ଲକ୍ଷ୍ନୌର ବିଜୟର ଉତ୍ସାହରେ ମତୁଆଲା ହୋଇ ଆବେଶ ଖାନ କରିଦେଲେ ଏଭଳି କାମ, BCCI ଦେଲା ବଡ଼ ଦଣ୍ଡ, ପଢ଼ନ୍ତୁ ପୁରା ଖବର

  1. Home
  2. IPL Top News

ଲକ୍ଷ୍ନୌର ବିଜୟର ଉତ୍ସାହରେ ମତୁଆଲା ହୋଇ ଆବେଶ ଖାନ କରିଦେଲେ ଏଭଳି କାମ, BCCI ଦେଲା ବଡ଼ ଦଣ୍ଡ, ପଢ଼ନ୍ତୁ ପୁରା ଖବର

bcci punish avesh


କ୍ରିକେଟ ଖବର: 10 ଏପ୍ରିଲ ସନ୍ଧ୍ୟାରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶେଷ ବଲ୍ ପର୍ଯ୍ୟନ୍ତ ଏକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଲକ୍ଷ୍ନୌ ଶେଷ ବଲରେ ବାଙ୍ଗାଲୋରକୁ 1 ୱିକେଟରେ ପରାସ୍ତ କରିଛି। ବାଙ୍ଗାଲୋରକୁ ପରାସ୍ତ କରିବା ପରେ ଲକ୍ଷ୍ନୌ ଖେଳାଳିମାନେ ବହୁତ ଉତ୍ସାହିତ ହୋଇଥିଲେ। ଯାହାର ଭିନ୍ନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆବେଶ ଖାନ ହେଲେମେଟ ପକାଇବାର। 

avesh khan punish

ଜିତିବା ପାଇଁ ଲକ୍ଷ୍ନୌ ଶେଷ ବଲରେ 1 ରନ୍ ଆବଶ୍ୟକ କରିଥିଲା। ଆବେଶ ଖାନ ଷ୍ଟ୍ରାଇକରେ ଥିଲେ।  ଆଭେଶ ଖାନ ହର୍ଷଲ ପଟେଲଙ୍କ ଶେଷ ବଲରେ କୌଣସି ସଟ୍ ଖେଳି ପାରିନଥିଲେ, କିନ୍ତୁ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକଙ୍କ ଭୁଲ୍ ଫିଲ୍ଡ ଯୋଗୁଁ ସେ ଏବଂ ରବି ବିଷ୍ଣୁ, ଷ୍ଟ୍ରାଇକ୍ ନଥିବା ବେଳେ ଗୋଟିଏ ରନ କାରଣରୁ ଲକ୍ଷ୍ନୌ ଜିତିବାରେ ସକ୍ଷମ ହୋଇଥିଲେ। ସେତେବେଳେ ଆବେଶ ଖାନ ବିଜୟର ଆନନ୍ଦରେ ମୁଣ୍ଡରୁ ହେଲମେଟ ବାହାର କରି ତଳେ ପକାଇ ଦେଇଥିଲେ। ବିସିସିଆଇ ଏହି ଘଟଣାକୁ ଦେଖି ଆବେଶକୁ ଦଣ୍ଡିତ କରିଛି।

ଆବେଶଙ୍କୁ ଏପରି ଦଣ୍ଡ ଦେଲା BCCI:

ବିଜୟ ପରେ ଆବେଶ ଖାନଙ୍କ ଦ୍ୱାରା ହେଲମେଟ ଫିଙ୍ଗା ଲକ୍ଷ୍ନୌର ପ୍ରଶଂସକମାନେ ପସନ୍ଦ କରିଥାଇ ପାରନ୍ତି, କିନ୍ତୁ ବିସିସିଆଇ ଏହି ଘଟଣା ପାଇଁ ଆବେଶ ଖାନଙ୍କୁ ତାଗିଦ କରିଛି। ବିସିସିଆଇର ଆଇପିଏଲ ୱେବସାଇଟରେ ଏକ ବିବୃତ୍ତିରେ କୁହାଯାଇଛି, 'ଆଭେଶ ଖାନଙ୍କ ଦ୍ୱାରା ହେମଲେଟ ଫିଙ୍ଗିବା ନିୟମର ଉଲ୍ଲଂଘନ, ସ୍ତର 1 ଆଇପିଏଲ ଆଚରଣ ସଂହିତା ଅଧିନିୟମ 2.2 ଅଧୀନରେ ଆସିଛି। ଏଥିପାଇଁ ଆଭେଶଙ୍କୁ ତାଗିଦ କରାଯାଇଛି। ଆଭେଶ ତାଙ୍କ ଭୁଲକୁ ଗ୍ରହଣ କରିଛନ୍ତି। ଏହା ଆଭେଶଙ୍କର ପ୍ରଥମ ଭୁଲ ଥିଲା, ତେଣୁ ବିସିସିଆଇ ତାଙ୍କୁ କେବଳ ତାଗିଦ କରି ଭବିଷ୍ୟତରେ ଏପରି ନକରିବାକୁ ନିର୍ଦ୍ଦେଶ ଦେଇଛି।"

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ଶେଷ ଓଭରରେ RCB କରିବାକୁ ଚାହୁଁଥିଲା ବେଇମାନି, ମାତ୍ର ଶେଷ ବଲ ରେ 1 ରନ୍ କରି ଜିତିଗଲା LSG