IPL 2022: ଏହି କାରଣରୁ ଦିଲ୍ଲୀ ଖେଳାଳିଙ୍କ ସହିତ ହାତ ମିଶାଇବାକୁ RCB ଟିମକୁ ମନା କରାଯାଇଥିଲା, ପଢନ୍ତୁ ରିପୋର୍ଟ

  1. Home
  2. IPL Top News

IPL 2022: ଏହି କାରଣରୁ ଦିଲ୍ଲୀ ଖେଳାଳିଙ୍କ ସହିତ ହାତ ମିଶାଇବାକୁ RCB ଟିମକୁ ମନା କରାଯାଇଥିଲା, ପଢନ୍ତୁ ରିପୋର୍ଟ

rcb vs dc


କ୍ରିକେଟ୍ ଖବର: ଚଳିତବର୍ଷର IPL ସିଜନର ୩୦ଟି ମ୍ୟାଚ ଖେଳାସରିଛି। ସମସ୍ତ ଦଳ ନିଜ ନିଜର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି । ଚେନ୍ନାଇ ମୁମ୍ବାଇ ଭଳି ଆଗଧାଡ଼ିର ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର୍ ନିମ୍ନରେ ଥିବା ବେଳେ ଗୁଜୁରାଟ ଆଉ ଦିଲ୍ଲୀ ଭଳି ଦଳ ବର୍ତ୍ତମାନ ସେମାନଙ୍କର ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ପ୍ରାରମ୍ଭରେ ରହିଛନ୍ତି।

ତେବେ ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଆଉ ସେହି ମ୍ୟାଚରେ ବାଙ୍ଗାଲୋର ଦଳର ଖେଳାଳିଙ୍କ ପାଇଁ ଏକ ପ୍ରତିବନ୍ଧକ ରଖାଯାଇଥିଲା। ତେବେ ଏହି ମ୍ୟାଚରେ ବାଙ୍ଗାଲୋର ରୋମାଞ୍ଚକର ବିଜୟ ହାସଲ କରିଥିଲା ।

dc vs rcb ipl 2022

ଅନ୍ୟପକ୍ଷରେ ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଖେଳାଳୀଙ୍କୁ ବିସିସିଆଇ ଏକ ଅନୁରୋଧ କରିଥିଲା । ମ୍ୟାଚ୍ ପୂର୍ବରୁ ଦିଲ୍ଲୀ ଓ ଆରସିବି ଖେଳାଳୀଙ୍କୁ ହାତ ନ ମିଳାଇବାକୁ ବିସିସିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା। କରୋନା ଜନିତ ସୁରକ୍ଷା ଦୃଷ୍ଟିରୁ ଏହି ଅନୁରୋଧ ବିସିସିଆଇ ପକ୍ଷରୁ କରାଯାଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଟିମରେ କରୋନା ଚିହ୍ନଟ ପରେ ବୋର୍ଡ ପକ୍ଷରୁ ଏଭଳି ସର୍କୁଲାର ଜାରି କରାଯାଇଥିଲା ।

ଦିଲ୍ଲୀର ଫିଜିଓ ପେଟ୍ରିକ ଫରହାର୍ଟ କରୋନାରେ ସଂକ୍ରମିତ ହେବା ପରେ ପୂରା ଟିମ ଏବେ ସଙ୍ଗରୋଧରେ ରହିଛନ୍ତି । ଏପରିକି ଜଣେ ବିଦେଶୀ ଖେଳାଳୀ ସଂକ୍ରମିତ ହୋଇଥିବାର ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପକ୍ଷ ମ୍ୟାଚରେ ଖେଳାଳୀଙ୍କୁ ହାତ ମିଳାଇବାକୁ ବାଙ୍ଗାଲୋର ଖେଳାଳୀଙ୍କୁ ମନା କରାଯାଇଥିଲା ।