ଦେଖନ୍ତୁ ଭିଡ଼ିଓ: କାହିଁକି ହଠାତ ଅଧା ମ୍ୟାଚ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ ପକାଇବା ପାଇଁ ମନା କଲେ କୋହଲି?
କ୍ରିକେଟ ଖବର : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 2022 ଇଣ୍ଡିଆନ୍ ପ୍ରିମିୟର ଲିଗରେ ଟପ୍ -4 ସ୍ଥାନ ପାଇବାକୁ ଆଶା ରଖିଛି କାରଣ ସେମାନେ ଗୁରୁବାର ଦିନ ଲିଗର ଟପ ଦଳ ଗୁଜୁରାଟ ଟାଇଟାନ୍ସକୁ 8 ୱିକେଟରେ ପରାସ୍ତ କରିଛନ୍ତି। 169 ର ଟାର୍ଗେଟକୁ ପଛରେ ପକାଇ ଆରସିବି ଓପନର୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି 54-ବଲରେ 73 ରନ ସଂଗ୍ରହ କରିଥିବା ବେଳେ ଫାଫ ଡୁ ପ୍ଲେସିସ (44) ଏବଂ ଗ୍ଲେନ ମ୍ୟାକ୍ସୱେଲ (40 *) ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ଏହା ଦ୍ୱାରା ଦଳ 8 ୱିକେଟରେ ବିଜୟ ହାସଲ କରିଥିଲା।
ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଟାଇଟାନ୍ସ ପ୍ରଥମ ହୋଇଛି। ଏହା ପରେ ଦ୍ୱିତୀୟ ଦଳ ଭାବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ଲେ ଅଫରେ ପହଞ୍ଚିଛି। ଯେହେତୁ ପୂର୍ବରୁ ଗୁଜୁରାଟ ଦଳ ପ୍ଲେ ଅଫରେ ପହଁଚିସାରିଛି ତେଣୁ ଆରସିବି ବିପକ୍ଷରେ ଫଳାଫଳ ସେମାନଙ୍କର ସ୍ଥିତିକୁ ପ୍ରଭାବିତ କରିନାହିଁ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ ପକାଇବା ପାଇଁ ମନା କଲେ କୋହଲି:
ତେବେ ଏହି ଖେଳ ସମୟରେ ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ କୋହଲି ବୋଲିଂ କରୁଥିବା ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରୋକିଥିଲେ। କାରଣ ଷ୍ଟ୍ରାଇକରେ ଥିବା ବ୍ୟାଟ୍ସମ୍ୟାନ ମ୍ୟାକ୍ସୱଲ୍ ଖେଳିବା ପାଇଁ ପ୍ରସ୍ତୁତ ନ ଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଆଗକୁ ଯାଇ ବୋଲରଙ୍କୁ ଅଟକାଇବାକୁ ସଙ୍କେତ ଦେଇଥିବା ବେଳେ ପାଣ୍ଡ୍ୟା ନିଜର ରନ୍ ଅପ୍ ଆରମ୍ଭ କରିସାରିଥିଲେ। ଅଣ ଷ୍ଟ୍ରାଇକର ଶେଷରେ ଠିଆ ହୋଇଥିବା କୋହଲି ମଧ୍ୟ ପାଣ୍ଡ୍ୟାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କାରଣ ମ୍ୟାକ୍ସୱେଲ ଷ୍ଟ୍ରାଇକ୍ ନେବାକୁ ପ୍ରସ୍ତୁତ ନଥିଲେ।
ତେବେ ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଏକ ଅର୍ଦ୍ଧଶତକ ହାସଲ କରି ଆଇପିଏଲ୍ ପ୍ଲେ-ଅଫ୍ ଦୌଡ଼ରେ ନିଜ ଦଳକୁ ଜୀବନ୍ତ ରଖିଛନ୍ତି। ଏହି ବିଜୟ ସହିତ ଆରସିବି 16 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । କିନ୍ତୁ ଶନିବାର ଦିନ ଦିଲ୍ଲୀ କେପିଟାଲ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚକୁ ଆରସିବି ଅପେକ୍ଷା କରିବାକୁ ପଡିବ। ଯଦି ଏହି ମ୍ୟାଚରେ ଦିଲ୍ଲୀର ପରାଜୟ ହୁଏ ତେବେ ପ୍ଲେ ଅଫ୍ ରେ ଆରସିବିର ସ୍ଥାନ ନିଶ୍ଚିତ। ନହେଲେ କିଙ୍ଗ୍ କୋହଲି ଫର୍ମକୁ ଫେରିବା କୌଣସି ଫଳପ୍ରଦ ହେବ ନାହିଁ।