ଦେଖନ୍ତୁ ଭିଡ଼ିଓ: କ୍ରିକେଟ ପ୍ରେମୀଙ୍କୁ ଦିୱାନା କରୁଛି ଶୁଭମନଙ୍କ ଟେନିସ ଶଟ୍‌, ଧୋନିଙ୍କ ହେଲିକପ୍ଟର ଶଟ୍‌ ହେଲା ପୁରୁଣା

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: କ୍ରିକେଟ ପ୍ରେମୀଙ୍କୁ ଦିୱାନା କରୁଛି ଶୁଭମନଙ୍କ ଟେନିସ ଶଟ୍‌, ଧୋନିଙ୍କ ହେଲିକପ୍ଟର ଶଟ୍‌ ହେଲା ପୁରୁଣା

subhnam gill tennies shot


କ୍ରିକେଟ ଖବର : ଆଇପିଏଲ 2022 ର 57 ତମ ମୁକାବିଲା ଲକ୍ଷ୍ନୌ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ହୋଇଥିଲା। ଏହି ମ୍ୟାଚରେ ଗୁଜୁରାଟ ଟାଇଟନ୍ସ 62 ରନରେ ମ୍ୟାଚ ଜିତିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ମ୍ୟାଚରେ ଗୁଜୁରାଟ ଟିମ ଜିତି ପ୍ରଥମ ଟିମ ଭାବରେ ପ୍ଲେ ଅଫ ପାଇଁ କ୍ୱାଲିଫାଏ କରିଛି।

ଆଇପିଏଲ 2022 ରେ ଛାଇ ରହିଥିବା ଲକ୍ଷ୍ନୌ ଓ ଗୁଜୁରାଟ ଟିମ ପୁରୁଣା 8ଟି ଟିମ ଉପରେ ନିଜର ଦବଦବା ବଜାୟ ରଖିଛି । ତେବେ ଏହାରି ଭିତରେ ଗୁଜୁରାଟର ସଲାମୀ ବ୍ୟାଟସମ୍ୟାନ ଶୁଭମନ ଗିଲଙ୍କ ଜବରଦସ୍ତ ଟେନିସ ଶଟ IPL ରେ ଦେଖିବାକୁ ମିଳିଛି। ଯାହା ସଭିଙ୍କ ମନକୁ ଛୁଇଁ ଯାଇଛି।

subman tennis shot ipl

ଅଫ ସାଇଡ଼ ବଲକୁ ହାଫ ହିଟ କରି ଶୁଭମନ ଗିଲ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଗିଲ ଏହି ସିଜିନର ଚତୁର୍ଥ ଓ ନିଜର IPL କ୍ୟାରିୟରର 14ତମ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି। ଷଷ୍ଠ ଓଭରର ତୃତୀୟ ବଲରେ ଗିଲ ଏକ ଟେନିସ୍ ସଟ୍ ମାରିଥିଲେ। ଗିଲ୍ ଏକ ହାପ-ହୁକ୍ ଟେନିସ୍ ଶଟ୍ ମାରି ଅଫ୍ ସାଇଡରୁ ଏକ ଚମତ୍କାର ଷ୍ଟ୍ରାଇକ୍ କରି ଚାରି ରନ୍ ହାସଲ କରିଥିଲେ।

ଦେଖନ୍ତୁ ଭିଡ଼ିଓ :