IPL ଇତିହାସରେ ସର୍ବାଧିକ କ୍ୟାଚ ଧରିଥିବା ଖେଳାଳି ହେଲେ ରିୟାନ ପରାଗ, ଜାଡେଜାଙ୍କୁ ପକାଇଲେ ପଛରେ, ଦେଖନ୍ତୁ ରେକର୍ଡ

  1. Home
  2. IPL Top News

IPL ଇତିହାସରେ ସର୍ବାଧିକ କ୍ୟାଚ ଧରିଥିବା ଖେଳାଳି ହେଲେ ରିୟାନ ପରାଗ, ଜାଡେଜାଙ୍କୁ ପକାଇଲେ ପଛରେ, ଦେଖନ୍ତୁ ରେକର୍ଡ


କ୍ରିକେଟ ଖବର : ରାଜସ୍ଥାନ ରୟାଲ୍ସର ଯୁବ ଖେଳାଳି ରିୟାନ ପରାଗ ଚେନ୍ନାଇ ସୁପରକିଙ୍ଗସ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ରେକର୍ଡ ଭାଙ୍ଗି ଆଇପିଏଲ ସିଜିନରେ ସର୍ବାଧିକ କ୍ୟାଚ ନେଇଥିବା ଭାରତୀୟ ଫିଲ୍ଡର ହୋଇପାରିଛନ୍ତି । ପରାଗ ଏହି ରେକର୍ଡ ଚେନ୍ନାଇ ସୁପରକିଙ୍ଗସର ଉଇକେଟକିପର ବ୍ୟାଟସମ୍ୟାନ ନାରାୟଣ ଜଗଦିସନଙ୍କ କ୍ୟାଚ ଧରି ହାସଲ କରିଛନ୍ତି ।

ମୁମ୍ବାଇର ବ୍ରେବୋନ ଷ୍ଟାଡ଼ିୟମରେ ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ସିଏସକେ ଟିମ ପାଳିର 9 ଓଭରରେ ପରାଗ ବ୍ୟାଟସମ୍ୟାନ ଜଗଦିସନଙ୍କ କ୍ୟାଚ ଧରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପରାଗଙ୍କ ନାମରେ ଆଇପିଏଲ 2022 ସର୍ବାଧିକ କ୍ୟାଚ ନେଇଥିବା ରେକର୍ଡ ମଧ୍ୟ ରହିଛି । ସେ ରାଜସ୍ଥାନ ଦଳରେ ଖେଳି 14 ମ୍ୟାଚରେ ମୋଟ 14 ଟି କ୍ୟାଚ ଧରିଛନ୍ତି।

Riyan Parag

ରିୟାନଙ୍କ ପୂର୍ବରୁ ଏହି ରେକର୍ଡ ଜାଡେଜାଙ୍କ ନାମରେ ରହିଥିଲା। ଜାଡେଜା 2021 ସିଜନ ଏବଂ 2015 ସିଜନ ରେ 13 ଟି କ୍ୟାଚ ଧରିଥିଲେ। ଏହା ପୂର୍ବରୁ ରୋହିତ ମଧ୍ୟ 2012 ମସିହାର ଆଇପିଏଲ୍ ସିଜନରେ 13 ଟି କ୍ୟାଚ ଧରିଥିଲେ।

ଗୋଟିଏ IPL ସିଜନରେ ଅଧିକାଂଶ କ୍ୟାଚ୍ ଧରିଥିବା ଭାରତୀୟ ଫିଲ୍ଡର:

14 - ରିଆନ୍ ପାରାଗ୍ (2022) *

13 - ରବିନ୍ଦ୍ର ଜାଡେଜା (2021)

13 - ରବିନ୍ଦ୍ର ଜାଡେଜା (2015)

13 - ରୋହିତ ଶର୍ମା (2012)