କୋହଲି ଙ୍କୁ ପଛରେ ପକାଇ ରୋହିତ ସୃଷ୍ଟି କଲେ IPL ରେ ଏହି ରେକର୍ଡ, ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତ ଇତିହାସ ତିଆରି କଲେ
କ୍ରିକେଟ ଖବର: ଗତକାଲି ଆଇପିଏଲ 2023ର ଏକ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଆଉ ଏହି ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ବଲରେ ଜିତିଥିଲା। ଏହି ମ୍ୟାଚକୁ ରୋହିତବାହିନୀ 6 ୱିକେଟରେ ଜିତିଥିଲା। ତେବେ ଏହି ମ୍ୟାଚରେ ରୋହିତ ଶର୍ମା 45ଟି ବଲ୍ ଖେଳି 65 ରନ ସଂଗ୍ରହ କରିଥିଲେ। ଏଥିରେ 4ଟି ଛକା ଆଉ 6ଟି ଚୌକା ଅନ୍ତର୍ଭୁକ୍ତ। ସେ 29ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ତେବେ ରୋହିତ ଏହି ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ ବିରାଟ କୋହଲିଙ୍କ ଏକ ରେକର୍ଡକୁ ଭାଗିଛନ୍ତି। ଯାହାକି ଅନ୍ୟ କୋୖଣସି ବ୍ୟାଟ୍ସମ୍ୟାନ୍ ଅତିକ୍ରମ କରି ନଥିଲେ। ବାସ୍ତବରେ ରୋହିତ 45 ବଲରେ 65 ରନ ସ୍କୋର କରିବା ପରେ ଦିଲ୍ଲୀ ବିପକ୍ଷରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ସେ ଏହି ରେକର୍ଡ କରିବାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।
ଦିଲ୍ଲୀ ବିପକ୍ଷରେ ରୋହିତ ଶର୍ମା 33 ଟି ମ୍ୟାଚରେ ହାରାହାରି 31.44 ରେ 970 ରନ୍ ସଂଗ୍ରହ କରି 6 ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥି ସହିତ ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି 26 ଟି ମ୍ୟାଚରେ 925 ରନ୍ ସଂଗ୍ରହ କରିଛନ୍ତି। ଆଉ ଅଜିଙ୍କ୍ୟେ ରାହାଣେଙ୍କ ନାମ ତିନି ନମ୍ବରରେ ଅଛି। ସେ ଦିଲ୍ଲୀ ବିପକ୍ଷରେ 792 ରନ୍ ସଂଗ୍ରହ କରିଛନ୍ତି।
ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ରୋହିତ ନିଜର ଅର୍ଦ୍ଧଶତକ ହାସଲ କରିବା ଲୋଭରେ ଇଶାନ୍ ଙ୍କୁ କଲେ RUN OUT ତେବେ ଈଶାନ ହେଲେ କ୍ରୋଧିତ