IPL 2023: ନିଜର ଶେଷ IPL ରେ ଧୋନୀଙ୍କୁ ଲାଗିଲା ବଡ଼ ଝଟକା, ଯିଏ ହୋଇଥାନ୍ତା ଆଗାମୀ ଅଧିନାୟକ ସେ ହିଁ ଅଧାରୁ ଛାଡିଲେ ଦଳର ହାତ!

  1. Home
  2. IPL Top News

IPL 2023: ନିଜର ଶେଷ IPL ରେ ଧୋନୀଙ୍କୁ ଲାଗିଲା ବଡ଼ ଝଟକା, ଯିଏ ହୋଇଥାନ୍ତା ଆଗାମୀ ଅଧିନାୟକ ସେ ହିଁ ଅଧାରୁ ଛାଡିଲେ ଦଳର ହାତ!

dhoni and csk


କ୍ରିକେଟ ଖବର: ଚଳିତବର୍ଷ ନିଜର ବିଦାୟୀ ଆଇପିଏଲ ଖେଳିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ (IPL) ପରେ ଅବସର ନେବେ କ୍ୟାପଟେନ୍ ଧୋନୀ। ଏନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବିଦାୟୀ ଆଇପିଏଲ୍ ଖେଳିବା ପୂର୍ବରୁ ଧୋନୀଙ୍କୁ ଲାଗିଛି ଏକ ଜୋରଦାର ଝଟକା। ଧୋନୀଙ୍କ ବିକଳ୍ପ ଭାବେ ପରିକଳ୍ପନା କରାଯାଉଥିବା ଖେଳାଳି ଏବେ ଅଧାରୁ ଆଇପିଏଲରୁ ବିଦାୟ ନେବେ ବୋଲି ଆଲୋଚନା ହେଉଛି। ସେପଟେ ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ଚେନ୍ନାଇ ସୁପର କିଙ୍ଗସର ମୁଣ୍ଡ ବିନ୍ଧା ଦ୍ଵିଗୁଣ ହୋଇଯାଇଛି।

ଏହି ଖେଳାଳି ଅଧାରୁ ଛାଡିବେ ଦଳର ହାତ :

ମିଳିଥିବା ସୂଚନା ଅନୁଯାୟୀ ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଅଧାରୁ ଆଇପିଏଲ ଛାଡିବେ ବୋଲି ସୂଚନା ରହିଛି। ବେନ ଷ୍ଟୋକ୍ସ ଆୟରଲାଣ୍ଡ ବିରୋଧରେ ଟେଷ୍ଟ ସିରିଜ ଓ ଆସେସ ସିରିଜ ପ୍ରସ୍ତୁତ ପାଇଁ ସେ ଆଗାମୀ ଆଇପିଏଲର ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଷ୍ଟୋକ୍ସ ଗତ ଡିସେମ୍ବର ମାସରେ ହୋଇଥିବା ମିନି ନିଲାମୀରେ ଚେନ୍ନାଇ ସୁପର କିଙ୍ଗସରେ ସବୁଠାରୁ ଅଧିକ ଟଙ୍କା ଦେଇ ତାଙ୍କୁ କିଣିଥିଲା। ଷ୍ଟୋକ୍ସଙ୍କୁ ପ୍ରାୟ ୧୬.୨୫ କୋଟି ଦେଇ କିଣିଥିଲା। 

Ben stokes

ସୂଚନାଯୋଗ୍ୟ ଆସନ୍ତା ମେ ୨୮ରେ IPL ଫାଇନାଲ୍ ଖେଳାଯିବ। ଇଂଲଣ୍ଡ ଦଳ ଜୁନ୍ ୧ରୁ ଆୟର୍ଲାଣ୍ଡରେ ଏକ ଟେଷ୍ଟ ସିରିଜ ଖେଳିବ ଏବଂ ପରେ ସେମାନଙ୍କୁ ୧୬ ଜୁନ୍ ଠାରୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଆସେସ ସିରିଜ। ତେବେ ଏହି ସିରିଜ ଖେଳିବା ପାଇଁ ଷ୍ଟୋକ୍ସ କହିଛନ୍ତି କି ମୁଁ ନିଶ୍ଚିତ ଖେଳିବି। ଏହି ଉଭୟ ସିରିଜ ଖେଳିବା ପାଇଁ ମୋତେ ପର୍ଯ୍ୟାପ୍ତ ସମୟ ମିଳିବା ଆବଶ୍ୟକ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: IPL 2023: ଅକ୍ସନ୍ ରେ ଏହି ୫ ଜଣ ନୂଆ ଖେଳାଳି ବଡ଼ ବଡ଼ ଖେଳାଳିଙ୍କ ଉପରେ ଭାରି ପଡ଼ିଲେ, ହେଲେ କୋଟିପତି