IPL 2022: ହର୍ଷଲ୍ ପଟେଲଙ୍କ ସହିତ ଝଗଡ଼ା ପରେ ମୁହଁ ଖୋଲିଲେ ରିୟାନ ପରାଗ, କହିଲେ- ମୁଁ ଏବେ ଖୁସି ଯେ...

  1. Home
  2. IPL Top News

IPL 2022: ହର୍ଷଲ୍ ପଟେଲଙ୍କ ସହିତ ଝଗଡ଼ା ପରେ ମୁହଁ ଖୋଲିଲେ ରିୟାନ ପରାଗ, କହିଲେ- ମୁଁ ଏବେ ଖୁସି ଯେ...

riyan said about harshal fight


କ୍ରିକେଟ ଖବର: ଗତକାଲିର ମ୍ୟାଚରେ ରାଜସ୍ଥାନ ରାୟଲସ ୨୯ ରନରେ ବିଜୟ ହାସଲ କରିଥିଲା। ଆରସିବିକୁ ମାତ୍ର ୧୧୫ ରନରେ ଅଲଆଉଟ୍ କରି ଏହି ବିଜୟ ହାସଲ କରିଥିଲା ଦଳ। ଆଉ ଏହି ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି ରାଜସ୍ଥାନ। 

ତେବେ ଏହି ମ୍ୟାଚରେ ଏକ ଘଟଣା ଘଟିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଆଉ ତାହା ହେଲା ହର୍ଷଲ ପଟେଲ ଓ ରିୟାନ ପରାଗଙ୍କ ମଧ୍ୟରେ କଥାକଟାକଟି। ତେବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ନିଜେ କ୍ରିକେଟର ରିୟାନ ପରାଗ।

ipl fight riyana and harshal

ରିୟାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ:-

"ମୁଁ ଖୁସି ଯେ, ମୋ ଟିମର ବିଜୟରେ ମୋର ଯୋଗଦାନ ରହିଛି । ଯଦି ସେ ସମୟର ଝଗଡ଼ା ସମ୍ପର୍କରେ କୁହାଯାଏ ତେବେ ବେଳେବେଳେ ମ୍ୟାଚରେ ଏଭଳି ସ୍ଥିତି ଦେଖିବାକୁ ମିଳେ ଆମେ କେବଳ ଆମର ଟିମକୁ ଜିତାଇବାକୁ ଚାହୁଁଛୁ । ତେବେ ଏଭଳି ସ୍ଥିତିରେ ଘଟଣାଗୁଡ଼ିକ ଅତ୍ୟଧିକ ଜଟିଳ ରୂପ ନେଇଯାଇଥାଏ। ମୁଁ ସେ ଘଟଣାକୁ ଭୁଲି ଆଗକୁ ବଢିବାକୁ ଚାହେଁ ଏହା ମୋର ବିଶ୍ୱାସ ଯେ ହର୍ଷଲ ଭାଇ ମଧ୍ୟ ସେଦିନର କଥାକୁ ଭୁଲି ଆଗକୁ ବଢିବେ ।"