ନିଜର ଅଧିନାୟକତ୍ୱ ରେ ମ୍ୟାଚ ଜିତିବା ପରେ ପାଣ୍ଡ୍ୟାଙ୍କ ଦେଖାଗଲା ଗର୍ବ ଅହଂକାର, ସେ ରୋହିତ ଙ୍କୁ କଲେ ଅଣଦେଖା ଦେଲେ ନାହିଁ ଟିକିଏ ବି ସମ୍ମାନ

  1. Home
  2. IPL Top News

ନିଜର ଅଧିନାୟକତ୍ୱ ରେ ମ୍ୟାଚ ଜିତିବା ପରେ ପାଣ୍ଡ୍ୟାଙ୍କ ଦେଖାଗଲା ଗର୍ବ ଅହଂକାର, ସେ ରୋହିତ ଙ୍କୁ କଲେ ଅଣଦେଖା ଦେଲେ ନାହିଁ ଟିକିଏ ବି ସମ୍ମାନ


25 ଏପ୍ରିଲରେ ଏକ ବଡ଼ ରୋମାଞ୍ଚକର ମ୍ୟାଚ୍ ଆଇପିଏଲ୍ 2023ରେ ଖେଳାଯାଇଥିଲା।  ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ମୁହାଁମୁହିଁ ହୋଇଥିଲେ। ଉଭୟ ଦଳ ମ୍ୟାଚ ପାଇଁ ଅହମ୍ମଦାବାଦ ଷ୍ଟାଡିୟମରେ ପହଞ୍ଚିଥିଲେ।

ତେବେ ଷ୍ଟାଡିୟମରୁ କିଛି ମଜାଦାର ଚିତ୍ର ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାଇରାଲ ହୋଇଥିଲା। ଯେଉଁଥିରେ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଆଶିଷ ନେହେରା ଏବଂ କିରନ୍ ପୋଲାର୍ଡ ନଜର ଆସିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି।

pandya rohit

ବାସ୍ତବରେ ମ୍ୟାଚ୍ ଆରମ୍ଭ ପୂର୍ବରୁ କିଛି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଚିତ୍ରରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ପୂର୍ବତନ ସାଥୀ ଖେଳାଳି କିରୋନ ପୋଲାର୍ଡଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଚିତ୍ରରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁଜୁରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢନ୍ତୁ: ଧୋନିଙ୍କ ପ୍ରିୟ ଖେଳାଳିଙ୍କ ଠାରୁ ଟିପ୍ସ ନେଇ ଯଶାସୀ ଜୌସୱାଲ କଲେ ଧୋନିଙ୍କ ଦଳକୁ ପରାସ୍ତ, ମ୍ୟାଚ ପରେ ଖୋଲିଲେ ରାଜ୍

News Hub