ବିପଦରେ ଧୋନିଙ୍କ ଏହି ବଡ଼ ରେକର୍ଡ, ଏମିତି ଯଦି କାର୍ତ୍ତିକ କରିବାରେ ସଫଳ ହୁଅନ୍ତି ତେବେ ଭାଙ୍ଗିଯିବ ଧୋନିଙ୍କ ରେକର୍ଡ

  1. Home
  2. IPL Top News

ବିପଦରେ ଧୋନିଙ୍କ ଏହି ବଡ଼ ରେକର୍ଡ, ଏମିତି ଯଦି କାର୍ତ୍ତିକ କରିବାରେ ସଫଳ ହୁଅନ୍ତି ତେବେ ଭାଙ୍ଗିଯିବ ଧୋନିଙ୍କ ରେକର୍ଡ

dhoni karthik


କ୍ରିକେଟ ଖବର: ଆଇପିଏଲ୍ 2023 ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚୁଛି। ପ୍ରତ୍ୟେକ ମ୍ୟାଚ୍ ସହିତ ପ୍ଲେ ଅଫ୍ ପାଇଁ ପ୍ରତିଯୋଗିତା ଅଧିକ ରୋମାଞ୍ଚକର ହେଉଛି। ପ୍ରତିଦିନ ନୂଆ ରେକର୍ଡ ତିଆରି କରାଯାଉଛି ଏବଂ ଭଙ୍ଗାଯାଉଛି। ଏହି ସିଜନରେ ସମୁଦାୟ 200 ରନ ଚେଜ୍ ବା ସ୍କୋର କରିବା ଏକ ପରିହାସରେ ପରିଣତ ହୋଇଛି। 

କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ୍ ଇତିହାସରେ ଅଧିକାଂଶ ସଂଖ୍ୟକ ମ୍ୟାଚ୍ ଖେଳିଥିବା ଖେଳାଳୀ କିଏ? ଏହି ପ୍ରଶ୍ନ ଶୁଣି ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଭେଟେରାନଙ୍କ ନାମ ଆପଣଙ୍କ ମନରେ ନିଶ୍ଚୟ ଆସିଥିବ। କିନ୍ତୁ ଏହି ଖେଳାଳିଙ୍କ ତାଲିକାରେ ଏକ ନାମ ମଧ୍ୟ ଅଛି ଯାହାକୁ ଆପଣ ବୋଧହୁଏ ଆଶା କରିବେ ନାହିଁ।

dhoni record

ଆଇପିଏଲ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ CSK ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଅଛି। ଧୋନି ଏପର୍ଯ୍ୟନ୍ତ ମୋଟ 245 ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ତାଙ୍କ ତଳେ ଦୀନେଶ କାର୍ତ୍ତିକ ଅଛନ୍ତି।  କାର୍ତ୍ତିକ ମଧ୍ୟ ତାଙ୍କ ଆଇପିଏଲ କ୍ୟାରିୟରରେ 239 ମ୍ୟାଚ୍ ଖେଳିଛନ୍ତି। ଅର୍ଥାତ୍ ଯଦି କାର୍ତ୍ତିକ ପରବର୍ତ୍ତୀ ସିଜନ ଖେଳନ୍ତି, ତେବେ ସେ ଧୋନିଙ୍କୁ ସହଜରେ ପଛରେ ପକାଇ ପାରିବେ। 

dinesh karthik

ବର୍ତ୍ତମାନ ଖବର ଆସୁଛି ଏହା ଯେ, ଚଳିତ ବର୍ଷ ଧୋନିଙ୍କ ଶେଷ ସିଜିନ ହେବାକୁ ଯାଉଛି। କାର୍ତ୍ତିକ ଯଦି ଆସନ୍ତା ବର୍ଷ ଖେଳନ୍ତି ତେବେ ସେ ଧୋନିଙ୍କ ଏହି ରେକର୍ଡକୁ ଭାଙ୍ଗିବେ। ତେବେ ଡିକେ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ଗୁଜୁରାଟ ଲାୟନ୍ସ, କିଙ୍ଗସ ଇଲେଭେନ୍ ପଞ୍ଜାବ, କେକେଆର, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: ଏହି ଖେଳାଳିଙ୍କ ବ୍ୟାଟିଂ ଦେଖି ତାଯୁବ ହେଲେ କ୍ୟାପଟେନ ରୋହିତ, କହିଲେ "ଆମ ପାଇଁ 200 ରନ ଚେଜ୍ କରିବା କଥା ନୁହଁ କାରଣ..."