ବିରାଟ କରିବେ ଓପନିଂ ଏବଂ କାର୍ତ୍ତିକଙ୍କୁ ମିଳିବ ଏହି ବିଶେଷ ଦାୟିତ୍ୱ, IPL 2023 ରେ RCB ପ୍ଲେଇଂ XI ଏହିପରି ହୋଇପାରେ

  1. Home
  2. IPL Top News

ବିରାଟ କରିବେ ଓପନିଂ ଏବଂ କାର୍ତ୍ତିକଙ୍କୁ ମିଳିବ ଏହି ବିଶେଷ ଦାୟିତ୍ୱ, IPL 2023 ରେ RCB ପ୍ଲେଇଂ XI ଏହିପରି ହୋଇପାରେ

RCB 2023


କ୍ରିକେଟ ଖବର : ଆଇପିଏଲ୍ 2023 ର 16 ତମ ସିଜନ୍ ପାଇଁ ଫାଫ୍ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡିଛି। ମିନି ନିଲାମ ପରେ ଆଉ କିଛି ନୂତନ ଖେଳାଳି ଦଳରେ ପ୍ରବେଶ କରିଛନ୍ତି। ନିଲାମ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ମଧ୍ୟ ବହୁତ ସକ୍ରିୟ ଦେଖାଯାଉଥିଲା ଫ୍ରାଞ୍ଚାଇଜ୍ ମୋଟ 7 ଖେଳାଳି କିଣିଥିଲା ​। ଏଥିରେ 5 ଜଣ ଭାରତୀୟ ଏବଂ 2 ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ। 

rcb

ମିନି ନିଲାମ ପରେ ବାଙ୍ଗାଲୋର ଏକ ଶକ୍ତିଶାଳୀ ଦଳ ଭାବରେ ଜଣାପଡିଛି। କାରଣ ତାଙ୍କ ଦଳରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି, ଯେଉଁମାନେ ଏଥର ଆରସିବିକୁ ପ୍ରଥମ ଟାଇଟଲ୍ ଦେଇ ଅପେକ୍ଷାକୁ ଶେଷ କରିପାରିବେ। ଯଦିଓ ଆଇପିଏଲ୍ ଅଫିସିଆଲ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ମାର୍ଚ୍ଚ-ଏପ୍ରିଲରେ ମ୍ୟାଚ୍ ଖେଳିବାର ସମ୍ଭାବନା ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ମାଧ୍ୟମରେ ଆସନ୍ତୁ ଜାଣିବା ଯେ RCBର ଚୂଡାନ୍ତ ଏକାଦଶ କିପରି ହୋଇପାରେ...

ଓପେନିଂ କରି ପାରନ୍ତି ବିରାଟ ଏବଂ ଡୁପ୍ଲେସି : 

Virat and faf

କ୍ୟାପଟେନ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲି ଆଇପିଏଲ୍ 2023 ର 16 ତମ ସିଜନରେ ଦଳ ପାଇଁ ଓପେନିଂ କରୁଥିବା ଦେଖିବାକୁ ମିଳିବେ। ଉଭୟ ଖେଳାଳି ନୂଆ ବଲରେ ଦମଦାର୍ ଷ୍ଟ୍ରାଇକ୍ କରୁଥିବା ଦେଖାଯାଇଛି।  ଗତ ସିଜନରେ ଉଭୟେ ଅନେକ ମ୍ୟାଚରେ ଓପେନିଂ କରିଥିଲେ। ଗତ ସିଜନରେ ଉଭୟ ଖେଳାଳିଙ୍କ ପ୍ରଦର୍ଶନ ଭଲ ଥିଲା। ଏଥର ମଧ୍ୟ ଏହି ଦୁଇ ଖେଳାଳି ଇନିଂସ ଓପେନ କରୁଥିବାର ଦେଖିବାକୁ ମିଳିବ।

RCB ର ମିଡ଼ିଲ ଅର୍ଡର ରହିବ ଏଭଳି :

