ଏକ ବଡ଼ ରେକର୍ଡ କଲେ ରାହୁଲ ତେୱତିଆ, ଧୋନୀଙ୍କ ପରେ ଏମିତି ରେକର୍ଡ କରିଥିବା ଭାରତୀୟ ଖେଳାଳି ହେଲେ

  1. Home
  2. IPL Top News

ଏକ ବଡ଼ ରେକର୍ଡ କଲେ ରାହୁଲ ତେୱତିଆ, ଧୋନୀଙ୍କ ପରେ ଏମିତି ରେକର୍ଡ କରିଥିବା ଭାରତୀୟ ଖେଳାଳି ହେଲେ


କ୍ରିକେଟ୍ ଖବର : ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ରାହୁଲ ତେୱତିଆ ଶେଷ ଦୁଇବଲରେ ୨ଟି ଛକା ମାରି ଗୁଜୁରାଟ ସେନାଙ୍କୁ ପରାଜୟରୁ ଉଦ୍ଧାର କରିଛନ୍ତି । 

୩ଟି ବଲରୁ ୧୩ ରନ ଦରକାର ଥିବା ବେଳେ ଶେଷ ଦୁଇଟି ବଲରେ ସେ ଦୁଇଟି ଛକା ମାରିବାର ଅସମ୍ଭବ କାର୍ଯ୍ୟ କରିଥିଲେ ତେୱତିଆ। ଏହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଥିଲେ ଟେୱାତିଆ । ଶେଷ ୨ଟି ବଲରେ ୨ଟି ଛକା ମାରି ବିଜୟ ଟାର୍ଗେଟ ଅଭିମୁଖେ ବଢିଥିଲେ । ଏହି ଅସମ୍ଭବ କାର୍ଯ୍ୟ କରି ଏମ ଏମ ଧୋନୀ, ବ୍ରାଭୋ ଓ କେ. ଏସ ଭରତଙ୍କ ପରେ ବର୍ତ୍ତମାନ ଟେୱତିଆ ୪ର୍ଥ ସ୍ଥାନରେ ରହିଛନ୍ତି ।

tewatia_six_vs_gt

ସୂଚନାଯୋଗ୍ୟ ଯେ, ଧୋନି ଆଇପିଏଲ୍ 2016 ଧୋନିରେ ରାଇଜିଂ ପୁଣେ ସୁପରଜିଆଣ୍ଟ ପାଇଁ ଖେଳୁଥିବାବେଳେ ଶେଷ ଦୁଇଟି ବଲରେ ଦୁଇଟି ଛକା ମାରି ଦଳକୁ ବିଜୟ ଦେଇଥିଲେ। କିଙ୍ଗ୍ସ ଏକାଦଶ ପଞ୍ଜାବର (ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ) ବିପକ୍ଷରେ ଶେଷ ଦୁଇଟି ବଲରୁ 12 ରନ୍ ଆବଶ୍ୟକ ଥିଲା, ଯାହା ଧୋନି କରି ଦେଖାଇଥିଲେ।  ଆକ୍ସର ପଟେଲ ସେତେବେଳେ ମାହିଙ୍କୁ ବୋଲିଂ କରିଥିଲେ। 

News Hub