IPL 2023: ମୁମ୍ବାଇ ବିପକ୍ଷରେ ଧୋନି କରିବେ ପ୍ଲେଇଂ XI ବଡ଼ ପରିବର୍ତନ, ଜିତିବା ପାଇଁ ଏହି ଘାତକ ଖେଳାଳିଙ୍କୁ ଦେଇ ପାରନ୍ତି ସୁଯୋଗ !

  1. Home
  2. IPL Top News

IPL 2023: ମୁମ୍ବାଇ ବିପକ୍ଷରେ ଧୋନି କରିବେ ପ୍ଲେଇଂ XI ବଡ଼ ପରିବର୍ତନ, ଜିତିବା ପାଇଁ ଏହି ଘାତକ ଖେଳାଳିଙ୍କୁ ଦେଇ ପାରନ୍ତି ସୁଯୋଗ !


କ୍ରିକେଟ ଖବର: ଯେତେବେଳେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଥାଏ, ସେହି ସମୟରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୁଅନ୍ତି। ଆଇପିଏଲ୍ 2023 ରେ ଆଜି ସନ୍ଧ୍ୟା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ। ଏହାପୂର୍ବରୁ ଆଇପିଏଲରେ ଉଭୟ ଦଳ ମଧ୍ୟରେ 34 ଟି ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଚେନ୍ନାଇ 14 ଟି ମ୍ୟାଚ୍ ଜିତିଛି। ଆଉ ମୁମ୍ବାଇ 20 ଟି ମ୍ୟାଚରେ ଜିତିଛି। 

CSK ଦଳ ସେମାନଙ୍କର ଶେଷ ମ୍ୟାଚ୍ ଜିତିଥିଲା। ଏଥି ସହିତ ମୁମ୍ବାଇକୁ ଗତ ମ୍ୟାଚରେ 8 ଟି ୱିକେଟରେ ଆରସିବି ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା, ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଇଂ 11 ଏହି ମ୍ୟାଚ ପାଇଁ କିପରି ହୋଇପାରେ....

MI ବିପକ୍ଷ ମ୍ୟାଚ ପାଇଁ CSK ଦଳର ସାମ୍ଭାବ୍ୟ ଖେଳାଳି:

ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ରିତୁରାଜ ଗାଇକୱାଡ ଏବଂ ଡିଭନ୍ କନୱେ ଭଲ ଓପେନିଂ କରୁଛନ୍ତି। ସେହି କାରଣରୁ ଆଜିର ମ୍ୟାଚରେ ଏହି ଦୁଇ ଜଣ ଖେଳାଳି ହିଁ ଓପେନିଂ କରିବେ। ଆଉ ତିନି ନମ୍ବରରେ ବେନ୍ ଷ୍ଟୋକ୍ସ ଖେଳିବେ। ଚତୁର୍ଥ ନମ୍ବରରେ ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ମୋଏନ୍ ଅଲି ଖେଳିବେ। ସେ ବର୍ତ୍ତମାନ ଭଲ ବ୍ୟାଟିଂ ଆଉ ବୋଲିଂ କରୁଛନ୍ତି। ସେ ଲକ୍ଷ୍ନୌ ବିପକ୍ଷରେ ଚାରିଟି ୱିକେଟ୍ ନେଇଥିଲେ।

csk ipl 2023

ସେହିପରି ଅମ୍ବାତି ରାୟୁଡୁ ପଞ୍ଚମ ସ୍ଥାନରେ ଖେଳି ପାରନ୍ତି। ଷଷ୍ଠ ନମ୍ବରରେ ଶିବମ୍ ଦୁବେ ଏକ ସୁଯୋଗ ପାଇପାରନ୍ତି। ଆଉ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସବୁବେଳେ ଦଳର ଅଲରାଉଣ୍ଡରଙ୍କୁ ଅଧିକ ପସନ୍ଦ କରନ୍ତି।  ଏଭଳି ପରିସ୍ଥିତିରେ ରବିନ୍ଦ୍ର ଜାଡେଜା ଏବଂ ମିଚେଲ ସାଣ୍ଟନରଙ୍କୁ ସ୍ପିନ୍ ଅଲରାଉଣ୍ଡର ଭାବରେ ଚୟନ କରାଯାଇପାରେ।  ଏଥି ସହିତ ଦ୍ରୁତ ବୋଲିଂ ପାଇଁ ଦୀପକ ଚହର ଏବଂ ରାଜୀବର୍ଦ୍ଧନ ହାଙ୍ଗେକର ଦଳରେ ସ୍ଥାନ ପାଇପାରିବେ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ CSK ର ସାମ୍ଭବ୍ୟ ଏକାଦଶ:

ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ), ରିତୁରାଜ ଗାଇକୱାଡ, ଡିଭନ୍ କନୱେ, ବେନ୍ ଷ୍ଟୋକ୍ସ, ମୋଏନ୍ ଅଲି, ଅମ୍ବାତି ରାୟୁଡୁ, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର୍, ଦୀପକ ଚହର ଏବଂ ରାଜୀବର୍ଦ୍ଧନ ହ୍ୟାଙ୍ଗରଗେକର।

ଆହୁରି ପଢ଼ନ୍ତୁ: IPL 2023: ଏମିତି କରି RCB କୁ ଆଶ୍ଚର୍ଯ୍ୟ କଲା KKR, ଦଳର ସ୍ପିନରମାନେ ସୃଷ୍ଟି କଲେ ରେକର୍ଡ, ଇତିହାସରେ ପ୍ରଥମ ଥର ପାଇଁ ହେଲା ଏମିତି