ଦେଖନ୍ତୁ ଭାଇରାଲ୍ ଭିଡ଼ିଓ: ଧୋନି ଆଉଟ ହେବା ପରେ ବିରାଟ ହେଲେ ଖୁସ୍, ଅତ୍ୟଧିକ ଉତ୍ସାହିତ ହୋଇ ଦେଲେ ଗାଳି !

  1. Home
  2. IPL Top News

ଦେଖନ୍ତୁ ଭାଇରାଲ୍ ଭିଡ଼ିଓ: ଧୋନି ଆଉଟ ହେବା ପରେ ବିରାଟ ହେଲେ ଖୁସ୍, ଅତ୍ୟଧିକ ଉତ୍ସାହିତ ହୋଇ ଦେଲେ ଗାଳି !

kohli angry


କ୍ରିକେଟ ଖବର: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟାଟା ଆଇପିଏଲ୍ 2022 ର 49 ତମ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଟସ୍‌ ହାରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ବିସ୍ଫୋରକ ବ୍ୟାଟିଂ କରି 8 ୱିକେଟ୍ ହରାଇ 173 ରନ୍‌ କରିଥିଲା। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସମସ୍ତ ବ୍ୟାଟ୍ସମ୍ୟାନ୍ ବହୁତ ଭଲ ବ୍ୟାଟିଂ କରିଥିଲେ।

rcb-vs-csk-ipl-2022

ତେବେ ଟାର୍ଗେଟକୁ ଫଲୋ କରି ଚେନ୍ନାଇ ସୁପର କିଙ୍ଗ୍ସ ସେମାନଙ୍କର 20 ଓଭରରେ 8 ୱିକେଟ୍ ହରାଇ 160 ରନ୍ କରିପାରିଥିଲା। ଏହି ମ୍ୟାଚକୁ 13 ରନରେ ହାରିଥିଲା ଧୋନିବାହିନୀ। ଚେନ୍ନାଇ ପ୍ରଥମରୁ ଭଲ ଆରମ୍ଭ କରିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଖେଳର ପରିସ୍ଥିତି ବଦଳି ଯାଇଥିଲା।

ତେବେ ଯେତେବେଳେ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ ସେହି ସମୟରେ ଧୋନି ମାତ୍ର 2ଟି ବଲ୍ ଖେଳି ତୃତୀୟ ବଲରେ ଆଉଟ୍ ହୋଇଯାଇଥିଲେ। ସେ ବଡ଼ ଶର୍ଟ ଖେଳିବାକୁ ଯାଇ ପଟିଦାରଙ୍କ ହାତକୁ କ୍ୟାଚ ଦେଇବସିଥିଲେ।

ଦେଖନ୍ତୁ ଭାଇରାଲ୍ ଭିଡ଼ିଓ :

ତେବେ ଧୋନି ଆଉଟ୍ ହେବା ପରେ ବିରାଟ କୋହଲି ଖୁସି ହୋଇଥିଲେ। ଆଉ ସେ ଅଧିକ ଉତ୍ସାହିତ ହୋଇ ଗାଳି ମଧ୍ୟ କରିଥିଲେ, ମାତ୍ର ସେ ଧୋନିଙ୍କୁ ଗାଳି ଦେଇନଥିଲେ, କୋହଲି କେବଳ ଖୁସି ମନାଇଥିଲେ, ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।