ଦେଖନ୍ତୁ ଭିଡିଓ: ସିନିୟରଙ୍କୁ ସମ୍ମାନ ଦେବାକୁ ଭୁଲିଗଲେ ଅର୍ଜୁନ ତେନ୍ଦୁଲକର, LIVE ମ୍ୟାଚରେ ଇଶାନ କିଶନଙ୍କୁ କଲେ ଦୁର୍ବ୍ୟବହାର

  1. Home
  2. IPL Top News

ଦେଖନ୍ତୁ ଭିଡିଓ: ସିନିୟରଙ୍କୁ ସମ୍ମାନ ଦେବାକୁ ଭୁଲିଗଲେ ଅର୍ଜୁନ ତେନ୍ଦୁଲକର, LIVE ମ୍ୟାଚରେ ଇଶାନ କିଶନଙ୍କୁ କଲେ ଦୁର୍ବ୍ୟବହାର

arjun abuse


କ୍ରିକେଟ ଖବର: ଚଳିତବର୍ଷ ଆଇପିଏଲରେ ତେବ୍ୟୁ କରିଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାଙ୍କୁ ଦଳରେ ବୋଲର୍ ଭାବରେ ସାମିଲ୍ କରିଛି। ତେବେ ନିକଟରେ ଅର୍ଜୁନଙ୍କର ଏକ ଭିଡ଼ିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଦଳର ସିନିୟର ଖେଳାଳି ତଥା ଓପନର୍ ଇଶାନ କିଶନଙ୍କୁ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

22 ତାରିଖ ଦିନ ମୁମ୍ବାଇ ଏବଂ ପଞ୍ଜାବ ମଧ୍ୟରେ ଏକ ଭଲ ସଂଘର୍ଷପୂର୍ଣ ମ୍ୟାଚ ହୋଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ ଦଳର 215 ରନ୍‌ର ଟାର୍ଗେଟ ଆଗରେ ମୁମ୍ବାଇ ଦଳ ମାତ୍ର 201 ରନ୍ ସ୍କୋର କରି ମ୍ୟାଚକୁ 13 ରନରେ ହାରିଥିଲା। ଏହି ମ୍ୟାଚରେ ମୁମ୍ବାଇର ବୋଲିଂ ଟିକେ ଅଭାବନୀୟ ମନେ ହେଉଥିଲା ଏବଂ ଦଳରେ ଅଲରାଉଣ୍ଡର ଭୂମିକାରେ ନଜର ଆସିଥିବା ଅର୍ଜୁନ ତେନ୍ଦୁଲକର ମଧ୍ୟ କିଛି ବିଶେଷ କରିପାରିନଥିଲେ। 

arjun abuse ishan

ଏହି ମ୍ୟାଚ୍‌ରେ ସେ ପ୍ରଚଣ୍ଡ ରନ୍ ଖର୍ଚ୍ଚ କରିଥିଲେ। ଆଉ ୱିକେଟ୍ ମଧ୍ୟ ପାଇଥିଲେ। ତାଙ୍କର ଗୋଟିଏ ଓଭରରେ 31ରନ ଆସିଥିଲା। ତେବେ ଗୋଟିଏ ୱିକେଟ୍ ନେବା ପରେ ଅର୍ଜୁନଙ୍କ ଖରାପ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇ ପାଇଁ ଅର୍ଜୁନ ପ୍ରଥମ ଓଭରରେ ଇକୋନୋମି ବଲ୍ ଥିଲା, କିନ୍ତୁ ଏହା ପରେ ସେ ଅଧିକ ରନ୍ ଦେଇଥିଲେ। ପଞ୍ଜାବ ସମ୍ମୁଖରେ ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଜୁନଙ୍କୁ ଚାପରେ ଦେଖିବାକୁ ମିଳିଥିଲା ​​ଏବଂ ସେ ନିଜେ ଇଶାନ କିଶାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା 15 ତମ ଓଭରରେ ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: "6,6,6,6,6..." ପାଣ୍ଡ୍ୟାଙ୍କୁ ଫେଲ୍ କରିବା ପାଇଁ ପାକିସ୍ତାନରୁ ଆସିଲେ ଏହି ଦ୍ରୁତ ଅଲରାଉଣ୍ଡର, 20 ମିନିଟରେ ହାସଲ କଲେ ଦ୍ରୁତତମ T20 ଅର୍ଦ୍ଧଶତକ