SRH vs KKR: ମ୍ୟାଚ ହାରିବା ପରେ ମଧ୍ୟ କୋଲକାତା କରିଛି ଏହି କୀର୍ତ୍ତିମାନ, ମ୍ୟାଚ ରେ ତିଆରି ହେଲା ବଡ଼ ବଡ଼ ରେକର୍ଡ

  1. Home
  2. IPL Top News

SRH vs KKR: ମ୍ୟାଚ ହାରିବା ପରେ ମଧ୍ୟ କୋଲକାତା କରିଛି ଏହି କୀର୍ତ୍ତିମାନ, ମ୍ୟାଚ ରେ ତିଆରି ହେଲା ବଡ଼ ବଡ଼ ରେକର୍ଡ

SRH-KKR


SRH vs KKR: ମୁମ୍ବାଇର ବ୍ରାବନ୍ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଇପିଏଲ୍ 2022 ର 25 ତମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ କୋଲକାତା ନାଇଟ୍ ରାଇଡର୍ସ ଦଳ 20 ଓଭରରେ 8 ୱିକେଟ୍ ହରାଇ 175 ରନ୍ ସଂଗ୍ରହ କରିଥିଲା ।

ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଟାର୍ଗେଟକୁ ପିଛା କରି ରାହୁଲ ତ୍ରିପାଠୀ ଏବଂ ଆଦାମ ମାର୍କ୍ରାମଙ୍କ ଚମତ୍କାର ଇନିଂସ ଯୋଗୁଁ 13 ଟି ବଲ ବାକି ଥାଇ 7 ଟି ୱିକେଟରେ ମ୍ୟାଚ ଜିତିଥିଲା ହାଇଦ୍ରାବାଦ । ଏହି ସମୟରେ, ଏହି ମ୍ୟାଚରେ କିଛି ବଡ ରେକର୍ଡ ସୃଷ୍ଟି ହୋଇଛି । ତେବେ ଚାଲନ୍ତୁ ଜାଣିବା ସେହି ସବୁ ରେକର୍ଡ ବିଷୟରେ:-

srh-vs-kkr

ହାଇଦ୍ରାବାଦ ବିପକ୍ଷରେ 8 ୱିକେଟ୍ ହରାଇ 175 ରନ୍ ସ୍କୋର କରି କୋଲକାତା ନାଇଟ୍ ରାଇଡର୍ସ ଏହି ଆଇପିଏଲ୍ ସିଜନରେ ସର୍ବାଧିକ ସ୍କୋର କରିଥିଲା ।

ହାଇଦ୍ରାବାଦ (SRH ବନାମ KKR ରେକର୍ଡ):

ଏହି ମ୍ୟାଚରେ ଆରୋନ ଫିଞ୍ଚ କୋଲକାତା ପାଇଁ ଡେବ୍ୟୁ କରିଥିଲେ। ସେ ତାଙ୍କର ଡେବ୍ୟୁ ମ୍ୟାଚରେ ମାତ୍ର 7 ରନ୍ ସ୍କୋର କରିଛନ୍ତି। ଆଉ ମୋଟ 9 ଟି ଦଳ ପାଇଁ ଖେଳିଥିବା ଆଇପିଏଲ ଇତିହାସରେ ଆରୋନ ଫିଞ୍ଚ ପ୍ରଥମ ବିଦେଶୀ ଖେଳାଳି ହୋଇଛନ୍ତି ।

କୋଲକାତା ବିପକ୍ଷରେ ହାଇଦ୍ରାବାଦର ସ୍ପିନ୍ ବୋଲର ଜଗଦୀଶ ତାଙ୍କର ପ୍ରଥମ ଡେବ୍ୟୁ ମ୍ୟାଚ୍ ଖେଳିଛନ୍ତି।ଏହି ମ୍ୟାଚରେ ସେ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ ।

ରାହୁଲ ତ୍ରିପାଠୀ ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚରେ ନିଜର ଆଇପିଏଲ୍ କ୍ୟାରିୟରର ଦ୍ରୁତତମ ପଚାଶ ସ୍କୋର ହାସଲ କରିଥିଲେ । ସେ 21 ଟି ବଲରେ ନିଜର ପଚାଶ ସ୍କୋର କରିଥିଲେ ।