ଏପ୍ରିଲ ରେ ଆରମ୍ଭ ହେବ ନାହିଁ IPL 2022, ମାତ୍ର ଅମ୍ବାନୀଙ୍କ ଏହି ହାଇ ଫାଇ ଷ୍ଟାଡିଅମ ରେ ହେବ ମ୍ୟାଚ, ଜାଣନ୍ତୁ BCCI କଣ କହୁଛି
କ୍ରିକେଟ୍ ଖବର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଖେଳାଳି ନିଲାମ କାର୍ଯ୍ୟ ଶେଷ ହୋଇଛି। ଗତ ୧୨ ଏବଂ ୧୩ ତାରିଖରେ ବାଙ୍ଗାଲୋରର ହୋଟେଲ ITC ଗାର୍ଡେନିଆରେ ଅନୁଷ୍ଠିତ ହୋଇଥିଲା ଏହି ଖେଳାଳି ନିଲାମ କାର୍ଯ୍ୟ। ପୁରୁଣା ଆଠଟି ଦଳ ନିଲାମ ପୂର୍ବରୁ ମୋଟ ୨୭ ଜଣ ଖେଳାଳିଙ୍କୁ ରିଟେନ କରିଥିଲେ। ଏହା ବ୍ୟତୀତ ଦୁଇଟି ନୂତନ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ପ୍ରତ୍ୟେକ ତିନିଜଣ ଖେଳାଳିଙ୍କୁ ଦଳରେ ଯୋଡିଥିଲେ, ଅର୍ଥାତ୍ ମୋଟ ୩୩ ଖେଳାଳି ନିଲାମ ପୂର୍ବରୁ ୧୦ ଦଳରେ ରହିଥିଲେ। ତେବେ ଚଳିତ ବର୍ଷ ନିଲାମର ସବୁଠାରୁ ମହଙ୍ଗା ଖେଳାଳି ଇଶାନ୍ କିଶାନ୍ ହୋଇଛନ୍ତି। ତାଙ୍କୁ ମୁକେଶ ଆମ୍ବାନୀଙ୍କ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ମୋଟ ୧୫.୨୫ କୋଟିରେ କିଣିଛି।ଏହି ସମୟରେ, ଆଇପିଏଲ୍ ୨୦୨୨ କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୫ ତମ ସିଜନ୍ ଆସନ୍ତା ମାସ ଶେଷରେ ଆରମ୍ଭ ହୋଇପାରେ ଏବଂ ମେ ମାସ ପ୍ରାରମ୍ଭରେ ଶେଷ ହୋଇପାରେ। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆସନ୍ତା ସପ୍ତାହରେ ଆଇପିଏଲ୍ - ୨୦୨୨ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିବ। ଏଥି ସହିତ, କରୋନା କାରଣରୁ ଗତ ସିଜନର ଆଇପିଏଲ୍ ୟୁଏଇରେ ଖେଳାଯାଇଥିଲା କିନ୍ତୁ ଏଥର ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ଭାରତରେ ଆୟୋଜନ କରିବାକୁ ଚାହୁଁଛି।ଏଭଳି ପରିସ୍ଥିତିରେ କରୋନା ଭାଇରସକୁ ଆଖି ଆଗରେ ରହି ବିସିସିଆଇ ଆଇପିଏଲର ସମସ୍ତ ଲିଗ୍ ମ୍ୟାଚ ମହାରାଷ୍ଟ୍ର ରାଜ୍ୟରେ କରିବାକୁ ଯୋଜନା ଚଲାଇଛି।
ବାସ୍ତବରେ, ଗତ ସିଜନର ଆଇପିଏଲ୍ ସମୟରେ, ବିଭିନ୍ନ ଫ୍ରାଞ୍ଚାଇଜରେ କରୋନା ପ୍ରଭାବ ହେତୁ ଟୁର୍ନାମେଣ୍ଟକୁ ମଧ୍ୟଭାଗରେ ବନ୍ଦ କରିଥିଲେ। ତେବେ ଏହାର ଅବଶିଷ୍ଟ ମ୍ୟାଚ୍ ଏବଂ ଫାଇନାଲ୍ ୟୁଏଇରେ ଖେଳାଯାଇଥିଲା। ଏଭଳି ପରିସ୍ଥିତିରେ ପୂର୍ବ ସିଜିନର ଭୁଲରୁ ଶିକ୍ଷା ଗ୍ରହଣ କରି ବୋର୍ଡ ଏଥର କୌଣସି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ ଚଳିତ ବର୍ଷର ଆଇପିଏଲର ସମସ୍ତ ୭୦ ଲିଗ ମ୍ୟାଚ ମହାରାଷ୍ଟ୍ରରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। ଇନ୍ସାଇଡ୍ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଆଇପିଏଲ୍ ର ୧୫ ତମ ସିଜନ୍ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବ ଏବଂ ଏହାର ଅନ୍ତିମ ମ୍ୟାଚ୍ ମେ ମାସ ଶେଷରେ ଖେଳାଯିବ।
ତେବେ ଯେଉଁ ଷ୍ଟାଡିୟମରେ ଆଇପିଏଲ୍ ଖେଳଲାଯିବାକୁ ନେଇ ଆଲୋଚନା ହେଉଛି ସେହି ଷ୍ଟାଡିୟମ ମଧ୍ୟରୁ ରିଲାଏନ୍ସ ଜିଓ ଷ୍ଟାଡିୟମର ନାମ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଷ୍ଟାଡିୟମ ଆଇପିଏଲ୍ ୨୦୨୨ ପାଇଁ ସମ୍ଭାବ୍ୟ ତାଲିକାରେ ଅନ୍ତର୍ଭୂକ୍ତ ହୋଇଛି ଏବଂ ଏହି ଗ୍ରାଉଣ୍ଡରେ ଆଇପିଏଲର ଲିଗ୍ ମ୍ୟାଚ୍ ଗୁଡିକ ଖେଳାଯାଇପାରିବ। ଏହି ଷ୍ଟାଡିୟମ୍ ସମସ୍ତ ଆଧୁନିକ ସୁବିଧା ସହିତ ସଜ୍ଜିତ ଅଛି। ଏହି ଷ୍ଟାଡିୟମ୍ ମୁମ୍ବାଇ ଇଣ୍ଡିଆନ୍ସର ଘରୋଇ ଗ୍ରାଉଣ୍ଡ ମଧ୍ୟ।ଆଇପିଏଲ୍ ୨୦୨୨ ର ପ୍ଲେ ଅଫ୍ ଏବଂ ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବୋଲି ଆଶା କରାଯାଉଛି।