୪ଟି ମ୍ୟାଚ୍ ଖେଳାଇ ଯାହାକୁ ଅଣଦେଖା କରିଥିଲା RCB, ସେ ଆଜି ଇଂଲଣ୍ଡରେ ବିସ୍ଫୋରକ୍ ଢଙ୍ଗରେ ଖେଳୁଛନ୍ତି

  1. Home
  2. IPL Top News

୪ଟି ମ୍ୟାଚ୍ ଖେଳାଇ ଯାହାକୁ ଅଣଦେଖା କରିଥିଲା RCB, ସେ ଆଜି ଇଂଲଣ୍ଡରେ ବିସ୍ଫୋରକ୍ ଢଙ୍ଗରେ ଖେଳୁଛନ୍ତି


କ୍ରିକେଟ ଖବର : ଆଇପିଏଲ ୨୦୨୨ର ୧୫ତମ ସିଜିନରେ ଆରସିବିର ଯାତ୍ରା ରୋମାଞ୍ଚକ ଥିଲା । ପ୍ଲେ ଅଫ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଦଳ ପହଁଚିଥିଲା। କିନ୍ତୁ ପ୍ଲେ ଅଫରେ ହାରିଗଲା ଦଳ। ଆଉ ନିଜର ପ୍ରଥମ ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ଦଳ ପାଇଁ ସ୍ୱପ୍ନରେ ହିଁ ରହିଗଲା। 

ଚଳିତ ବର୍ଷ ଫାଫ ଡୁ ପ୍ଲେସିସଙ୍କର କ୍ୟାପ୍ଟେନରେ RCB ଆଇପିଏଲ ଟାଇଟଲ ନିଜ ନାମରେ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲା । ଏହି ବର୍ଷ ଟିମ ପାଇଁ କେତେକ ଖେଳାଳି ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଯେତେବେଳେ କିଛି ଖେଳାଳିଙ୍କୁ ସୁଯୋଗ ଦିଆଯାଇ ନଥିଲା । ଏଥିମଧ୍ୟରୁ ଜଣେ ହେଉଛନ୍ତି ଡେଭିଡ଼ ଭିଲେ।

David-Willey

ଡେଭିଡ ଭିଲେ ବର୍ତ୍ତମାନ ଟି୨୦ ବ୍ଲାଷ୍ଟରେ ନିଜର ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରିଛନ୍ତି । ଇଂଲଣ୍ଡରେ ଜାରି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଡେଭିଡ଼ ଭିଲେ ୟାର୍କଶାୟର ଟିମ ପକ୍ଷରୁ ଖେଳୁଛନ୍ତି । ଶୁକ୍ରବାର ଏହି ଟିମ ଡରହମ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲା । ୬ ୱିକେଟରେ ୟାର୍କଶାୟର ରୋମାଞ୍ଚକର ବିଜୟ ହାସଲ କରିଥିଲେ । ଏହି ବିଜୟର ବଡ଼ ହିରୋ ଥିଲେ ଭିଲେ ।

willey

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଡରହମ ୨୦୭ ରନର ବଡ଼ ଟାର୍ଗେଟ ଦେଇଥିଲେ । ଯାହାକୁ କରିବା  ବହୁତ କଷ୍ଟକର ଥିଲା କିନ୍ତୁ ଭିଲେଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ୟାର୍କଶାୟରର ବିଜୟ ସହଜ ହୋଇଯାଇଥିଲା । ଡେଭିଡ଼ ଭିଲେ ୨୯ ବଲର ସାମ୍ନା କରି  ୭୫ ରନ କରି ନଟଆଉଟ ରହିଥିଲେ । ସେ ନିଜର ଏହି ପାଳିରେ ୮ଟି ଚୌକା ଓ ୩ଟି ଛକା ଲଗାଇଥିଲେ ।

ଅନ୍ୟପକ୍ଷରେ, ଯେତେବେଳେ ଡେଭିଡ ୨୦୨୨ ଆଇପିଏଲରେ ଆରସିବି ପାଇଁ ଖେଳିଥିଲେ, ସେତେବେଳେ ସେ ବହୁତ ନିରାଶ କରିଥିଲେ ଦଳକୁ। ବୋଧହୁଏ ଏହି କାରଣ ହେଉଛି ଫ୍ରାଞ୍ଚାଇଜ୍ ତାଙ୍କୁ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ଦେଇନଥିଲା। ସେ ମୋଟ ୪ ଟି ମ୍ୟାଚ ଆରସିବି ପାଇଁ ଖେଳିଥିଲେ। ଏହି ଚାରୋଟି ମ୍ୟାଚ୍‌ରେ ସେ ମାତ୍ର ୧୯ ରନ୍ ସଂଗ୍ରହ କରିଥିଲେ। ଆଉ ବୋଲିଂ କରି ଗୋଟିଏ ହିଁ ୱିକେଟ୍ ନେଇ ପାରିଥିଲେ।