IPL 2022: ଏହି ୩ ଜଣ ଖେଳାଳିଙ୍କୁ ଦଳରୁ ବିଦା କରି ହିନସ୍ତା ହେଉଛି ଚେନ୍ନାଇ, ବର୍ତ୍ତମାନ ବିଜୟ ପାଇଁ କରୁଛି ସଂଘର୍ଷ

  1. Home
  2. IPL Top News

IPL 2022: ଏହି ୩ ଜଣ ଖେଳାଳିଙ୍କୁ ଦଳରୁ ବିଦା କରି ହିନସ୍ତା ହେଉଛି ଚେନ୍ନାଇ, ବର୍ତ୍ତମାନ ବିଜୟ ପାଇଁ କରୁଛି ସଂଘର୍ଷ

Chennai-Super-Kings


କ୍ରିକେଟ ଖବର: IPL 2022 ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଅତ୍ୟନ୍ତ ନିରାଶଜନକ ରହିଛି। ଚଳିତ ବର୍ଷ CSK ଦଳ ଜିତିବା ପାଇଁ ସଂଘର୍ଷ କରୁଛି । ଆଇପିଏଲରେ ଚାରିଥର ଚାମ୍ପିୟନ ଦଳ ଚଳିତ ବର୍ଷ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ଅଛି। ଏହାର କାରଣ ହେଉଛି ଦଳ ତାହାର ପୁରୁଣା ଖେଳାଳିଙ୍କୁ ଛାଡିଦେଇଛି। ତେବେ ଆଜି ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଆପଣଙ୍କୁ CSK ର ସେହି ପୁରୁଣା ତିନି ଖେଳାଳିଙ୍କ ନାମ କହିବୁ, ଯାହାଙ୍କୁ ଛାଡି CSK ଏକ ବଡ ଭୁଲ୍ କରିଛି।

୧) ଫାଫ୍ ଡୁ ପ୍ଲେସିସ୍ :

faf,

ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନେତୃତ୍ୱ ନେଉଛନ୍ତି । ଗତ ବର୍ଷ ପର୍ଯ୍ୟନ୍ତ, ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ଥିଲେ ଏବଂ ସିଏସକେ ପାଇଁ ଗତ ସିଜିନରେ 633 ରନ୍ ସଂଗ୍ରହ କରିଥିଲେ। ଏହି ତାରକା ବ୍ୟାଟ୍ସମ୍ୟାନ୍ ଆଇପିଏଲ୍ 2021 ର ଫାଇନାଲରେ 86 ରନ୍ ଇନିଂସ ଖେଳିଥିଲେ, ଯାହା ଆଧାରରେ ଦଳ ବିଜୟୀ ହୋଇଥିଲା।2012 ମସିହାରେ ଡୁ ପ୍ଲେସିସ୍ ନିଜର ଆଇପିଏଲ ଡେବ୍ୟୁ କରିଥିଲେ, ଯାହା ପରେ ସେ ଧୋନିଙ୍କ ଅଧିନାୟକତ୍ୱରେ 100 ରୁ ଅଧିକ ମ୍ୟାଚ୍ ଖେଳିଥିଲେ। ତେବେ, ଚଳିତ ବର୍ଷ ମେଗା ନିଲାମ ସମୟରେ CSK ଫ୍ରାଞ୍ଚାଇଜ୍ ତାଙ୍କୁ କିଣିନଥିଲା ଯାହା ବର୍ତ୍ତମାନ ଏହି ଫ୍ରାଞ୍ଚାଇଜ୍ ର ଏକ ବଡ ଭୁଲ୍ ବୋଲି ପ୍ରମାଣିତ ହେଉଛି।

୨) ଜୋସ୍ ହାଜଲେଉଡ୍ :

josh hazlewood

ଏହି ବର୍ଷ ଜୋସ୍ ହାଜଲେଉଡ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଏକ ଆଗଧାଡିର ଖେଳାଳି। ମେଗା ନିଲାମ ସମୟରେ ଆରସିବି ଦଳ ଏହି ଅଷ୍ଟ୍ରେଲୀୟ ବୋଲରଙ୍କୁ 7.75 କୋଟି ଟଙ୍କାରେ କିଣିଥିଲା। ଗତ ବର୍ଷ CSK ପାଇଁ ଜୋସ୍ ହାଜଲେଉଡ୍ 9 ଟି ମ୍ୟାଚରେ 11 ୱିକେଟ୍ ନେଇ ଥିଲେ। ଏଥି ସହିତ, ଚଳିତ ବର୍ଷ ହାଜଲେଉଡ୍ ହାରାହାରି 7.16 ରେ ତିନୋଟି ମ୍ୟାଚ୍ ରେ 8 ୱିକେଟ୍ ନେଇଛନ୍ତି।

୩) ଶାର୍ଦ୍ଦୁଲ ଠାକୁର :

shardul-thakur

2021 ମସିହାରେ, CSK ର ଦଳ ଚାମ୍ପିଅନ୍ ହୋଇଥିଲା ଯେଉଁଥିରେ ଶାର୍ଦ୍ଦୁଲ ଠାକୁର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ବର୍ଷ ମେଗା ନିଲାମ ସମୟରେ ଶାର୍ଦ୍ଦୁଲ ଠାକୁରଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନେ ବଡ଼ ବଡ଼ ବିଡିଂ କରିଥିଲେ। କିନ୍ତୁ ଶେଷରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦିଲ୍ଲୀ କିଣିନେଲା। ଆଉ ବର୍ତ୍ତମାନ ସେ ନିଜର ଭଲ ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। କିନ୍ତୁ ଚେନ୍ନାଇ ତାଙ୍କୁ ନ କିଣିବା ଦଳ ପାଇଁ ଅସୁବିଧାର କାରଣ ହୋଇଛି।