ଦେଖନ୍ତୁ ଭିଡିଓ: ବିରାଟ କୋହଲି ମୁଣ୍ଡ ପୋତି ରନ ପାଇଁ ଦୌଡୁଥିବା ସମୟରେ ହେଲା ଜୋରଦାର ଧକ୍କା

  1. Home
  2. IPL Top News

ଦେଖନ୍ତୁ ଭିଡିଓ: ବିରାଟ କୋହଲି ମୁଣ୍ଡ ପୋତି ରନ ପାଇଁ ଦୌଡୁଥିବା ସମୟରେ ହେଲା ଜୋରଦାର ଧକ୍କା


କ୍ରିକେଟ ଖବର : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଉ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଗତକାଲି ଆଇପିଏଲର 67 ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚକୁ ବାଙ୍ଗାଲୋର ଦଳ 8 ୱିକେଟରେ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ କିଙ୍ଗ୍ କୋହଲି ଦମଦାର୍ ପାରି ଖେଳି ଦଳକୁ ବିଜୟୀ କରାଇଥିଲେ। ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ 5 ୱିକେଟ୍ ହରାଇ 168 ରନ କରିଥିଲା।

169 ରନର ଟାର୍ଗେଟକୁ ପିଛା କରି ଆରସିବି 170 ରନ କରି 18.4 ଓଭରରେ ମ୍ୟାଚ ବିଜୟୀ ହୋଇଥିଲା। ବିରାଟ କୋହଲି ଏହି ମ୍ୟାଚରେ 54 ବଲରେ 73 ରନ ସଂଗ୍ରହ କରିଥିଲେ। ବିରାଟଙ୍କ ବ୍ୟତୀତ ଅଧିନାୟକ ଡୁ ପ୍ଲେସିସ୍ 44 ରନ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ମାତ୍ର 18 ଟି ବଲ ବିସ୍ଫୋରକ ଢଙ୍ଗରେ ଖେଳି 40 ରନ ସଂଗ୍ରହ କରିଥିଲେ। ଯାହା ଫଳରେ ଆରସିବି ଲିଗ୍ ପର୍ଯ୍ୟାୟରେ ନିଜର ଶେଷ ମ୍ୟାଚ ଜିତିଛି। 

kohli collision with sai

RCB ଦଳ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲା ସେହି ସମୟରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା 9ମ ଓଭରରେ ହୋଇଥିଲା। ଗୁଜୁରାଟ ଦଳର ବୋଲର୍ ସାଇ କିଶୋର ଏହି ଓଭର ବୋଲିଂ କରୁଥିଲେ। 9ମ ଓଭରର ତୃତୀୟ ବଲରେ ଏହି ଦୁର୍ଘଟଣା ହୋଇଥିଲା। ବିରାଟ କୋହଲି ଯେତେବେଳେ ଏହି ବଲରେ ଏକ ଶର୍ଟ ଖେଳିଥିଲେ ସେହି ସମୟରେ ସେ ରନ ନେବା ଦୌଡ଼ିବା ଆରମ୍ଭ କଲେ। କିନ୍ତୁ ରନ ଆଉଟ୍ ହେବା ଭୟରେ ସେ ମୁଣ୍ଡ ପୋତି ଏକ ଲୟରେ ଦୌଡ଼ିଥିଲେ। କିନ୍ତୁ ତାଙ୍କ ସମ୍ମୁଖରେ ଠିଆ ହୋଇଥିବା ବୋଲର୍ ସାଇ କିଶୋରକୁ ସେ ବ୍ୟାଟ ଦ୍ୱାରା ଧକ୍କା ଦେଇଥିଲେ। ଯାହାଫଳରେ ଦୁହେଁ କଚାଡି ହୋଇ ତଳେ ପଡ଼ିଥିଲେ। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି। 

ଦେଖନ୍ତୁ ଭିଡ଼ିଓ :