IPL 2022 ରେ ସବୁଠାରୁ ଅଧିକ ରନ୍ କରିଥିବା ବଟଲରଙ୍କ ସହ ଖରାପ ବ୍ୟବହାର କଲେ ରିୟାନ ପରାଗ, ଏହା ଦେଖି ଫ୍ୟାନ୍ସ ହେଲେ କ୍ରୋଧିତ
କ୍ରିକେଟ ଖବର : ଇଡେନ ଗାର୍ଡେନ ମଇଦାନରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଆଇପିଏଲ ୨୦୨୨ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଗୁଜୁରାଟ ଦଳ ବିଜୟୀ ହୋଇ ସିଧାସଳଖ ଆଇପିଏଲ୍ ୨୦୨୨ର ଫାଇନାଲରେ ପହଁଞ୍ଚିଛି। ତେବେ ଏହି ମ୍ୟାଚରେ ରାଜସ୍ଥାନ ଦଳର ଯୁବ ଖେଳାଳି ରିୟାନ ପରାଗ ଚର୍ଚ୍ଚାରେ ରହିଥିଲେ ।
ରିୟାନ ପରାଗ ଚର୍ଚ୍ଚାରେ ରହିବାର କାରଣ ତାଙ୍କର ବ୍ୟାଟିଂ ଅଥବା ତାଙ୍କର ବୋଲିଂ ନୁହେଁ। ସେ ତାଙ୍କ ଆଟିଟୂୁ୍ୟଡ଼ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଆଉ ଯାହା ପାଇଁ ସେ ସୋସିଆଲ୍ ମିଡ଼ିଆରେ ୟୁଜରଙ୍କର ଟ୍ରୋଲର ଶିକାର ହୋଇଛନ୍ତି।
Riyan Parag scolding his colleague who happens to be the orange cap holder and also the top-scorer of Qualifier 1 for being a nano second (at best) late at picking up the ball. pic.twitter.com/LwMeLtIRn9
— Aritra Mukherjee (@aritram029) May 24, 2022
୨୦ ବର୍ଷୀୟ ରିୟାନଙ୍କୁ ମଇଦାନରେ ବଟଲରଙ୍କ ସହିତ ଖରାପ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି। ରିୟାନ ପରାଗଙ୍କୁ ନିଜ ଟିମମେଟ ଜୋସ ବଟଲରଙ୍କ ଉପରେ କିଛି ରାଗିକି କହୁଥିବା ଦେଖିବାକୁ ମିଳିଥିଲା । ତେବେ ଜୋସ ବଟଲର ବର୍ତ୍ତମାନ ଅରେଞ୍ଜ କ୍ୟାପ ହୋଲ୍ଡର ଅଟନ୍ତି ଏବଂ ଯିଏ କି ପ୍ରଥମ କ୍ୱାଲିଫାୟର ମ୍ୟାଚରେ ୮୯ ରନର ଏକ ବିଶାଳ ପାଳି ଖେଳିଥିଲେ । ରିୟାନ ପରାଗ ଫିଲ୍ଡିଂ ସମୟରେ ତାଙ୍କ ଉପରେ ବର୍ଷିଥିଲେ।
Riyan parag mc needs proper beatings aukat afridi ki aur attitude virat kohli ki
— Stanley Kowalski (@Vihaaann) May 24, 2022
ରିୟାନ ପରାଗଙ୍କ ବ୍ୟବହାରକୁ ଦେଖି ଟ୍ୱିଟରରେ ୟୁଜର ମାନେ ଟ୍ରୋଲ କରିବାକୁ ପଛାଇ ନାହାନ୍ତି । ଜଣେ ୟୁଜର ଲେଖିଥିଲେ ଯେ, ଓକାତ ଆଫ୍ରିଦିଙ୍କ ଭଳି କିନ୍ତୁ ଆଟିଟ୍ୟୁଡ଼ ବିରାଟ କୋହଲିଙ୍କ ଭଳି । ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଥିଲେ ଯେ ଏଭଳି ଏକ୍ସପ୍ରେସନ ଜନ ଆବ୍ରାହମ ନିଜ କ୍ୟାରିୟରରେ ବି ଦେଖେଇନାହାନ୍ତି ଯେତିକ ରିୟାନ ପରାଗ ଏହି ମ୍ୟାଚରେ ଦେଇଛନ୍ତି।