ସୁରେଶ ରାଇନାଙ୍କୁ ମେଗା ନିଲାମରେ କାହିଁକି କିଣିଲାନି CSK ? ଫ୍ରାଞ୍ଚାଇଜ୍ CEO କାଶୀ ବିଶ୍ୱନାଥ ଦେଲେ ଆଶ୍ଚର୍ଯ୍ୟକର ଉତ୍ତର

  1. Home
  2. IPL Top News

ସୁରେଶ ରାଇନାଙ୍କୁ ମେଗା ନିଲାମରେ କାହିଁକି କିଣିଲାନି CSK ? ଫ୍ରାଞ୍ଚାଇଜ୍ CEO କାଶୀ ବିଶ୍ୱନାଥ ଦେଲେ ଆଶ୍ଚର୍ଯ୍ୟକର ଉତ୍ତର


କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ର ମେଗା ନିଲାମରେ, ସମସ୍ତ ପ୍ରାଞ୍ଚାଇଜ୍ ସେମାନଙ୍କର ବହୁ ପୁରୁଣା ଖେଳାଳିଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିବାବେଳେ ଅନେକ ପୁରୁଣା ଖେଳାଳିଙ୍କୁ ଦଳରେ ସାମିଲ କରିନାହାଁନ୍ତି। ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ସମାନ କାର୍ଯ୍ୟ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୨ ପାଇଁ ସୁରେଶ ରାଇନାଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିନାହିଁ। ପ୍ରାୟ ୧୨ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ ରାଇନା। ସୁରେଶ ରାଇନା "ଚିନ୍ନା ଥାଲା" ନାମରେ ମଧ୍ୟ ଜଣାଯାଉଥିଲେ। ତେବେ ଏହାରି ମଧ୍ୟରେ ସିଏସକେର ସିଇଓ କାଶୀ ବିଶ୍ୱନାଥ କାହିଁକି ଫ୍ରାଞ୍ଚାଇଜ ରାଇନାଙ୍କୁ କିଣିଲା ନାହିଁ, ତାହା ବ୍ୟାଖ୍ୟା କରିଛନ୍ତି ।

csk team

ଆଇପିଏଲ ଇତିହାସରେ ସଫଳ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ସୁରେଶ ରାଇନା ଅନ୍ୟତମ। ରାଇନା ବର୍ତ୍ତମାନ ପର୍ଯ୍ୟନ୍ତ ୨୦୫ଟି ଆଇପିଏଲ ମ୍ୟାଚ୍ ଖେଳି ୫୫୨୮ ରନ୍ ସଂଗ୍ରହ କରିଛନ୍ତି। ସେ ଆଇପିଏଲରେ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ସ୍କୋର କରିଥିବା ରନ୍ ମଧ୍ୟରୁ ଚେନ୍ନାଇ ପାଇଁ ଖେଳିବାବେଳେ ସେ ୪୬୭୮ ରନ୍ ସଂଗ୍ରହ କରିଛନ୍ତି। ରାଇନା " ମିଷ୍ଟର୍ ଆଇପିଏଲ୍ " ଭାବରେ ମଧ୍ୟ ବେଶ ଲୋକପ୍ରିୟ। କିନ୍ତୁ ଚଳିତ ସିଜନ ପାଇଁ CSK ତାଙ୍କୁ କିଣିଲା ନାହିଁ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଉ ରାଇନାଙ୍କୁ ନ କିଣିବା ପଛର କାରଣ କହିଛନ୍ତି ଚେନ୍ନାଇ ସୁପରକିଙ୍ଗସର ସିଇଓ କାଶୀ ବିଶ୍ୱନାଥ। ସେ କହିଛନ୍ତି ଯେ ରାଇନା ସିଏସକେ ପାଇଁ କ୍ରମାଗତ ଭାବରେ ଏକ ଦୃଢ଼ ଖେଳ ଖେଳିଛନ୍ତି। କିନ୍ତୁ ଯେତେବେଳେ ନିଲାମରେ ଖେଳାଳିଙ୍କୁ ଚୟନ କରାଯାଇଥିଲା, ସେତେବେଳେ ଦଳ ସଂଯୋଜନା ଏବଂ ଫର୍ମକୁ ମନେ ରଖାଯାଇଥିଲା।

suresh raina

CSK ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ବିଶ୍ୱନାଥ କହିଛନ୍ତି ଯେ, “ଗତ ୧୨ ବର୍ଷ ଧରି ରାଇନା CSK ପାଇଁ କ୍ରମାଗତ ଭାବରେ ଭଲ ଖେଳ ପ୍ରଦର୍ଶନ କରିଆସୁଛନ୍ତି। ହଁ, ନିଲାମ  ସମୟରେ ରାଇନାଙ୍କୁ ନ ବାଛିବା ଆମ ପାଇଁ କଷ୍ଟସାଧ୍ୟ ଥିଲା । କିନ୍ତୁ ସେହି ସମୟରେ ଆମକୁ ବୁଝିବାକୁ ପଡିଥିଲା ଯେ, ଦଳ ଗଠନ ଜଣେ ଖେଳାଳିଙ୍କର ଫର୍ମ ଉପରେ ନିର୍ଭର କରେ ଏବଂ ଆମକୁ କେଉଁ ପ୍ରକାରର ଦଳ ଆବଶ୍ୟକ ତାହା ଆମେ ଧ୍ୟାନରେ ରଖି ଖେଳାଳି ବାଛିଥାଉ। ତେଣୁ ନିଲାମ ସମୟରେ ଆମେ ଅନୁଭବ କଲୁ ଯେ ରାଇନା ଆଉ ଫିଟ ଦେଖାଯାଉନାହାନ୍ତି। ସେ ଆମ ଦଳ ପାଇଁ ଆଉ ଫିଟ୍ ନୁହଁନ୍ତି।

News Hub