ପଞ୍ଜାବ ଠାରୁ ମ୍ୟାଚ୍ ଜିତିବା ପରେ ବି ସଞ୍ଜୁ ସାମସନ୍ ହେଲେ ନିରାଶା, କହିଲେ "ଏମିତି ହେଲେ ଆମେ ପ୍ଲେ ଅଫ ରେ ପହଞ୍ଚିବା ଅସମ୍ଭହବ"

  1. Home
  2. IPL Top News

ପଞ୍ଜାବ ଠାରୁ ମ୍ୟାଚ୍ ଜିତିବା ପରେ ବି ସଞ୍ଜୁ ସାମସନ୍ ହେଲେ ନିରାଶା, କହିଲେ "ଏମିତି ହେଲେ ଆମେ ପ୍ଲେ ଅଫ ରେ ପହଞ୍ଚିବା ଅସମ୍ଭହବ"


ମେ 19 ରେ, ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍ସକୁ 4 ୱିକେଟରେ ପରାସ୍ତ କରିଛି। ଲିଗ୍ 2023 ର 66 ତମ ମ୍ୟାଚ୍ ଦୁଇ ଦଳ ମଧ୍ୟରେ  ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ 187 ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ RR ଦଳ 189 ରନ୍ ସଂଗ୍ରହ କରି ମ୍ୟାଚକୁ 4 ୱିକେଟ୍ କବଜା କରିଥିଲା। କିନ୍ତୁ ମ୍ୟାଚ୍ ଜିତିବା ପରେ ମଧ୍ୟ ସଞ୍ଜୁ ନିରାଶ ହୋଇ ଦଳର ପ୍ରଦର୍ଶନ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସଞ୍ଜୁ ସାମସନ ଦଳର ପ୍ରଦର୍ଶନ ସମ୍ପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ , “ଯେତେବେଳେ ଶିମ୍ରନ୍ ହେଟମିୟର ମ୍ୟାଚ୍ ଶେଷରେ ବ୍ୟାଟିଂ କରୁଥିଲେ, ମୁଁ ଭାବିଲି ଆମେ ମ୍ୟାଚ୍ 18.5 ଓଭରରେ ଶେଷ କରିବୁ। ଏକ ଭଲ ଦଳ ହେବା ସତ୍ତ୍ୱେ, ଆମେ IPL 2023 ପଏଣ୍ଟ ଟେବୁଲରେ କେଉଁଠାରେ ଛିଡ଼ା ହୋଇଥିବାର ଦେଖିଲେ ଆଶ୍ଚର୍ଯ୍ୟଜନକ ଲାଗୁଚି।

samson said

ପ୍ରତ୍ୟେକ ମ୍ୟାଚରେ, ମୁଁ ଯଶସ୍ୱୀଙ୍କ ବିଷୟରେ କଥାବାର୍ତ୍ତା କରେ। ସେ ପରିପକ୍ୱତା ଦେଖାଇଛନ୍ତି। ତାଙ୍କୁ ଦେଖିଲେ ଲାଗୁଛି ଯେ ସେ 100ଟି ଟି -20 ମ୍ୟାଚ୍ ଖେଳିଛନ୍ତି।  90 ପ୍ରତିଶତ ମ୍ୟାଚରେ ଆମେ ଜାଣୁ ଯେ ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ଆମର ୱିକେଟ୍ ନେବେ। ଗତ କିଛି ମ୍ୟାଚ୍‌ରେ ଆମେ ଚାପରେ ରହିଥିଲୁ।"