ଦେଖନ୍ତୁ ଭିଡ଼ିଓ : ଏମିତି ଅଜବ ଢଙ୍ଗରେ ହିଟ ୱିକେଟ୍ ହୋଇ ଆଉଟ ହୋଇଗଲେ ସାଇ ସୁଦର୍ଶନ, ହାରିଗଲା ଗୁଜୁରାଟ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ : ଏମିତି ଅଜବ ଢଙ୍ଗରେ ହିଟ ୱିକେଟ୍ ହୋଇ ଆଉଟ ହୋଇଗଲେ ସାଇ ସୁଦର୍ଶନ, ହାରିଗଲା ଗୁଜୁରାଟ

sai sudarsan hit wicket


କ୍ରିକେଟ୍ ଖବର : IPL 2022 ର 51 ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଆଉ ଏହି ମ୍ୟାଚକୁ ମୁମ୍ବାଇ ପଲଟନ ବହୁତ ରୋମାଞ୍ଚକରେ ଜିତିଥିଲେ। ଗୁଜୁରାଟ ଦଳକୁ ଶେଷ ଓଭରରେ ମ୍ୟାଚ ବିଜୟ ପାଇଁ 9 ରନ ଆବଶ୍ୟକ ହେଉଥିବା ବେଳେ ଦଳ ମାତ୍ର 3 ରନ କରି 5 ରନରେ ମ୍ୟାଚ ହାରିଥିଲା। 

ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ଏହା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟାନ୍ସ ସମ୍ମୁଖରେ ଜିତିବା ପାଇଁ 178 ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହି ଟାର୍ଗେଟକୁ ଗୋଡ଼ାଇ ଗୁଜୁରାଟ ଟାଇଟାନ୍ସ ବହୁତ ଭଲ ଆରମ୍ଭ କରିଥିଲା। ଓପନର୍ ରିଦ୍ଧିମାନ ସାହା ଏବଂ ଶୁଭମାନ ଗିଲ 106 ରନର ଏକ ଚମତ୍କାର ଭାଗିଦାରୀ କରିଥିଲେ।

ଏହି ସମୟରେ ଗୁଜୁରାଟ ଟାଇଟାନ୍ସ ପାଇଁ ବ୍ୟାଟିଂ କରୁଥିବା ସାଇ ସୁଦର୍ଶନ ଅତ୍ୟଧିକ ଖରାପ ବ୍ୟାଟିଂ କରି  ହିଟ୍ ୱିକେଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ଆଉ ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗୁଜୁରାଟ ଟାଇଟାନ୍ସର ଇନିଂସ ସମୟରେ 16 ତମ ଓଭରର ଶେଷ ବଲରେ ଏହି ଘଟଣା ଘଟିଥିଲା।  ଯେତେବେଳେ ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ସାଇ ସୁଦର୍ଶନ ବ୍ୟାଟିଂ କରିବାକୁ ଆସିଥିଲେ, କିରନ୍ ପୋଲାର୍ଡ ତାଙ୍କ ସମ୍ମୁଖରେ ବୋଲିଂ କରିଥିଲେ।

sai-sudarshan-mi-gt

ସାଇ ସୁଦର୍ଶନଙ୍କ ସମ୍ମୁଖରେ କିରନ୍ ପୋଲାର୍ଡ ତାଙ୍କର ଦ୍ୱିତୀୟ ଓଭରର ଶେଷ ବଲ୍ ବୋଲିଂ କରିଥିଲେ।  ସାଇ ସୁଦର୍ଶନ ଏହି ବଲକୁ ଖେଳିବାକୁ ଚାହୁଁଥିଲେ, କିନ୍ତୁ ବ୍ୟାଟ୍ ତାଙ୍କ ହାତରୁ ଟିକେ ଢିଲା ହୋଇଯାଇଥିଲା ଯେଉଁ କାରଣରୁ ସେ ହିଟ୍-ୱିକେଟ୍ ହୋଇ ପାଭିଲିୟନ ଫେରିଯାଇଥିଲେ। ଏହା ସହ ସାଇ ସୁଦର୍ଶନଙ୍କ ଇନିଂସ ଏଠାରେ ଶେଷ ହୋଇଥିଲା। ସାଇ ସୁଦର୍ଶନ ଗୋଟିଏ ଚାରି ଏବଂ ଗୋଟିଏ ଛଅ ଛକା ସାହାଯ୍ୟରେ 11 ବଲରେ 14 ରନ୍ ସ୍କୋର କରିଥିଲେ।

ଦେଖନ୍ତୁ ଭିଡ଼ିଓ :