IPL 2022: ରିୟାନ ପରାଗ ହେଲେ ସୋସିଆଲ୍ ମିଡିଆରେ ଟ୍ରୋଲ୍, ୟୁଜର୍ କହିଲେ କର୍ମ କାହାକୁ ଛାଡେନି
କ୍ରିକେଟ ଖବର : ଦୀର୍ଘ ୧୪ ବର୍ଷ ପରେ ପୁଣି ଥରେ ରାଜସ୍ଥାନ ରୟାଲ୍ସ ଆଇପିଏଲ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ଦଳକୁ ଚଳିତ ସିଜନରେ ଫାଇନାଲରେ ପ୍ରବେଶ କରାଇବାରେ ଓପନର ଜୋସ ବଟଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ରାଜସ୍ଥାନ ୭ ୱିକେଟରେ ଆରସିବିକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ରାଜସ୍ଥାନ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ଆସନ୍ତାକାଲି ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ତେବେ ଏହି ମ୍ୟାଚରେ ରାଜସ୍ଥାନ ଦଳର ଯୁବ ଖେଳାଳି ରିୟାନ ପରାଗ ସୋସିଆଲ୍ ମିଡିଆରେ ଟ୍ରୋଲରଙ୍କର ଶିକାର ହୋଇଛନ୍ତି। ଏହି ମ୍ୟାଚ୍ ସମୟରେ ସେ ଏକ ସହଜ କ୍ୟାଚ ଡ୍ରପ କରି ୟୁଜରଙ୍କର ଶିକାର ହୋଇଛନ୍ତି। ସୋସିଆଲ୍ ମିଡିଆରେ ୟୁଜରମାନେ ତାଙ୍କୁ ଅନେକ କଥା ଶୁଣାଇଛନ୍ତି।
ରିୟାନ ଏହି ସହଜ କ୍ୟାଚ ରଜତ ପାଟିଦାରଙ୍କ ଛାଡିଥିଲେ। ଯେତେବେଳେ କି ରଜତ ମାତ୍ର ୧୩ ରନ ସଂଗ୍ରହ କରିଥିଲେ। ଯଦି ସେହି ସମୟରେ ରିୟାନ ପରାଗ, ରଜତଙ୍କର କ୍ୟାଚ ଧରିନେଇଥାନ୍ତେ, ତେବେ RCB ପକ୍ଷେ ୧୪୦ ରନ ସଂଗ୍ରହ କରିବା ବି ମୁସ୍କିଲ ହୋଇପଡ଼ନ୍ତା।
କେତେକ ସୋସିଆଲ୍ ମିଡ଼ିଆ ୟୁଜର୍ ତାଙ୍କୁ କର୍ମା ବିଷୟରେ ମଧ୍ୟ ମନେ ପକାଇଦେଇଥିଲେ। କହିଥିଲେ ଯେ, କର୍ମା କାହାକୁ ଛାଡେନି , ଆଉ ତମେ ତ ରିୟାନ ପରାଗ ଅଟ। ତେବେ ଆସନ୍ତୁ ଦେଖିବା ଆଉ କଣ କଣ ସବୁ ୟୁଜର୍ ରିୟାନଙ୍କୁ ଟ୍ରୋଲ୍ କରି କହିଛନ୍ତି।