RR vs KKR ମ୍ୟାଚରେ ଖରାପ ଅମ୍ପାୟାରିଂ ହେବା ପରେ ସୋସିଆଲ୍ ମିଡ଼ିଆରେ ହେଉଛି ଅମ୍ପାୟାରଙ୍କୁ ଟ୍ରୋଲ୍, ୟୁଜର କହୁଛନ୍ତି ଏମିତି

  1. Home
  2. IPL Top News

RR vs KKR ମ୍ୟାଚରେ ଖରାପ ଅମ୍ପାୟାରିଂ ହେବା ପରେ ସୋସିଆଲ୍ ମିଡ଼ିଆରେ ହେଉଛି ଅମ୍ପାୟାରଙ୍କୁ ଟ୍ରୋଲ୍, ୟୁଜର କହୁଛନ୍ତି ଏମିତି

kkr vs rr bad umpiring sanju


କ୍ରିକେଟ୍ ଖବର : ଆଇପିଏଲ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ ରାଜସ୍ଥାନ ବନାମ କୋଲକାତା ମଧ୍ୟରେ ହୋଇଥିଲା। ଆଉ କିଛି ଏହି ମ୍ୟାଚକୁ ୭ ୱିକେଟରେ ବାଜି ମାରିଥିଲା ଆୟର୍ ବାହିନୀ। ରିଙ୍କୁ ସିଂଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଏହି ମ୍ୟାଚ ଜିତିଥିଲା କେକେଆର। ଲଗାତାର ୪ ଟି ମ୍ୟାଚ ହାରିବା ପରେ ପୁଣି ବିଜୟ ଟ୍ରାକକୁ ଫେରିଛି କେକେଆର। ତେବେ ଗତକାଲିର ମ୍ୟାଚ ଜିତି ପ୍ଲେ ଅଫ ଖେକିବାର ଆଶାକୁ କାୟମ ରହିଛି କେକେଆର। 

bad umpire

ତେବେ ଗତକାଲିର ମ୍ୟାଚରେ ଅମ୍ପାୟାରଙ୍କ କେତେକ ନିଷ୍ପତ୍ତି ବିବାଦ ପରିସରଭୁକ୍ତ ହୋଇଥିଲା। ଏହି ମ୍ୟାଚରେ ଅମ୍ପାୟାର ମଧ୍ୟ ନିଜ ନିଷ୍ପତ୍ତି ଭୁଲ୍ ଭାବରେ ପ୍ରଦାନ କରୁଥିବାର ନଜର ଆସିଥିଲା। ସେ ଶ୍ରେୟାସ୍ ଆୟର୍ ଆଉଟ୍ ହେବା କଥା କୁହନ୍ତୁ କିମ୍ବା ରିଙ୍କୁ ସିଂ ବ୍ୟାଟିଂ କରୁଥିବା ସମୟରେ ଲମ୍ବା ୱାଇଡ୍ କଥା କୁହନ୍ତୁ। ତେବେ  ଉନବିଂଶ ଓଭରରେ ଦୁଇଟି ୱାଇଡ୍ ଆଲୋଚନାର ବିଷୟ ପାଲଟିଗଲା। କମେଣ୍ଟ୍ରି ବକ୍ସରେ ବସିଥିବା କ୍ରିକେଟ୍ ଚର୍ଚ୍ଚାକାରମାନେ ବି ଅମ୍ପାୟାରଙ୍କର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଛନ୍ତି।

meme1

ଏମିତିକି ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ୍ ମଧ୍ୟ ଅମ୍ପାୟାରଙ୍କ ସହ କଥା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେବେ ଏଭଳି ଖରାପ ଅମ୍ପାୟାରିଂ ବିଷୟରେ ପ୍ରଶଂସକମାନେ ଟ୍ୱିଟରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

meme2

ସୋସିଆଲ୍ ମିଡ଼ିଆରେ ଜଣେ ୟୁଜର ଲେଖିଛନ୍ତି , ଏଠି ଖରାପ ଅମ୍ପାୟାରିଂ ହେଉଛି। ଏହା ୱାଇଡ୍ ନ ଥିଲା। ଅନ୍ୟଜଣେ ୟୁଜର ଲେଖିଛନ୍ତି , ଅମ୍ପାୟାର କେକେଆର ପାଇଁ ଖେଳୁଛନ୍ତି ବୋଧେ। ପ୍ରିୟଙ୍କ ପାଣ୍ଡେ ନାମକ ଜଣେ ୟୁଜର ଏକ ଫୋଟ ପୋଷ୍ଟ କରି କହିଛନ୍ତି, ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅମ୍ପାୟାର ନିଶା ସେବନ କରିଥିଲେ କି ? ତେବେ ଆହୁରି ଅନେକ ୟୁଜର ଅମ୍ପାୟାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ନିଜର ମତ ରଖିଛନ୍ତି।