ମ୍ୟାଚ ପୂର୍ବରୁ ଧୋନି କାହିଁକି ନିଜ ବ୍ୟାଟକୁ ଖାଉଛନ୍ତି? ଧୋନି ଏମିତି କରିବାର କାରଣ କହିଲେ ସ୍ପିନର୍ ଅମିତ ମିଶ୍ରା

  1. Home
  2. IPL Top News

ମ୍ୟାଚ ପୂର୍ବରୁ ଧୋନି କାହିଁକି ନିଜ ବ୍ୟାଟକୁ ଖାଉଛନ୍ତି? ଧୋନି ଏମିତି କରିବାର କାରଣ କହିଲେ ସ୍ପିନର୍ ଅମିତ ମିଶ୍ରା


କ୍ରିକେଟ୍ ଖବର : ଯେଉଁମାନେ ଏମଏସ ଧୋନିଙ୍କୁ ଅନୁସରଣ କରନ୍ତି ସେମାନେ ଜାଣନ୍ତି ଯେ ଧୋନି ନିଜ କାମ ନିଜେ କରିବାକୁ କେତେ ପସନ୍ଦ କରନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (CSK) ଅଧିନାୟକଙ୍କ ଶବ୍ଦକୋଷରେ 'ପାରମ୍ପାରିକ' ଶବ୍ଦ ବୋଲି କିଛି ନାହିଁ। ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ସମୟରେ ଧୋନି ବ୍ୟାଟ୍ ଖାଉଥିବାର ଦେଖାଯାଇଥିଲା। ସେ ଡଗ୍ଆଉଟରେ ବସି ବ୍ୟାଟିଂ କରିବାର ସୁଯୋଗକୁ ଅପେକ୍ଷା କରିଥିଲେ।

40 ବର୍ଷୀୟ ଧୋନି ଗତକାଲିର ମ୍ୟାଚରେ 8 ଟି ବଲରୁ 21ର ଏକ ଶାନଦାର ପାଳି ଖେଳିଥିଲେ। ଧୋନିଙ୍କ ସମେତ ଚେନ୍ନାଇ ଦଳର ଅନ୍ୟ ଖେଳାଳିମାନେ ଭଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ 208/6 ରେ ପହଂଚାଇଥିଲେ।

ତେବେ ଏହି ମ୍ୟାଚ ମଝିରେ ପ୍ରଶଂସକଙ୍କ ଦୃଷ୍ଟିରେ CSK ଅଧିନାୟକ ତାଙ୍କ ବ୍ୟାଟକୁ ଖାଉଥିବାର ନଜର ଆସିଥିଲେ। ଏହାର ଭିଡ଼ିଓ କ୍ୟାମେରାରେ କଏଦ ହୋଇଯାଇଥିଲା। ତେବେ ଧୋନିଙ୍କ ବ୍ୟାଟ୍ ଖାଇବା ପଛରେ ଏକ ସମ୍ପୂର୍ଣ୍ଣ ଉତ୍ତମ କାରଣ ରହିଛି ବୋଲି ଭାରତର ପୂର୍ବତନ ସ୍ପିନର ଅମିତ ମିଶ୍ର ପ୍ରକାଶ କରିଛନ୍ତି।

ଅମିତ ମିଶ୍ର ପ୍ରକାଶ କଲେ ଅସଲି କାରଣ:

amit mishra on dhoni

ଏହି ମ୍ୟାଚ୍ ସମୟରେ ମିଶ୍ରା ମଧ୍ୟ ଅନେକ ପ୍ରଶଂସକଙ୍କ ପରି ଧୋନିଙ୍କୁ ତାଙ୍କ ବ୍ୟାଟ୍ ଖାଉଥିବା ଦେଖିଥିଲେ ଏବଂ ଧୋନି ଏହା କାହିଁକି କରିଥିଲେ ବୋଲି ଭେଟେରାନ୍ ସ୍ପିନର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି କରିଛନ୍ତି ଯେ ଧୋନି ତାଙ୍କ ବ୍ୟାଟକୁ ସଫା ରଖିବାକୁ ପସନ୍ଦ କରନ୍ତି ଯାହା ଦ୍ୱାରା ତାଙ୍କ ବ୍ୟାଟ୍ ପାର୍ଶ୍ୱରୁ କୌଣସି ସୂତା କିମ୍ବା ଟେପ୍ ବାହାରି ଆସିବ ନାହିଁ। ବ୍ୟାଟକୁ ସଫା ରଖିବାକୁ ଧୋନି ପସନ୍ଦ କରନ୍ତି ବୋଲି ମିଶ୍ରା ଟୁଇଟ କରି କହିଛନ୍ତି।