ରବି ଶାସ୍ତ୍ରୀ ଦେଲେ ବିରାଟ-ଗମ୍ଭୀର ବିବାଦ ଉପରେ ଅଜବ ବିବୃତ୍ତି, କହିଲେ, "ବିରାଟଙ୍କ ମୁହଁରେ ଶୋଭାପାଏ ରାଗ, ମାତ୍ର ଗମ୍ଭୀର..."

  1. Home
  2. IPL Top News

ରବି ଶାସ୍ତ୍ରୀ ଦେଲେ ବିରାଟ-ଗମ୍ଭୀର ବିବାଦ ଉପରେ ଅଜବ ବିବୃତ୍ତି, କହିଲେ, "ବିରାଟଙ୍କ ମୁହଁରେ ଶୋଭାପାଏ ରାଗ, ମାତ୍ର ଗମ୍ଭୀର..."

ravi on kohli gambhir fight


କ୍ରିକେଟ ଖବର: କ୍ରିକେଟ୍ ପଡ଼ିଆରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବାକଯୁଦ୍ଧ ବା ଝଗଡା କାହାକୁ ଅଛପା ନୁହଁ। ସେ 2013 ମସିହାର ଆଇପିଏଲ ସମୟର୍ମ ହେଉ ଅବା ଆଇପିଏଲ୍ 2023 ର 46 ତମ ମ୍ୟାଚ୍ ଝଗଡା ବିଷୟରେ ହେଉ। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରତିଶୋଧର ନିଆଁ ପୁଣି ଥରେ ଦେଖାଦେଇଛି। ଏହି ମ୍ୟାଚରେ ବିରାଟ କୋହଲି ଏବଂ ଗମ୍ଭୀର "ତୁ ତୁ ମେ ମେ" ଦୀର୍ଘ ସମୟ ଧରି ହୋଇଥିବା ଦେଖାଯାଇଥିଲା। 

କ୍ରିକେଟ୍ ପଡ଼ିଆରେ ପ୍ରାୟତଃ ଯୁକ୍ତିତର୍କ ଅନେକ ଥର ଦେଖାଯାଇଛି। ତେବେ ବର୍ତ୍ତମାନ ବିରାଟ-ଗମ୍ଭୀରଙ୍କ ଝଗଡା ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ସହିତ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ବର୍ତ୍ତମାନ ଏହି ବିଷୟରେ ନିଜର ନିରବତାକୁ ଭାଙ୍ଗି ଏହି ପ୍ରସଙ୍ଗରେ ନିଜର ମତାମତ ଦେଇଛନ୍ତି।

kohli gambhir fave to face

ଷ୍ଟାର୍ ସ୍ପୋର୍ଟସରେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି, “ମୋ କହିବାନୁସାରେ, ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏହି ମାମଲା ସମାଧାନ ହେବ। ଏହା ପରେ ଉଭୟ ବୁଝିବେ ଯେ ଏହା ଏକ ଉତ୍ତମ ଉପାୟରେ ସମାଧାନ ହୋଇଥାନ୍ତା। ଉଭୟ ସମାନ ରାଜ୍ୟ ପାଇଁ ଖେଳନ୍ତି ଏବଂ ଏକାଠି ଅନେକ କ୍ରିକେଟ୍ ଖେଳିଛନ୍ତି। ବିରାଟ କୋହଲି ଏକ ଆଇକନ୍ ହୋଇଥିବାବେଳେ ଗୌତମ ଗମ୍ଭୀର ଏକ ଡବଲ୍ ବିଶ୍ୱକପ୍ ବିଜେତା ଖେଳାଳି। ମୁଁ ଭାବୁଛି ଉଭୟ ଏକାଠି ବସିବା ପାଇଁ ପ୍ରସ୍ତୁତ କରାଯିବା ଉଚିତ ଏବଂ ଏହା ଥରେ ଶେଷ ହେବା ଉଚିତ୍।ଏହା ସର୍ବୋତ୍ତମ ହେବ। ଆଉ ଆକ୍ରୋଶ ବା ଏଗ୍ରେସନ୍ କୋହଲିଙ୍କ ବ୍ୟକ୍ତିତ୍ୱକୁ ଶୋଭାପାଏ।"

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟକା, ଏହି ବିସ୍ଫୋରକ ଖେଳାଳି IPL ସମେତ WTC ଫାଇନାଲରୁ ହେଲେ ବାହାର