ଏହି ଭାରତୀୟ ଖେଳାଳିଙ୍କୁ ପ୍ରସଂଶା କଲେ ରଶିଦ୍ ଖାନ୍, କହିଲେ ଭାରତକୁ ମିଳିଗଲା ବେଷ୍ଟ ବୋଲର୍

  1. Home
  2. IPL Top News

ଏହି ଭାରତୀୟ ଖେଳାଳିଙ୍କୁ ପ୍ରସଂଶା କଲେ ରଶିଦ୍ ଖାନ୍, କହିଲେ ଭାରତକୁ ମିଳିଗଲା ବେଷ୍ଟ ବୋଲର୍


କ୍ରିକେଟ ଖବର : ଗୁଜୁରାଟ ଟାଇଟାନ୍ସ ନିଜର ପ୍ରଥମ ଆଇପିଏଲ୍ ସିଜନରେ ଫାଇନାଲ୍ ଟ୍ରଫି ଜିତିଛି। ଫାଇନାଲ୍ ମ୍ୟାଚରେ ଦଳ ରାଜସ୍ଥାନକୁ ୭ ୱିକେଟରେ ହରାଇ ଏହି ବିରାଟ ସଫଳତା ହାସଲ କରିଛି। ନିକଟରେ ଆଫଗାନିସ୍ତାନ କ୍ରିକେଟର ରଶିଦ୍ ଖାନ୍ ଜଣେ ଭାରତୀୟ ପ୍ରତିଭାବାନ ବୋଲରଙ୍କର ପ୍ରସଂଶା କରିଛନ୍ତି।

Ravi Bishnoi

ସେ କହିଛନ୍ତି ଯେ, ଯଦି ସୁଯୋଗ ମିଳେ ତେବେ ଆଗାମୀ ବର୍ଷ ମାନଙ୍କରେ ଏହି ଭାରତୀୟ ଖେଳାଳି ଜାତୀୟ ଦଳ ପାଇଁ ବଡ଼ କିଛି ପାରନ୍ତି। ତେବେ ରଶିଦ୍ ଖାନ୍ ପ୍ରଶଂସା କରିଥିବା ଖେଳାଳି ଜଣକ ହେଲେ ରବି ବିଷ୍ଣୁ। 

rasid-khan-and-dhoni

ଆଇପିଏଲ୍ ସିଜନରେ ୧୫ ଟି ଗେମରେ ୧୮ ଟି ୱିକେଟ୍ ନେଇଥିବା ଖାନ ରବି ବିଷ୍ଣୁଙ୍କୁ ତାଙ୍କ ଦକ୍ଷତା ପାଇଁ ପ୍ରଶଂସା କରିଛନ୍ତି। ଖାନ କହିଛନ୍ତି ଯେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ର ଲେଗ୍ ସ୍ପିନର ରବି ବିଷ୍ଣୁ ତାଙ୍କ ସହ କେତେଥର କଥା ହୋଇଛନ୍ତି ଏବଂ ତାଙ୍କୁ ଆଗାମୀ ବର୍ଷରେ ଭାରତ ପାଇଁ ଭଲ କରିବା ପାଇଁ ସମର୍ଥନ କରିଛନ୍ତି। 

ବିଷ୍ଣୁ ଜଣେ ଯୁବ ପ୍ରତିଭା ମୁଁ ତାଙ୍କ ସହ ବହୁତ ଥର କଥା ହୋଇସାରିଛି ଆଗାମୀ ବର୍ଷରେ ସେ ଭାରତ ପାଇଁ ଏକ ବଡ ତାରକା ହେବେ। ଯଦି ତାଙ୍କ ଦକ୍ଷତା ଉପରେ ବିଶ୍ୱାସ କରାଯାଏ ଏବଂ ତାଙ୍କୁ ସମର୍ଥନ କରାଯାଏ ତେବେ ସେ ନିଶ୍ଚିତ ଭାବେ ଭାରତ ପାଇଁ ଏକ ବଡ଼ ବୋଲର ହେବେ ବୋଲି କ୍ରିକେଟ୍ ଡଟ୍ କମ୍ ସହିତ କଥା ହେବା ସମୟରେ ରଶିଦ୍ ଖାନ୍ କହିଛନ୍ତି।

News Hub