରଦାର ରନ୍ ଖର୍ଚ୍ଚ କରିଥିଲେ।

csk ipl 2023

ଏହି ମ୍ୟାଚରେ ବୋଲରମାନେ 11 ଟି ଅତିରିକ୍ତ ରନ୍ ଦେଇଥିଲେ। ଯଦିଓ ଚେନ୍ନାଇ ଏହି ମ୍ୟାଚ୍ ଜିତିଛି, କିନ୍ତୁ ସିଏସକେର ଦ୍ରୁତ ବୋଲିଂ ୟୁନିଟ୍ ଏଥର ଅଧିକ ନୋବଲ୍ ଦେଉଛି, ଏହି କାରଣରୁ ବିରେନ୍ଦ୍ର ସେହୱାଗ ଏମଏସ ଧୋନିଙ୍କ ଦଳର ନିଷେଧାଦେଶ ବିଷୟରେ କହିଛନ୍ତି।

ଧୋନିଙ୍କ ଦଳ ବିଷୟରେ କଣ କହିଲେ ବିରେନ୍ଦ୍ର ସେହୱାଗ :

କ୍ରିକବଜ୍ ସହିତ କଥାବାର୍ତ୍ତା କରି ବିରେନ୍ଦ୍ର ସେହୱାଗ CSK ର ବୋଲିଂ ୟୁନିଟ୍ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ, “ଧୋନି ତାଙ୍କ ବୋଲରଙ୍କ ଉପରେ ଖୁସି ମନେ ହେଉନାହାଁନ୍ତି। କାରଣ CSK ବୋଲରମାନେ ଏଥର ଅଧିକ ନୋବଲ୍ ଆଉ wide ପକାଉଛନ୍ତି। ବୋଲରମାନଙ୍କର ଖରାପ ଲାଇନ ରହୁଛି।ସେପଟେ ମହିଷ ତେକ୍ଷାନା ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି ସେହୱାଗ କହିଛନ୍ତି ଯେ “ଯେତେବେଳେ ଜଣେ ସ୍ପିନ୍ ବୋଲର ଏକ wide ବଲ୍ ବୋଲିଂ କରନ୍ତି, ଏହା ଅତ୍ୟନ୍ତ ନିରାଶାଜନକ ଅଟେ। ବୋଲରମାନେ ଅତି କମରେ wide ବଲ ବୋଲିଂ କରିବାକୁ ଚେଷ୍ଟା କରିବା ଉଚିତ୍।"

ଆହୁରି ପଢ଼ନ୍ତୁ: MI vs SRH: ମୁମ୍ବାଇ ଇଣ୍ଡିଆନ୍ସର ଏହି ଷ୍ଟାର୍ ଖେଳାଳି ଅତିଶୀଘ୍ର ଟିମ୍ ଇଣ୍ଡିଆରେ ହେବାକୁ ଯାଉଛନ୍ତି ସାମିଲ୍, ରୋହିତ ଦେଲେ ଇଶାରା