ଥାଲା ଧୋନିଙ୍କ ବ୍ୟାଟିଂ ଦେଖିବା ପାଇଁ ଅନଲାଇନରେ ଏତେ କୋଟି ୟୁଜର୍ ହେଲେ ଏକତ୍ରିତ, ସୃଷ୍ଟି ହେଲା ଏହି ବିରଳ ରେକର୍ଡ

  1. Home
  2. IPL Top News

ଥାଲା ଧୋନିଙ୍କ ବ୍ୟାଟିଂ ଦେଖିବା ପାଇଁ ଅନଲାଇନରେ ଏତେ କୋଟି ୟୁଜର୍ ହେଲେ ଏକତ୍ରିତ, ସୃଷ୍ଟି ହେଲା ଏହି ବିରଳ ରେକର୍ଡ

dhoni batting


କ୍ରିକେଟ ଖବର: ମହେନ୍ଦ୍ର ସିଂ ଧୋନି। ବିଶ୍ୱ କ୍ରିକେଟ୍ ର ସବୁଠାରୁ ବଡ ନାମ। ଧୋନି ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। କିନ୍ତୁ ଏହା ତାଙ୍କ ବ୍ୟାଟିଂ ସ୍ଥିତିରେ କୌଣସି ପରିବର୍ତ୍ତନ ଆଣିନାହିଁ।  ଲୋକମାନେ ତଥାପି ତାଙ୍କୁ ନେଇ ପାଗଳ ଏବଂ ପ୍ରତିବର୍ଷ ଆଇପିଏଲ୍ ସହିତ ଧୋନିଙ୍କ ଫେନ୍ ବେଶ୍ ବଢ଼ିବାରେ ଲାଗିଛି। 

IPL2023 ରେ, ଧୋନିଙ୍କ କ୍ରେଜ୍ ଶିଖରରେ ପହଁଚିଛି।ପ୍ରତ୍ୟେକ ମ୍ୟାଚରେ ଧୋନିଙ୍କ ବ୍ୟାଟିଂ ଦ୍ୱାରା ନୂଆ ରେକର୍ଡ ସୃଷ୍ଟି ହେଉଛି। IPL2023 ର 17 ତମ ମ୍ୟାଚ୍ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଥିବା ଏହି ମ୍ୟାଚ୍ ସମୟରେ ଧୋନି ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲେ ଏବଂ ସେ ଆସିବା ମାତ୍ରେ ଆଇପିଏଲର ଡିଜିଟାଲ ବ୍ରଡକାଷ୍ଟର ଜିଓ ସିନେମାରେ ମ୍ୟାଚ୍ ଦେଖିବା ଲୋକଙ୍କ ସଂଖ୍ୟା ହଠାତ ବଢିଯାଇଥିଲା। ଏହି ସମୟରେ 2.2 କୋଟି ଲୋକ ଧୋନିଙ୍କ ଖେଳ ଦେଖିବାକୁ ଚାହିଁ ରହିଥିଲେ।

dhoni 2.2 cr

ଧୋନି ଏହି ମ୍ୟାଚରେ ତାଙ୍କର ପୁରୁଣା ଫର୍ମରର ଦେଖାଦେଇଥିଲେ। ସେ ମାତ୍ର 17 ବଲରେ 32 ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ତିନିଟି ଛକା ଅନ୍ତର୍ଭୁକ୍ତ। ତେବେ ଧୋନି 15 ଓଭରରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ।  ସେହି ସମୟରେ ଚେନ୍ନାଇ ଜିତିବା ପାଇଁ ପାଞ୍ଚ ଓଭରରେ 63 ରନ୍ ଆବଶ୍ୟକ କରୁଥିଲା ​। ଧୋନି ଏବଂ ଜାଡେଜା ଏକାଠି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଜସ୍ଥାନର ସ୍ପିନରମାନେ ଚେପକ୍ ପିଚ୍କୁ ସଠିକ୍ ଭାବରେ ବ୍ୟବହାର କରିଥିଲେ ଏବଂ ଧୋନି-ଜାଡେଜାଙ୍କୁ ରନ ନ ଦେବା ପାଇଁ ଯୋଜନା କରିଥିଲେ। 

ତେବେ ପରେ ଧୋନି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ଏବଂ ସେହି ସମୟରେ ଜିଓ ସିନେମା ଆପରେ ଦର୍ଶକଙ୍କ ସଂଖ୍ୟା ଦୁଇ କୋଟି ଅତିକ୍ରମ କରିଥିଲା। ସେ ତିନିଟି ବଡ଼ ବଡ଼ ଛକା ମାରିଥିଲେ।  ତାଙ୍କ ସହିତ ଜାଡେଜା ବି 19 ତମ ଓଭରରେ ଦୁଇଟି ଛକା ମାରିଥିଲେ। ତେବେ ଦଳକୁ ଜିତାଇବାରେ ଏହି ଦୁଇ ଖେଳାଳି ଅସମର୍ଥ ହେଲେ, କିନ୍ତୁ ଧୋନି ଆଉ ଜାଡେଜାଙ୍କ ଶେଷ 5 ଓଭର ଖେଳ ପୁରାପୁରି ମ୍ୟାଚର ଗତିପଥକୁ ବଦଳାଇ ଦେଇଥିଲା। 

ଆହୁରି ପଢ଼ନ୍ତୁ: ରାହାଣେ ରିଭ୍ୟୁ ନେବାରୁ ଆଡାମ ଜାମ୍ପା LIVE ମ୍ୟାଚରେ ଅମ୍ପାୟାରଙ୍କ ସହ କଲେ ଯୁକ୍ତିତର୍କ, 3 ମିନିଟର ଡ୍ରାମା ପରେ ହେଲା ନିଷ୍ପତ୍ତି