IPL 2022: ଏହି ୩ ଜଣ ଖେଳାଳିଙ୍କୁ ଛାଡି ମୁମ୍ବାଇ ଇଣ୍ଡିଆନ୍ସ କରିଛି ବଡ଼ ଭୁଲ୍, ଏବେ ମ୍ୟାଚ ଜିତିବା ପାଇଁ କରୁଛି ସଂଘର୍ଷ

  1. Home
  2. IPL Top News

IPL 2022: ଏହି ୩ ଜଣ ଖେଳାଳିଙ୍କୁ ଛାଡି ମୁମ୍ବାଇ ଇଣ୍ଡିଆନ୍ସ କରିଛି ବଡ଼ ଭୁଲ୍, ଏବେ ମ୍ୟାଚ ଜିତିବା ପାଇଁ କରୁଛି ସଂଘର୍ଷ

mi team


କ୍ରିକେଟ୍ ଖବର : ଆଇପିଏଲ ୨୦୨୨ରେ  ମୁମ୍ବାଇ ଇଣ୍ଡିଆନ୍ସ ଟିମ୍  ଦୁର୍ବଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ୫ମ ଥର ଟାଇଟଲ ଜିତିଥିବା ଏମଆଇ ଟିମ ଚଳିତ ବର୍ଷ ନିଜର ୫ଟି ପ୍ରାରମ୍ଭିକ ମ୍ୟାଚରୁ କିଛି ବି ଜିତିପାରିନାହିଁ। ତେବେ, ଆଜି ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଆପଣଙ୍କୁ ତିନିଜଣ ଖେଳାଳିଙ୍କ ନାମ କହିବୁ ଯାହାଙ୍କୁ ମୁମ୍ବାଇ ଦଳ ଏହି ସିଜନରେ ନିଜ ଦଳରେ ସାମିଲ କରିନାହିଁ। ଆଉ ଯେଉଁଥିପାଇଁ ପ୍ରତ୍ୟେକ ମ୍ୟାଚ ହାରୁଛି ଦଳ।

କ୍ୱିଣ୍ଟନ ଡି କକ : 

de cock

ସାଉଥ ଆଫ୍ରିକାର ବାମହାତୀ ଖେଳାଳୀ ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍ ଗତ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଥିଲେ । କିନ୍ତୁ ଚଳିତ ବର୍ଷ ମେଗା ଅକ୍ସନ ସମୟରେ ଏମଆଇ ଏହି ଖେଳାଳିଙ୍କୁ କିଣିନଥିଲା। ଆଉ ଯାହା ବର୍ତ୍ତମାନ ଟିମ ପାଇଁ ମହଙ୍ଗା  ସାବ୍ୟସ୍ତ ହୋଇଛି। ଗତବର୍ଷ ମୁମ୍ବାଇ ପାଇଁ ଏହି ଖେଳାଳି ରୋହିତ ଶର୍ମାଙ୍କ ସହିତ ଓପନିଂ କରିଥିଲେ, କିନ୍ତୁ ଚଳିତ ବର୍ଷ ମୁମ୍ବାଇ ଓପନିଂ ଓ ୱିକେଟକିପିଂ ଦାୟିତ୍ୱ ଇଶାନ କିଶନଙ୍କୁ ଦେଇଛି। 

ରାହୁଲ ଚହର : 

rahul chahar

ଚଳିତ ବର୍ଷ ପଞ୍ଜାବ କିଂଗସର ଜର୍ସିରେ ନିଜର ବୋଲିଂରେ ବ୍ୟାଟସମ୍ୟାନଙ୍କୁ ଫସାଉଥିବା ରାହୁଲ ଚହର ଗତ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ଥିଲେ । ମେଗା ଅକ୍ସନ ସମୟରେ ଏମଆଇ ଟିମ ରାହୁଲ ଚାହରଙ୍କୁ କିଣିନଥିଲା । ଯାହାକୁ ନେଇଟିମ୍ ବହୁତ ଅନୁତପ୍ତ ହେଉଛି। 

ଟ୍ରେଣ୍ଟ ବୋଲ୍ଟ:

Trent-Boult

ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ  ଖରାପ ରହିଛି ଦଳର ବୋଲିଂ । ଗତବର୍ଷ ପର୍ଯ୍ୟନ୍ତ  ଆଇପିଏଲରେ ମୁମ୍ବାଇ ପାଇଁ ବୋଲିଂର ଆରମ୍ଭ କରୁଥିଲେ ଟ୍ରେଣ୍ଟ ବୋଲ୍ଟ। ତାଙ୍କର ବୋଲିଂରେ ଟିମର ପାୱାରପ୍ଲେ ସମୟରେ ବହୁ ସଫଳତା ମିଳିଥିଲା । ଏବେ ବୋଲ୍ଟ ରାଜସ୍ଥାନ ରୟାଲର୍ସର ଖେଳାଳି ଅଛନ୍ତି । ଟିମ ପାଇଁ ନିଜ ବୋଲିଂର ଯାଦୁ ମଧ୍ୟ ଦେଖାଉଛନ୍ତି ।