ମିଡ଼ିଲ ଅର୍ଡରରେ ଦଳ ପାଇଁ ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ ରହିବେ। ଉଭୟ ଖେଳାଳି ଦଳ ପାଇଁ ହେଉଛନ୍ତି ସବୁଠାରୁ ବିଶ୍ୱସ୍ତ ଖେଳାଳି ଯିଏ କଠିନ ସମୟରେ ଦଳକୁ ରନ୍ ଦିଅନ୍ତି। ଆଉ ଭଲ ଖେଳନ୍ତି ମଧ୍ୟ। ଅବଶ୍ୟ, ଫିନ୍ ଆଲେନଙ୍କୁ ମ୍ୟାକ୍ସୱେଲଙ୍କ ବିକଳ୍ପ ଭାବରେ ସ୍ଥାନ ଦିଆଯାଇଛି।

ଫିନିଶର ଦାୟିତ୍ୱରେ କାର୍ତ୍ତିକ : 

Dk

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଫିନିଶର ଦାୟିତ୍ୱରେ ରହିବେ। ଗତ ବର୍ଷ 180 ରୁ ଅଧିକ ଷ୍ଟ୍ରାଇକ୍ ହାରରେ ବ୍ୟାଟିଂ କରି ସେ 330 ରନ୍ ସ୍କୋର କରିଥିଲେ।  ଯେଉଁଥିପାଇଁ ସେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଂଶ ହେବାର ସୁଯୋଗ ପାଇଥିଲେ। ଏଥି ସହିତ ଯୁବ ଖେଳାଳି ଶାହାବାଜ ଅହମ୍ମଦ ଏବଂ ୱାନିନ୍ଦୁ ହାସରାଙ୍ଗା ମଧ୍ୟ ଶେଷରେ ଦ୍ରୁତ ବ୍ୟାଟିଂ କରିବାର ସାମର୍ଥ୍ୟ ରଖନ୍ତି। ତେଣୁ ସେମାନଙ୍କୁ ବି ସୁଯୋଗ ମିଳିବ। 

ବୋଲିଂ ଦାୟିତ୍ୱରେ ଅଛନ୍ତି ଏହି ସବୁ ବୋଲର୍ :

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ଟି -20 ଫର୍ମାଟରେ ଭଲ ବୋଲିଂ ପାଇଁ ଜଣାଶୁଣା। ସେ ଗତ ବର୍ଷ 12 ଟି ମ୍ୟାଚରେ 20 ଟି ୱିକେଟ୍ ନେଇଥିଲେ। ଏଥି ସହିତ ମହମ୍ମଦ ସିରାଜ ତାଙ୍କୁ ଅନ୍ୟ ପ୍ରାନ୍ତରୁ ସମର୍ଥନ କରିବେ। ନିକଟରେ ବାଂଲାଦେଶ ଗସ୍ତରେ ତାଙ୍କର ପ୍ରଦର୍ଶନ ଭଲ ରହିଛି ଏବଂ ଡେଥ ଓଭରରେ ହର୍ଷଲ ପଟେଲ ମଧ୍ୟ ବିରୋଧୀ ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରନ୍ତି। ଯଦି ଆମେ ସ୍ପିନ୍ ବିଭାଗ ବିଷୟରେ କହିବୁ, ତେବେ ୱାନିନ୍ଦୁ ହାସରାଙ୍ଗା ଏବଂ ଶାହାବାଜ ଅହମ୍ମଦଙ୍କ ସ୍ପିନ୍ ର ଯାଦୁ ଦେଖିବାକୁ ମିଳିବ।

ଆଇପିଏଲ୍ 2023 ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସମ୍ଭାବ୍ୟ ଏକାଦଶ : 

Rcb

ଫାଫ୍ ଡୁପ୍ଲେସି (ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ / ଫିନ୍ ଆଲେନ୍, ମହିପାଲ ଲୋମର, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (wk), ୱାନିନ୍ଦୁ ହସାରଙ୍ଗା, ହର୍ଷଲ ପଟେଲ, ଜୋଶ ହାଜଲେଉଡ୍ / ରିସ୍ ଟୋପଲି, ମହମ୍ମଦ ସିରାଜ।

ଆହୁରି ପଢ଼ନ୍ତୁ : BAN vs IND: ଜରୁରୀ ସମୟରେ ପନ୍ତ ହେଲେ ଫେଲ୍ ତେବେ ରାଗିଲେ ଦର୍ଶକ, ସୋସିଆଲ ମିଡ଼ିଆ ରେ କଲେ ଏମିତିକା ପୋଷ୍ଟ୍