ଟି-20 ରେ ଟେଷ୍ଟ ରେ ମ୍ୟାଚ ଖେଳି ନିଜେ ନିଜ ଦଳ କୁ ହରାଇଲେ ଏବଂ ତାପରେ କେ.ଏଲ୍ ରାହୁଲ ଏହି ଖେଳାଳିଙ୍କୁ ଦେଲେ ଦୋଷ

  1. Home
  2. IPL Top News

ଟି-20 ରେ ଟେଷ୍ଟ ରେ ମ୍ୟାଚ ଖେଳି ନିଜେ ନିଜ ଦଳ କୁ ହରାଇଲେ ଏବଂ ତାପରେ କେ.ଏଲ୍ ରାହୁଲ ଏହି ଖେଳାଳିଙ୍କୁ ଦେଲେ ଦୋଷ

kl rahul test player


କ୍ରିକେଟ ଖବର: ଆଇପିଏଲର 21 ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ପଞ୍ଜାବର ଅଧିନାୟକ ସାମ୍ କରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଦଳ 20 ଓଭରରେ 8 ୱିକେଟ୍ ହରାଇ 159 ରନ୍ ସଂଗ୍ରହ କରିଥିଲା।

pbks

ଏହି ଟାର୍ଗେଟକୁ ଅତି ସହଜରେ ହାସଲ କରିଥିଲା ପଞ୍ଜାବ କିଙ୍ଗସ। ଏହି ମ୍ୟାଚକୁ 2 ୱିକେଟରେ ଜିତିଥିଲା ପଞ୍ଜାବ ଦଳ। ଏଥି ସହିତ ସିକନ୍ଦର ରଜା ଏହି ମ୍ୟାଚର ବିଜୟର ହିରୋ ଥିଲେ। ଯିଏ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ, ଆଉ ନିଜ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏଥି ସହିତ, ଏହି ମ୍ୟାଚରେ ପରାଜୟ ପରେ LSG ଅଧିନାୟକ କେ.ଏଲ୍ ରାହୁଲ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି।

ମ୍ୟାଚ ପରେ ଲୋକେଶ ରାହୁଲ କହିଛନ୍ତି:

kl rahul st

"ଆମେ 10 ରନ୍ ପଛରେ ରହିଗଲୁ ଏବଂ ଗତ 10 ଓଭରରେ ଗ୍ରାଉଣ୍ଡ ରେ କାକର ହେବା ଆରମ୍ଭ ହୋଇଥିଲା ​​ଏବଂ ଏହା ବ୍ୟାଟ୍ସମ୍ୟାନ୍ ମାନଙ୍କୁ ସାହାଯ୍ୟ କରିଥିଲା। ଯେତେବେଳେ ଆପଣ ଏକ ନୂଆ ପିଚ୍ ରେ ଖେଳୁଛନ୍ତି, ସେତେବେଳେ ଆପଣ କଳ୍ପନା କରିପାରିବେ ନାହିଁ ଯେ ସ୍କୋର କ’ଣ ହେବ? ମୁ ଶେଷ ପର୍ଯ୍ୟନ୍ତ ଖେଳିବାକୁ ଚେଷ୍ଟା କରିଥିଲି କିନ୍ତୁ ଆଜି ଆମ ବ୍ୟାଟ୍ସମ୍ୟାନମାନେ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ଆଉଟ୍ ହୋଇ ପାଭିଲିୟନକୁ ଆସିଥିଲେ, କିନ୍ତୁ ଯଦି ଏହି ବଲ୍ ଗୁଡିକ ସୀମା ରେଖା ବାହାରେ ଯାଇଥାନ୍ତେ, ତେବେ ଆମେ ସ୍କୋରରେ ପହଞ୍ଚି ପାରିଥାନ୍ତୁ।

ଆହୁରି ପଢ଼ନ୍ତୁ: ସୂର୍ଯ୍ୟ କି ବିରାଟ କୋହଲି ନୁହେଁ, ହରଭଜନ ସିଂ କହିଲେ ଏହି ଖେଳାଳି ହେଉଛନ୍ତି ବିଶ୍ୱର ନମ୍ବର୍ 1 ଟି-20 ବ୍ୟାଟ୍ସମ୍ୟାନ୍