KKR ବିପକ୍ଷରେ ପରାଜୟ ପରେ ଧୋନି ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି, କହିଲେ "ପ୍ରଥମ ରୁ ମୁ ଜାଣିଥିଲି ଆମେ ହାରିଯିବୁ, କାରଣ..."

  1. Home
  2. IPL Top News

KKR ବିପକ୍ଷରେ ପରାଜୟ ପରେ ଧୋନି ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି, କହିଲେ "ପ୍ରଥମ ରୁ ମୁ ଜାଣିଥିଲି ଆମେ ହାରିଯିବୁ, କାରଣ..."

dhoni st


କ୍ରିକେଟ ଖବର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 61 ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତିବା ପରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ସିଏସକେ 6 ୱିକେଟ୍ ହରାଇ 144 ରନ୍ ସଂଗ୍ରହ କରିଥିଲେ। ଏହି ଟାର୍ଗେଟକୁ ଗୋଡାଇବାବେଳେ କେକେଆର ଦଳ ମ୍ୟାଚକୁ 6 ୱିକେଟରେ ଜିତିଥିଲା।ଏହି ମ୍ୟାଚରେ ପରାଜୟ ପରେ କ୍ୟାପଟେନ ଏମଏସ ଧୋନି ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି।

dhoni jadeja

ଧୋନି ପୋଷ୍ଟ ମ୍ୟାଚରେ କହିଥିଲେ ଯେ, "ଦ୍ୱିତୀୟ ଇନିଂସରେ ଆମେ ପ୍ରଥମ ବଲକୁ ବୋଲିଂ କରିବାର କିଛି ମିନିଟରେ ହିଁ ମୋତେ ଲାଗିଥିଲା ଯେ,180 ରନ୍ କରିବା ଆବଶ୍ୟକ ଥିଲା। କିନ୍ତୁ ଏହି ପିଚରେ ଆମେ 180 ରନ୍ ସ୍କୋର କରିପାରିଲୁ ନାହିଁ। ଦ୍ୱିତୀୟ ଇନିଂସରେ ଡିୟୁ ଏକ ବଡ଼ ପରିବର୍ତ୍ତନ କରିଥିଲା। ଆମେ ପ୍ରକୃତରେ ଆମର କୌଣସି ବୋଲରଙ୍କୁ ଦାୟୀ କରିପାରିବୁ ନାହିଁ। କେବଳ ପରିସ୍ଥିତି ଖେଳ ଉପରେ ଏକ ବଡ ପ୍ରଭାବ ପକାଇଥିଲା।

କ୍ୟାପଟେନ ମହେନ୍ଦ୍ର ସିଂ ଧୋନି, ସିଭମ ଦୁବେଙ୍କୁ ପ୍ରଶଂସା କରି କହିଛନ୍ତି “ଶିବମ୍ ଯାହା କରିଛନ୍ତି ସେଥିରେ ମୁଁ ବ୍ୟକ୍ତିଗତ ରୂପେ ବହୁତ ଖୁସି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଅସନ୍ତୁଷ୍ଟ ନୁହଁନ୍ତି ଏବଂ ଉନ୍ନତି ଜାରି ରଖିଛନ୍ତି। ଦୀପକ ଚହର ବଲ୍ ସୁଇଙ୍ଗ୍ କରନ୍ତି, ସେ ଜାଣନ୍ତି କେଉଁ ଅଞ୍ଚଳରେ ବୋଲିଂ କରିବେ ଏବଂ ସେ ସେହି ଅନୁଯାୟୀ ବୋଲିଂ କରନ୍ତି।"

ଆହୁରି ପଢ଼ନ୍ତୁ: 112 ରନ୍ ରେ ବଡ଼ ବିଜୟ ହାସଲ କରି RCB ବଦଳାଇଦେଲା Point Table ସମୀକରଣ, ରାଜସ୍ଥାନ ପ୍ଲେ ଅଫ୍ ହେବ ବାହାର ?